ETV Bharat / bharat

ଉପତ୍ୟକାରେ ଶେଷ ପର୍ଯ୍ୟାୟ ମତଦାନ, ୪୦ ଆସନରେ ଭୋଟ ଦେଉଛି ଜମ୍ମୁ କାଶ୍ମୀର - JK Assembly Polls Phase 3

author img

By ETV Bharat Odisha Team

Published : 2 hours ago

Updated : 2 hours ago

J&K Assembly Polls: ଜମ୍ମୁ କାଶ୍ମୀରରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ୪୦ ଆସନରେ ୪୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଉପତ୍ୟତାର ମତଦାନ । ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ ପ୍ରକ୍ରିୟା । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଅନ୍ତିମ ପର୍ଯ୍ୟାୟରେ 40 ଆସନରେ ଭୋଟିଂ
ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଅନ୍ତିମ ପର୍ଯ୍ୟାୟରେ 40 ଆସନରେ ଭୋଟିଂ (ETV Bharat Odisha)

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆଜି ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଗତମାସ (ସେପ୍ଟମ୍ବର) 18 ଓ 25 ରେ ଦୁଇଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟରେ ଅବଶିଷ୍ଟ 40 ଆସନରେ ଭୋଟିଂ ହେଉଛି । ଆଜି ପର୍ଯ୍ୟାୟରେ ଜାମ୍ମୁରେ 24 ନିର୍ବାଚନ ମଣ୍ଡଳୀ ଓ କାଶ୍ମୀର ଜୋନରେ 16ଟି ନିର୍ବାଚନ ମଣ୍ଡଳୀ ରହିଛି । ସକାଳ 7ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା 6ଟାରେ ଶେଷ ହେବ ।

ଶେଷ ପର୍ଯ୍ୟାୟରେ କଡା ସୁରକ୍ଷାବଳୟ ମଧ୍ୟରେ ମୋଟ 5 ହଜାର 60ଟି ମତଦାନ କେନ୍ଦ୍ରରେ ଭୋଟିଂ ହେଉଛି । ବିଭିନ୍ନ ଦଳ ଓ ନିର୍ଦ୍ଦଳୀୟ ଭାବେ ମୋଟ 415 ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ନିର୍ବାଚନ ପରିଚାଳନା କାର୍ଯ୍ୟରେ 20 ହଜାର ପୋଲିଂ ଷ୍ଟାଫ ନିୟୋଜିତ ଅଛନ୍ତି । ଆଜି ମତଦାନ ସରିବା ପରେ ଇଭିଏମଗୁଡିକୁ ଷ୍ଟ୍ରଙ୍ଗରୁମରେ ରଖାଯିବ । 8 ତାରିଖରେ ଭୋଟଗଣତି ସହ ଜନାଦେଶ ପ୍ରକାଶ ପାଇବ ।

  • ବହୁମାତ୍ରାରେ ଭୋଟ ଦେବାକୁ ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌:-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମୀରର ମହିଳା ଭୋଟରଙ୍କୁ ବହୁମାତ୍ରାରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ବାନ କରିଛନ୍ତି । ‘ଏକ୍ସ’ ରେ ଟ୍ବିଟ କରି ମୋଦି ଲେଖିଛନ୍ତି,‘‘ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ​​ଆଜି ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ । ଗଣତନ୍ତ୍ରର ଉତ୍ସବକୁ ସଫଳ କରିବା ପାଇଁ ମୁଁ ସମସ୍ତ ଭୋଟରଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରୁଛି । ମୁଁ ନିଶ୍ଚିତ ଯେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଥିବା ଯୁବ ଭୋଟକଙ୍କ ବ୍ୟତୀତ ମତାଧିକାର ସାବ୍ୟସ୍ତ କରିବାରେ ନାରୀଶକ୍ତି ଅଧିକ ଅଂଶଗ୍ରହଣ କରିବେ ।’’

