ରାୟପୁର:ଛତିଶଗଡରେ ବିଜେପି ସରକାର ମହିଳାଙ୍କୁ ଶସକ୍ତିକରଣ କରିବାକୁ ମହତାରୀ ବନ୍ଧନ ଯୋଜନାରେ ମାସିକ ଏକ ହଜାର ଟଙ୍କା ହିତାଧିକାରୀଙ୍କୁ ପଠାଉଛନ୍ତି । ଏହି ଯୋଜନାରେ ଲକ୍ଷ ଲକ୍ଷ ମହିଳା ଉପକୃତ ହୋଇଥିବା ବେଳେ 10ରୁ ଅଧିକ କିସ୍ତି ପ୍ରଦାନ କରାଯାଇଛି। ମହିଳା କୈନ୍ଦ୍ରିକ ଏହି ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ଅଣ-ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇ ଅର୍ଥ ହସ୍ତାନ୍ତର କରୁଥିବା ନେଇ ବିବାଦ ସୃଷ୍ଟି କରିଛି। ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ମାସିକ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଥିବା ଅଭିଯୋଗ ହୋଇଛି ।
ସରକାରୀ ଯୋଜନାରେ ମାସକୁ ହଜାର ଟଙ୍କା ପାଉଛନ୍ତି ସନ୍ନି ଲିଓନି:
ଅଭନପୁର ବିଧାନସଭାର ଯୁବ କଂଗ୍ରେସ ସଭାପତି ଜୟବର୍ଦ୍ଧନ ବାଘେଲ ଫେସବୁକରେ ଅଭିଯୋଗ କରିଛନ୍ତି ଯେ, ଏହି ଯୋଜନା ଅଧିନରେ ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାମରେ ଟଙ୍କା ହସ୍ତାନ୍ତର କରାଯାଇଛି। ବାଘେଲଙ୍କ କହିବା ଅନୁଯାୟୀ, ଯୋଜନାର ତାଲିକାରେ ପଞ୍ଜୀକୃତ ହୋଇଥିବା ଆବେଦନକାରୀଙ୍କ ବିବରଣୀରେ ହିତାଧିକାରୀ ଭାବରେ ସନ୍ନି ଲିଓନିଙ୍କ ନାମ ମଧ୍ୟ ରହିଛି। ତାଙ୍କ ସ୍ବାମୀଙ୍କ ନାମ ଜନି ସିନ୍ସ ଓ ଘର ଠିକଣା ବସ୍ତରର ତାଲୁର ଅଞ୍ଚଳରେ ଉଲ୍ଲେଖ ରହିଛି । ଅଙ୍ଗନୱାଡି ମାଧ୍ୟମରେ ଏହି ଆବେଦନ କରାଯାଇଛି । ଯେଉଁଥିରେ ଗତ ମାର୍ଚ୍ଚରୁ ଏକ ସରକାରୀ ବ୍ୟାଙ୍କ ଆକାଉଣ୍ଟରେ ମାସିକ 1000 ଟଙ୍କା ଜମା କରାଯାଉଛି ।