ହାଇଦ୍ରାବାଦ:ତେଲେଙ୍ଗାନାର ସିଙ୍ଗଲ-ସ୍କ୍ରିନ ଥିଏଟର ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ସାମୟିକ ଭାବେ ବନ୍ଦ ରହିବ । ଏହି ରାଜ୍ୟରେ ୨୦୨୪ରେ ଅର୍ଥାତ୍ ଚଳିତ ବର୍ଷ କୌଣସି ବଡ଼ ଚଳଚ୍ଚିତ୍ର ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଆକର୍ଷିତ କରିବାରେ ସଫଳ ହୋଇପାରିନାହିଁ । ଯାହା ଫଳରେ ଚଳଚ୍ଚିତ୍ର ବ୍ୟବସାୟ ଉପରେ ଏହାରେ ବେଶ ପ୍ରଭାବ ପଡିଛି । ତେବେ ଏହି ଆର୍ଥିକ ଚାପକୁ ଦୂର କରିବା ପାଇଁ ତେଲେଙ୍ଗାନାର ୪୦୦ ରୁ ଅଧିକ ସିଙ୍ଗଲ୍ ସ୍କ୍ରିନ୍ ପ୍ରେକ୍ଷାଳୟ ଏହି ଶୁକ୍ରବାର (ମେ ୧୭) ରୁ ମେ ୨୬ ପର୍ଯ୍ୟନ୍ତ ୧୦ଦିନ ପାଇଁ ଅସ୍ଥାୟୀ ଭାବେ ବନ୍ଦ ରହିବ ।
୧୦ ଦିନ ବନ୍ଦ ରହିପାରେ ପ୍ରେକ୍ଷାଳୟ
ସଂକ୍ରାନ୍ତି ୨୦୨୪ ପରଠାରୁ କୌଣସି ପ୍ରମୁଖ ଚଳଚ୍ଚିତ୍ର ରିଲିଜ୍ ହୋଇନାହିଁ । ଅନ୍ୟପକ୍ଷରେ, ଆଇପିଏଲ ଏବଂ ନିକଟରେ ହୋଇଥିବା ଲୋକସଭା ନିର୍ବାଚନ ହେତୁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ପ୍ରେକ୍ଷାଳୟରେ ବିରାଟ ଭିଡ଼ ଦେଖିବାକୁ ମିଳି ନଥିଲା । ତେଲେଙ୍ଗାନା ଥିଏଟର ଆସୋସିଏସନ ଅନୁଯାୟୀ, ରାଜ୍ୟର ଅନେକ ସିଙ୍ଗଲ୍ ସ୍କ୍ରିନ୍ ପ୍ରେକ୍ଷାଳୟ ମେ ୧୭ରୁ ବନ୍ଦ କରାଯିବ ନେଇ ନିଷ୍ପତ୍ତି ନିଆଯାଇଛି । ଖବର ଅନୁଯାୟୀ, ତେଲେଙ୍ଗାନାରେ ୧୦ ଦିନ ପାଇଁ ସିଙ୍ଗଲ୍ ସ୍କ୍ରିନ୍ ପ୍ରେକ୍ଷାଳୟ ବନ୍ଦ ହୋଇପାରେ । ଯଦି ପ୍ରେକ୍ଷାଳୟଗୁଡ଼ିକ ବନ୍ଦ ହୁଏ ତେବେ ମେ ୨୬ କିମ୍ବା ମେ ୩୧ରେ ପୁନଃ ଖୋଲାଯିବ ।
ଚଳଚ୍ଚିତ୍ର ବ୍ୟବସାୟ ଉପରେ ପ୍ରଭାବ