ନୂଆଦିଲ୍ଲୀ:ବହୁଚର୍ଚ୍ଚିତଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ତେଲେଙ୍ଗାନାର BRS ନେତ୍ରୀ କେ.କବିତାଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ୫ ମାସ ହେଲା ଜେଲ୍ ଭୋଗୁଥିବା କବିତାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ଏକାଧିକ ଥର ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ, କବିତାଙ୍କୁ ବେଲ୍ ପ୍ରଦାନ କରିଛନ୍ତି । ଏହା ସହ କୋର୍ଟ ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ସିବିଆଇ’ (CBI)ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)କୁ ଭର୍ତ୍ସନା ମଧ୍ୟ କରିଛନ୍ତି । ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ, ତଥା ବିଧାନ ପରିଷଦ ସଦସ୍ୟା କେ.କବିତା ୨୦୨୪ ମାର୍ଚ୍ଚ ୧୫ ତାରିଖରେ ଗିରଫ ହୋଇଥିଲେ ।
- ମାର୍ଚ୍ଚ 15 ରେ ଗିରଫ ହୋଇଥିଲେ:-
ପ୍ରକାଶଥାଉକି, ‘ସିବିଆଇ’ର ଅଭିଯୋଗ ଅନୁସାରେ କବିତା ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ସମ୍ପୃକ୍ତ । ପୂର୍ବରୁ ଏହି ମାମଲାରେ ହାଇଦ୍ରାବାଦର ଜଣେ ବ୍ୟବସାୟୀ ମଧ୍ୟ ଗିରଫ ହୋଇଥିଲେ । ସେ ସମନରେ ହାଜର ନହେବା ପାଇଁ ଓ ସେ ଜଣେ ମହିଳା ହୋଇଥିବା କାରଣରୁ ତାଙ୍କୁ କେନ୍ଦ୍ରୀୟ ସଂସ୍ଥାର ଏକ ଟିମ୍ ବାସଭବନରେ ଆସି ଜେରା କରୁ ବୋଲି ମଧ୍ୟ କବିତା କୋର୍ଟରେ ଆବେଦନ କରିଥିଲେ । ହେଲେ ତାହା ଖାରଜ ହେବା ପରେ ଏକାଧିକ ଥର ସମନ ଜାରି କରି ଜେରା କରିବା ସହ କବିତାଙ୍କୁୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଳିତବର୍ଷ ମାର୍ଚ୍ଚ 15 ତାରିଖରେ ଗିରଫ କରିଥିଲା । ତାଙ୍କୁ ହାଇଦ୍ରାବାଦରୁ ଗିରଫ କରି ଦିଲ୍ଲୀ ନିଆଯାଇଥିଲା ।
- ଏହି ମାମଲାରେ ତୃତୀୟ ଜାମିନ:-