ETV Bharat / state

ଲୁହା କଡ଼େଇରେ ମହାପ୍ରସାଦ ରନ୍ଧାଯିବା ଘଟଣା, ମହାପ୍ରଭୁଙ୍କ ସେବାରୁ 3 ସୁପକାର ନିଲମ୍ବିତ - MAHAPRASAD PREPARATION IN IRON PANS

author img

By ETV Bharat Odisha Team

Published : 2 hours ago

Updated : 1 hours ago

MAHAPRASAD PREPARATION IN IRON PANS ISSUE: ଶ୍ରୀମନ୍ଦିର ରୋଷଶାଳାରେ ଲୁହା କଡ଼େଇ ବ୍ୟବହାର ଘଟଣାରେ ଆକ୍ସନ ନେଲା ଶ୍ରୀମନ୍ଦିର ପ୍ରଶାସନ। ତିନି ଜଣ ସୁପକାରଙ୍କୁ ନିଳମ୍ବିନ କରାଯାଇଛି । ଏଣିକି ମହାପ୍ରଭୁଙ୍କ ସେବାପୂଜାରୁ ବଞ୍ଚିତ ରହିବେ ଏହି ସୂପକାର। ଅଧିକ ପଢନ୍ତୁ

ଶ୍ରୀମନ୍ଦିର ମହାପ୍ରସାଦରେ ଲୁହା କଡ଼େଇ ବ୍ୟବହାର ପ୍ରସଙ୍ଗ ; ତିନି ଜଣ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଶ୍ରୀମନ୍ଦିର ମହାପ୍ରସାଦରେ ଲୁହା କଡ଼େଇ ବ୍ୟବହାର ପ୍ରସଙ୍ଗ ; ତିନି ଜଣ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ (ETV Bharat Odisha)

ପୁରୀ: ଶ୍ରୀମନ୍ଦିର ରୋଷଶାଳା ମଧ୍ୟରେ ଲୁହା କଡ଼େଇ ବ୍ୟବହାର ଘଟଣା। ତିନି ଜଣ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ତିନି ଜଣ ସୁପକାରଙ୍କ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷଘରେ ପ୍ରବେଶ ନିଷିଦ୍ଧ କରାଯାଇଛି । ତିନି ସୁପକାରଙ୍କ ମଧ୍ୟରୁ ଜଣେ ପାଳିଆ ସେବକଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ମଧ୍ୟ ନିଲମ୍ବିତ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଆଇନ 1955ର 21 - ଖ (କ) ଧାରା ଅନୁସାରେ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି । ମହାପ୍ରଭୁଙ୍କ ସେବାପୂଜାରେ କୌଣସି ପରମ୍ପରା ବହିର୍ଭୂତ କାର୍ଯ୍ୟ ତଥା ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରେସ ରିଲିଜରେ ଏହି ସୂଚନା ଦିଆଯାଇଛି ।

ମହାପ୍ରସାଦରେ ଲୁହା କଡ଼େଇ ବ୍ୟବହାର ପ୍ରସଙ୍ଗ:
ଗତ12 ସେପ୍ଟେମ୍ବରରେ ଶ୍ରୀମନ୍ଦିର ରୋଷଘରେ ଅନ୍ନ ରନ୍ଧନରେ ଲୁହା କଡ଼େଇ ବ୍ୟବହାର ନେଇ ଅଭିଯୋଗ ଆସିଥିଲା। ଏହାର ତଦନ୍ତ ସହ କଡ଼େଇ ଜବତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ପ୍ରଶାସକ । ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ, ରୋଷପାଇକ ନିଯୋଗର ସମ୍ପାଦକ ଏବଂ ରୋଷ ଅମୀନ ତୁରନ୍ତ ରୋଷଶାଳା ପରିଦର୍ଶନ କରି ଏହାକୁ ନିବାରଣ କରିବା ସହ କଡ଼େଇ ଜବତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା । ସେହିପରି ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଏବଂ ଦେଉଳକରଣ ପ୍ରତିଦିନ ରୋଷଶାଳା ତନଖି କରି ଲୁହା କଡ଼େଇ ଜବତ କରିବାକୁ ମଧ୍ୟ ଜଣାଇ ଦିଆଯାଇଥିଲା । ଏହି ସମ୍ପୃକ୍ତ ସେବକଙ୍କ ଦ୍ଵାରା କଡ଼େଇ ଜବତ କାର୍ଯ୍ୟ ସମ୍ପାଦନ କରି କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର କମାଣ୍ଡର, ବରିଷ୍ଠ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ପ୍ରଶାସକ।

ଏହା ମଧ୍ୟ ପଢନ୍ତୁ....ଅର୍ପଣ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି; ଚାଉଳକୁ ଟେଣ୍ଡର ଡାକି ବିକ୍ରି କରାଯିବ - Arpan Rice

ଏହା ମଧ୍ୟ ପଢନ୍ତୁ....ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଉଛି କି ହାନିକାରକ ଘିଅ ? ଖଣ୍ଡନ କଲା ମହାସୁଆର ନିଯୋଗ - specified company ghee using Khaja

ଏହା ମଧ୍ୟ ପଢନ୍ତୁ.... ଶ୍ରୀମନ୍ଦିର‌ରେ ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ଅବଢ଼ା ପ୍ରସ୍ତୁତି, ରିପୋର୍ଟ ଦେବାକୁ ନିର୍ଦ୍ଦେଶ - Mahaprasad preparation in iron pans

ଏହା ମଧ୍ୟ ପଢନ୍ତୁ...ଲୁହା କଡ଼େଇରେ ମହାପ୍ରଭୁଙ୍କ ମହାପ୍ରସାଦ ! ଶ୍ରୀମନ୍ଦିର ରୋଷଶାଳରେ ଅଭାବ ରହିଛି କି ମାଟି କୁଡୁଆ ? - Mahaprasad In Iron kadhai

ତିନି ଜଣ ସୁପକାର ନିଲମ୍ବିତ:
ରିପୋର୍ଟ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟ ପ୍ରଶାସକ । ପୂର୍ବ ନିର୍ଦ୍ଦେଶ ପରେ ଅନ୍ୟ ସୁପକାରମାନେ କଡ଼େଇ ବାହାର କରି ନେଇଥିବା ଜଣାପଡ଼ିଛି। ତେବେ ଏହି ତିନି ସୁପକାର କୋଠଭୋଗ ରୋଷରେ ବାରଣ ସତ୍ତ୍ୱେ ଲୁହା କଡ଼େଇ ବ୍ୟବହାର କରି ଅନ୍ନ ଡାଲି ରୋଷେଇ କରିଥିବା ଜଣା ପଡିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟ ପ୍ରଶାସକ । ତିନି ସୁପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଶ୍ରୀମନ୍ଦିର ତଥା ରୋଷଘରେ ପ୍ରବେଶ ନିଷିଦ୍ଧ କରାଯାଇଛି । ପ୍ରବେଶ ନିଷିଦ୍ଧ କଟକଣା କାର୍ଯ୍ୟକାରୀ କରିବାକୁ ବିହିତ ପଦକ୍ଷେପ ନେବା ପାଇଁ ଶ୍ରୀମନ୍ଦିର କମାଣ୍ଡର ଏବଂ ଦେଉଳ କରଣଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଇଟିଭି ଭାରତ,ପୁରୀ

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.