ETV Bharat / sports

କୋହଲିଙ୍କ ଟିମ୍‌ର ନୂଆ ଅଧିନାୟକ ହେବେ ରୋହିତ ! RCBକୁ ପୂର୍ବତନ କ୍ରିକେଟରଙ୍କ ଉପଦେଶ - IPL 2025 - IPL 2025

Mohammed Kaif On Rohit Sharma : ଆଇପିଏଲ୍ 2025 ପୂର୍ବରୁ ହେବ ମେଗା ଅକ୍ସନ । ସମସ୍ତ ଦଳରେ ଦେଖିବାକୁ ମିଳିବ ବହୁ ପରିବର୍ତ୍ତନ । ଏହାରି ଭିତରେ ଅଧିନାୟକ ଖୋଜୁଥିବା ଆର୍‌ସିବି ରୋହିତ ଶର୍ମାଙ୍କୁ ନିଜ ଦଳରେ ସାମିଲ କରିବାକୁ କହିଛନ୍ତି ପୂର୍ବତନ କ୍ରିକେଟର । ଅଧିକ ପଢ଼ନ୍ତୁ

Rohit Sharma and Virat Kohli
Rohit Sharma and Virat Kohli (ETV Bharat Odisha)
author img

By ETV Bharat Sports Team

Published : Oct 1, 2024, 7:06 PM IST

ହାଇଦ୍ରାବାଦ : IPL 2025 ପାଇଁ ପ୍ରସ୍ତୁତି ଏବଂ ଆଲୋଚନା ଜୋରସୋରରେ ଚାଲିଛି । କାରଣ ଏଥର ମେଗା ନିଲାମ ହେବାକୁ ଯାଉଛି ଏବଂ ଅଧିକାଂଶ ଦଳ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହେବାକୁ ଯାଉଛି । ଆଇପିଏଲ୍ 2025 ପାଇଁ ବିସିସିଆଇ ମଧ୍ୟ ନୂଆ ନିୟମ ଘୋଷଣା କରିଛି, ଯେଉଁଥିରେ ଆଇପିଏଲ୍ ଦରମା ଏବଂ ବିଦେଶୀ ଖେଳାଳିଙ୍କ ପାଇଁ ଟେଣ୍ଡର ଉପରେ ନୂଆ ନିୟମ ରହିଛି ।

'RCB ଯାଆନ୍ତୁ ରୋହିତ' :-

ଏହାରି ଭିତରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ, ମେଗା ଅକ୍ସନରେ ରୋହିତ ଶର୍ମାଙ୍କୁ କୌଣସି ବି ପରିସ୍ଥିତିରେ ନିଜ ଦଳରେ ସାମିଲ କରିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ପରାମର୍ଶ ଦେଇଛନ୍ତି । କୈଫଙ୍କ କହିବା କଥା, ଯଦି ତାଙ୍କର ବର୍ତ୍ତମାନର ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ରୋହିତଙ୍କୁ ମୁକ୍ତ କରେ, ତେବେ ରୋହିତ ମଧ୍ୟ ଏହା ବିଷୟରେ ଚିନ୍ତା କରିବା ଉଚିତ୍ ।

ଆପଣଙ୍କୁ କହି ରଖୁଛୁ, 2024 ଆଇପିଏଲ୍‌ ସଂସ୍କରଣ ପୂର୍ବରୁ ରୋହିତ ଶର୍ମାଙ୍କୁ ତାଙ୍କ ଦଳ ମୁମ୍ବାଇ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ଭାବେ ଦାୟିତ୍ବ ଦେଇଥିଲା । ଏହା ପୂର୍ବରୁ ଆଇପିଏଲର ସବୁଠାରୁ ସଫଳ ଅଧିନାୟକମାନଙ୍କ ମଧ୍ୟରେ ରୋହିତଙ୍କୁ ଗଣତି କରାଯାଉଥିଲା । ଯେତେବେଳେ MI ରୋହିତଙ୍କୁ ଅଧିନାୟକତ୍ୱରୁ ହଟାଇ ପାଣ୍ଡ୍ୟାଙ୍କୁ ନୂତନ ଅଧିନାୟକ ଭାବରେ ନିଯୁକ୍ତ କଲା, ସେତେବେଳେ ପାଣ୍ଡ୍ୟା ପ୍ରଶଂସକଙ୍କ ସମାଲୋଚନାର ଶିକାର ହୋଇଥିଲେ । ମହମ୍ମଦ କୈଫ, ରୋହିତଙ୍କୁ ଆଇପିଏଲର ପରବର୍ତ୍ତୀ ସିଜନରେ ଅଧିନାୟକ ଭାବରେ ଖେଳିବାକୁ ପରାମର୍ଶ ଦେଇଛନ୍ତି ।

'ଯେମିତି ପାଣ୍ଡ୍ୟା ଆସିଲେ, ରୋହିତ ବି ଯାଇପାରିବେ' :-

ଷ୍ଟାରସପୋର୍ଟ୍ସ ଦ୍ବାରା ସେୟାର କରାଯାଇଥିବା ଏକ ଭିଡିଓରେ କୈଫ ଖୋଲାଖୋଲି ଭାବେ କହିଛନ୍ତି, "ଗତଥର ଗୁଜରାଟରୁ ଯେପରି ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇକୁ ଆସିଥିଲେ, ସେମିତି ରୋହିତ ଶର୍ମା ମଧ୍ୟ ଯାଇପାରନ୍ତି ଏବଂ ସେ ମଧ୍ୟ ଯିବା ଉଚିତ । ରୋହିତ ଶର୍ମା ଆଉ 2-3 ବର୍ଷ ହିଁ ଖେଳି ପାରିବେ । ତେଣୁ ସେ ଜଣେ ଅଧିନାୟକ ଭୂମିକାରେ ରହିବା ଉଚିତ୍, ଏବଂ ଆରସିବି ଏହି ସୁଯୋଗ ନେବା ଉଚିତ । ମୁଁ ଆପଣଙ୍କୁ 100% କହୁଛି, ଯେମିତି ବି ସୁଯୋଗ ମିଳୁ, ଯାହା ବି କରିବାକୁ ପଡୁ, କିନ୍ତୁ ଆର୍‌ସିବି ରୋହିତଙ୍କୁ ଅଧିନାୟକ କରିଦେବା ଉଚିତ୍ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.