ETV Bharat / bharat

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ କନିଷ୍ଠ ଡାକ୍ତର, କାଲି ବଡ଼ ବିକ୍ଷୋଭ - Junior Doctor Cease Work

author img

By ETV Bharat Odisha Team

Published : 4 hours ago

Updated : 3 hours ago

Junior Doctors Cease Work: କୋଲକାତାରେ ପୁଣି ରାସ୍ତାକୁ ଓହ୍ଲାଇଲେ କନିଷ୍ଠ ଡାକ୍ତର । ଆର.ଜି କର ମେଡିକାଲ କଲେଜ କାଣ୍ଡରେ ୪୨ ଦିନ ପରେ ପ୍ରତ୍ୟାହୃତ ହୋଇଥିଲା ଆନ୍ଦୋଳନ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର; କାଲି ବିଶାଳ ରାଲି !
ପଶ୍ଚିମବଙ୍ଗରେ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର; କାଲି ବିଶାଳ ରାଲି ! (ETV Bharat Odisha)

କୋଲକାତା: ଆର.ଜି କର ମେଡିକାଲ କଲେଜ କନିଷ୍ଠ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୀର୍ଘ 42 ଦିନର ଆନ୍ଦୋଳନ ପରେ କାର୍ଯ୍ୟରେ ଯୋଗ ଦେଇଥିବା କନିଷ୍ଠ ଡାକ୍ତରମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ସୁରକ୍ଷା ଓ ନିରାପତ୍ତା ସମେତ ଏକାଧିକ ଦାବିରେ ସେମାନେ ଆଜିଠାରୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି । କୋଲକାତା ସହରର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ହଜାର ହଜାର କନିଷ୍ଠ ଡାକ୍ତର ଆନ୍ଦୋଳନରେ ସାମିଲ ହେବା ପରେ ପୁଣି ଥରେ ସ୍ବାସ୍ଥ୍ୟସେବାରେ ଅଚଳାବସ୍ଥା ଦେଖାଯାଇଛି ।

  • 42 ଦିନ ପରେ ପ୍ରତ୍ୟାହୃତ ହୋଇଥିଲା ଆନ୍ଦୋଳନ:-

ଅଗଷ୍ଟ 9 ତାରିଖରେ ଆର.ଜି କର ମେଡିକାଲ କଲେଜ କାଣ୍ଡ ପରେ ପଶ୍ଚିମବଙ୍ଗ ସମେତ ସାରା ଦେଶରେ ରେସିଡେଣ୍ଟ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ପୀଡିତା ମହିଳା ଡାକ୍ତରଙ୍କ ପରିବାରକୁ ନ୍ୟାୟ ସହ ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କର୍ମସ୍ଥଳରେ ପର୍ଯ୍ୟାପ୍ତ ସୁରକ୍ଷା ଦାବିରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ସରକାର ଓ ପ୍ରଶାସନ ସହ ବାରମ୍ବାର ଆଲୋଚନା ବିଫଳ ହୋଇଥିଲା । ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ନିରପେକ୍ଷ ତଦନ୍ତର ପ୍ରତିଶ୍ରୁତି ସହ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦେବାକୁ କହିଥିଲେ । ଦୀର୍ଘ 42 ଦିନର ଆନ୍ଦୋଳନ ପରେ ଗତମାସ (ସେପ୍ଟେମ୍ବର) 21 ତାରିଖରେ କନିଷ୍ଠ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ କାର୍ଯ୍ୟରେ ଯୋଗ ଦେଇଥିଲେ ।

  • କାଲି ବିକ୍ଷୋଭ ଶୋଭାଯାତ୍ରା:-

ଏବେ ପୁଣି ଥରେ ସେମାନଙ୍କ ଦାବି ଓ ସୁରକ୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିବା ଦର୍ଶାଇ ସେମାନେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ପୁଣି କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି । ଆସନ୍ତାକାଲି କୋଲକାତାରେ ଆନ୍ଦୋଳନରତ ଡାକ୍ତରଙ୍କ ବିକ୍ଷୋଭ ଶୋଭାଯାତ୍ରା ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ କନିଷ୍ଠ ଡାକ୍ତରସଂଘ ଆଉ କିଛି ସମୟ ମଧ୍ୟରେ ପ୍ରେସମିଟ୍‌ ମଧ୍ୟ କରିପାରେ ।

ଏହା ମଧ୍ୟ ପଢନ୍ତୁ :- ହଠାତ ବନ୍ଧୁକରୁ ଫୁଟିଲା ଗୁଳି, ବଲିଉଡ ଅଭିନେତା ଗୋବିନ୍ଦା ଆହତ - Govinda Sustains Bullet Injury

ଏହା ମଧ୍ୟ ପଢନ୍ତୁ :-ଟ୍ରେନି ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ମେଡିକାଲ ଭିତରେ ଭଙ୍ଗାରୁଜା ଘଟଣାରେ ୧୯ ଗିରଫ, CBIକୁ ଡେଡଲାଇନ ଦେଲେ ମମତା, 17ରୁ କରିବେ ପ୍ରତିବାଦ - Kolkata doctor rape and murder

ଏହା ମଧ୍ୟ ପଢନ୍ତୁ :- ଏହା ମଧ୍ୟ ପଢନ୍ତୁ: କୋଲକାତା ଡାକ୍ତର ଦୁଷ୍କର୍ମ- ହତ୍ୟା ମାମଲା: ସାରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, OPD ସେବା ଠପ୍‌ - Nationwide Doctors Protest

  • ସୁପ୍ରିମକୋର୍ଟ ଗଠନ କରିଥିଲେ ଜାତୀୟ ଟାକ୍ସଫୋର୍ସ:-

ଆର.ଜି କର ମାମଲାରେ ନିଜଆଡୁ ହସ୍ତକ୍ଷେପ କରିଥିଲେ ସର୍ବୋଚ୍ଚ ଅଦାଲତ । ପ୍ରଥମ ଶୁଣାଣିରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମମତା ସରକାର, କୋଲକାତା ପୋଲିସ ପ୍ରଶାସନ, ମେଡିକାଲ କଲେଜର କର୍ତ୍ତୃପକ୍ଷଙ୍କୁ ଭର୍ତ୍ସନା କରିଥିଲେ । ଏହା ସହ ସମଗ୍ର ଦେଶରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଏକ 10 ଜଣିଆ ‘ଜାତୀୟ ଟାକ୍ସଫୋର୍ସ’ ପାଇଁ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

  • ମାମଲାର ତଦନ୍ତ କରୁଛି ‘ସିବିଆଇ’:

ଏବେ ଏହି ମାମଲାର ସର୍ବୋଚ୍ଚ କୋର୍ଟରେ ସିରିଜ ଶୁଣାଣି ଜାରି ରହିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ସିବିଆଇ’ ମଧ୍ୟ ମାମଲାର ତଦନ୍ତ ଜାରି ରଖିଛି । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଓ ତତ୍କାଳୀନ ମେଡିକାଲ କଲେଜ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସମେତ ଏକାଧିକ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 3 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.