ମୁମ୍ବାଇ:ରନଓ୍ବେରେ ଟ୍ରକ ସହ ଧକ୍କା ହେଲା ଯାତ୍ରୀବାହୀ ବିମାନ । ବିମାନର ଓ୍ବିଙ୍ଗ୍ସ (ଡେଣା) କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସର ସାରଜାହ-ସୁରଟ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ବୁଧବାର ରାତି ପ୍ରାୟ 11ଟା 15 ମିନିଟ ସମୟରେ ସୁରଟ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁର୍ଘଟଣା ହୋଇଥିବା ଜଣାପଡିଛି । ତେବେ ବିମାନଟି 180 ସିଟ୍ ବିଶିଷ୍ଟ ହୋଇଥିବା ବେଳେ ଦୁର୍ଘଟଣାପରେ ଯାତ୍ରୀମାନେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ବିମାନରେ 160ରୁ ଅଧିକ ଯାତ୍ରୀ ରହିଥିଲେ । ତେବେ ବିମାନଟି ଅବତରଣ କରିବା ସମୟରେ ରନଓ୍ବେ ପାର୍ଶ୍ବରେ ପାର୍କିଂ ହୋଇଥିବା ଏକ ବିମାନ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଯାତ୍ରାମାନଙ୍କର କୌଣସି କ୍ଷତି ହୋଇନଥିଲେ ହେଁ ବିମାନର ଓ୍ବିଙ୍ଗ୍ସ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ବିମାନ ଉଡାଣ ବନ୍ଦ ରହିଥିବା ବେଳେ ମାର୍ଚ୍ଚ 16 ତାରିଖରୁ ପୁଣି ଉଡାଣ ଆରମ୍ଭ କରିବା ନେଇ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ମିଳିଛି ।
ଦୁର୍ଘଟଣାର ସମ୍ପୁର୍ଣ୍ଣ ରିପୋର୍ଟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରାଯାଇଛି । ତେବେ ସୁରଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମାନ୍ତରାଳ ଟ୍ୟାକ୍ସି ଟ୍ରାକ ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଛି । ଏଥିପାଇଁ ମାଟିର ଆବଶ୍ୟକତା ରହୁଥିବାରୁ ଟ୍ରକ କାମରେ ଲାଗିଛି । ତେବେ ଡ୍ରାଇଭର ଜଣକ ରାତିରେ ରନଓ୍ବେ ପାର୍ଶ୍ବରେ ପାର୍କି କରିଥିବା ବେଳେ ଏଭଳି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।