ଜୟପୁର:ରାଜସ୍ଥାନରେ ବଡଧରଣର ଅଘଟଣ । ନିର୍ମାଣାଧିନ କୋଠାର ଛାତ ଭୁଷୁଡି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପାଖାପାଖି ୫ ଘଣ୍ଟାର ରେସକ୍ୟୁ ଅପରସେନ ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁୟାୟୀ, ରାଜସ୍ଥାନର ରାଜସାମନ୍ଦ ଜିଲ୍ଲାରେ ଏକ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଚାଲୁଥିଲା । ସୋମବାର ରାତି ୯ଟା ସମୟରେ ୧୩ ଜଣ ଶ୍ରମିକ ବିଲ୍ଡିଂରେ ରଙ୍ଗ ଓ ସଫେଇ କାର୍ଯ୍ୟ କରୁଥିବା ବେଳେ ଛାତରୁ ଡେରି ରହିଥିବା ଏକ ବାଉଁଶ ଖସି ପଡିଥିଲା । ବାଉଁଶଟି ଖସି ପଡିବାରୁ ସମ୍ପୂର୍ଣ୍ଣ ଛାତଟି ଭୁଶୁଡି ପଡି ଶ୍ରମିକଙ୍କ ଉପରେ ଗଳିପଡିଥିଲା । ଛାତ ତଳେ ସବୁ ଶ୍ରମିକମାନେ ଚାପି ହୋଇଯାଇଥିଲେ । ଗ୍ରାମଠୁ ବିଲ୍ଡିଂ ଦୂରରେ ଥିବାରୁ ଗ୍ରାମବାସୀମାନେ ଘଟଣା ସମ୍ପର୍କରେ ଜାଣିପାରିନଥିଲେ । ତେବେ ଛାତ ତଳେ ଚାପି ହୋଇ ରହିଥିବା ଜଣେ ଶ୍ରମିକ ଫୋନ କରି ଗ୍ରାମବାସୀଙ୍କୁ ଏନେଇ ଜଣାଇବା ପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଏନେଇ ପୋଲିସକୁ ଖବର ଦେଇଥିଲେ ।