ଏହା ମଧ୍ୟ ପଢନ୍ତୁ :- ୧୦ ବର୍ଷ ପରେ ଭୋଟ୍ ଦେଉଛି ଜମ୍ମୁ କାଶ୍ମୀର; ପ୍ରଥମ ପର୍ଯ୍ୟାୟରେ ୬ ଜିଲ୍ଲାର ୨୪ ଆସନରେ ମତଦାନ - JK FIRST PHASE ASSEMBLY ELECTIONS

ଏହା ମଧ୍ୟ ପଢନ୍ତୁ :- ଉପତ୍ୟକାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, 26 ଆସନରେ ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା - JK ASSEMBLY ELECTION

ଏହା ମଧ୍ୟ ପଢନ୍ତୁ :- ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଲିଗାସି ଲଢେଇ ଓ ପିଢିଗତ ପରିବର୍ତ୍ତନ - Jammu Kashmir Elections

  • ସେପ୍ଟେମ୍ବର 18 ଓ 25 ତାରିଖରେ ସରିଥିଲା ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ :-

ଗତମାସ (ସେପ୍ଟମ୍ବର) 18 ଓ 25 ତାରିଖରେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଥିଲା । ପ୍ରଥମ ପର୍ଯ୍ୟାୟରେ 6 ଜିଲ୍ଲାର 24 ଆସନ ଓ ଦ୍ବିତୀୟ ପର୍ଯ୍ୟାୟରେ 26 ଆସନରେ ମତଦାନ ହୋଇଥିଲା ।

  • 10 ବର୍ଷ ପରେ କାଶ୍ମୀରରେ ହେଲା ବିଧାନସଭା ନିର୍ବାଚନ:-

2014 ରେ ଶେଷ ଥର ପାଇଁ ଘାଟିରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ମୁଫତି ସୟଦଙ୍କ ଦଳ ‘ପିଡିପି’ ବୃହତ୍ତମ ଦଳ ଭାବେ ସାମ୍ନାକୁ ଆସିଥିଲେ ସୁଦ୍ଧା ସଂଖ୍ୟା ଗରିଷ୍ଠତା ହାସଲ କରିପାରନଥିଲା । ପ୍ରଥମ ଥର ବିଜେପି-ପିଡିପି ମେଣ୍ଟରେ ସରକାର ଗଠନ କରିଥିଲେ । ପ୍ରଥମେ ମୁଫତି ସୟଦ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ତାଙ୍କ ଦେହାନ୍ତ ପରେ ତାଙ୍କ କନ୍ୟା ମେହେବୁବା ମୁଫତି ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର 2019 ଆରମ୍ଭରେ ବିଜେପି ସମର୍ଥନ ପ୍ରତ୍ୟାହାର କରି ମୁଫତି ସରକାରର ପତନ ଘଟାଇଥିଲା ।

  • 2019ରେ ରାଜ୍ୟପାହ୍ୟା ହରାଇଥିଲା କାଶ୍ମୀର:-

ମୁଫତି ନେତୃତ୍ବାଧୀନ ସରକାର ଭାଙ୍ଗିବା କିଛି ମାସ ମଧ୍ୟରେ ଧାରା-370 ଓ ଅନୁଚ୍ଛେଦ (କ) ଉଚ୍ଛେଦ କରି କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରର ରାଜ୍ୟ ପାହ୍ୟା ସମାପ୍ତ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ । ଜମ୍ମୁ କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାମିତ କରିଥିଲା । ଏବେ 10ବର୍ଷ ପରେ ସୀମା ପୁନଃନିର୍ଦ୍ଧାରଣ ସହ କାଶ୍ମୀର ବିଧାନସଭା ନିର୍ବାଚନରେ ଭୋଟ ଦେଉଛି । ଚଳିତ ଥର ବିଜେପି ସରକାର ଗଠନ କରିବା ପ୍ରୟାସରେ ଅଛି । ଅନ୍ୟ ପାରମ୍ପରିକ ଦଳମାନେ ମଧ୍ୟ ନିଜ କସରତ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.