ଗାନ୍ଧୀନଗର:ଦେଶରେ କିଛି ଜଣାଶୁଣା ହିନ୍ଦୁ ରାଜନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର । ଲୋକସଭା ନିର୍ବାଚନ ପୂର୍ବରୁ ଏମାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା 27 ବର୍ଷୀୟ ମୌଲବୀର ଯୋଜନା ପଣ୍ଡ ହୋଇଛି । କିଛି ଅଘଟଣ ଘଟିବା ପୂର୍ବରୁ ସୁରଟ ପୋଲିସ ହତ୍ୟା ଷଡ଼ଯନ୍ତ୍ରକାରୀ ମୌଲବୀ ନିକଟରେ ପହଞ୍ଚି ତାକୁ ଗିରଫ କରିଛି । ଅଭିଯୁକ୍ତ ଜଣକର ପାକିସ୍ତାନ ଲିଙ୍କ ଥିବା ବେଳେ ହିନ୍ଦୁନେତାଙ୍କୁ ହତ୍ୟା କରିବା ଲାଗି 1 କୋଟି ସୁପାରି ମଧ୍ୟ ନେଇଥିଲା ।
ଅଭିଯୁକ୍ତ କିଏ ?:ସୁରଟ ପୋଲିସର ସୂଚନାନୁସାରେ ଅଭିଯୁକ୍ତର ନାମ ମୌଲବୀ ମହମ୍ମଦ ସୋହେଲ । ସେ ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାର ବାସିନ୍ଦା । ଦୀର୍ଘ ଦିନ ଧରି ସୁରଟ ଜିଲ୍ଲାର କଠୋର ଗ୍ରାମ ସ୍ଥିତ ଏକ ମଦ୍ରାସାରେ ପିଲାମାନଙ୍କୁ ଶିକ୍ଷା ଦେଉଥିଲା ଏବଂ ସେ ସୁରଟର ଲସଣକା ଗାଁ ନିକଟ ଏକ ଫ୍ୟାକ୍ଟ୍ରିରେ ମ୍ୟାନେଜର ଭାବେ କାମ କରୁଥିଲା । ମୌଲବୀର ଅସଲ ଉଦ୍ଦେଶ୍ୟ ସେତେବେଳେ ଜଣାପଡ଼ିଥିଲା ଯେ ଯେତେବେଳେ ସେ ସୁରତ ନିବାସୀ ଜଣେ ହିନ୍ଦୁ ନେତା ଓ ସନାତନ ସଙ୍ଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପଦେଶ ରାଣାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ।
ଅଭିଯୁକ୍ତର ପାକିସ୍ତାନୀ ଲିଙ୍କ୍: ତଦନ୍ତ ପରେ ପୋଲିସ ମୌଲବୀ ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲା । ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ଗତ ଅଭିଯୁକ୍ତ ଜଣକ ଗତ ଦେଢ ବର୍ଷ ଧରି ପାକିସ୍ତାନ ଓ ନେପାଳ ମୋବାଇଲ ନମ୍ବର ବ୍ୟବହାର କରୁଥିବା ଶେହନାଜ ନାମକ ବ୍ୟକ୍ତି ସହ ଯୋଗାଯୋଗରେ ଥିଲା । କେବଳ ଏତିକି ନୁହେଁ ପାକିସ୍ତାନ, ଭିଏତନାମ, ଇଣ୍ଡୋନେସିଆ, କାଜାକିସ୍ତାନ, ଲାଓସ ଭଳି ବିଭିନ୍ନ ଦେଶର କୋଡ ଥିବା ହ୍ବାଟ୍ସଆପ୍ ମୋବାଇଲ୍ ନମ୍ବରଧାରୀଙ୍କ ସହ ଅଭିଯୁକ୍ତ ମୌଲଭୀ ମଧ୍ୟ ଯୋଗାଯୋଗରେ ଥିଲା । ଏହାପରେ ପୋଲିସ ଆଇପିସି ଧାରା 153ଏ, 467, 468, 471, 120ବି ସହିତ ଆଇଟି ଆକ୍ଟ -2000ର ଧାରା 66D, 67,67A ଅନୁଯାୟୀ ଏକ ମାମଲା ରୁଜୁ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ।
ଟାର୍ଗେଟରେ ଥିଲେ ହିନ୍ଦୁ ନେତା: ଏହି ଘଟଣାରେ ସୁରଟ ପୋଲିସ କମିଶନର ଅନୁପମ ସିଂ ଗେହଲଟ୍ କହିଛନ୍ତି ଯେ ହିନ୍ଦୁ ନେତାମାନଙ୍କୁ ଧମକ ଦେଇ କ୍ରାଇମବ୍ରାଞ୍ଚ ସୁରଟର କାମରେଜ ଗାଁରୁ ମୌଲଭୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମହମ୍ମଦ ସୋହେଲ ଅବୁବାକର ମୌଲଭୀ ପାକିସ୍ତାନ ଏବଂ ନେପାଳର ଲୋକଙ୍କ ସହ ଯୋଗାଯୋଗରେ ଥିଲା । ଅଭିଯୁକ୍ତ ହାଇଦ୍ରାବାଦ ବିଧାୟକ ତଥା ହିନ୍ଦୁବାଦୀ ନେତା ରାଜା ସିଂଙ୍କ ସହ ନୁପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲା ।