ଓଡିଶା

odisha

ଭୁଶୁଡିଲା ପଥର ଖାଦନ, 7 ମୃତ ଏକାଧିକ ନିଖୋଜ - stone quarry collapsed

By ETV Bharat Odisha Team

Published : May 28, 2024, 12:02 PM IST

Stone quarry collapsed: ମିଜୋରାମରେ ଲାଗି ରହିଛି ବର୍ଷା । ପଥର ଖାଦନ ଭୁଶୁଡିବାରୁ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Stone quarry collapsed
Stone quarry collapsed (ANI)

ଆଇଜଲ୍‌:ମିଜୋରାମରେ ପ୍ରକୃତିର କୋପ । ଆଇଜଲ୍‌ରେ ବଡ଼ଧରଣର ଭୂସ୍ଖଳନ । ପ୍ରବଳ ବର୍ଷା ପରେ ପଥର ଖାଦନ ଭୁଶୁଡିବାରୁ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅନେକ ଲୋକ ଖାଦନ ତଳେ ଫଶି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ପୋଲିସ କର୍ମୀ ମଧ୍ୟ ଉପସ୍ଥିତ ଅଛନ୍ତି । ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳ ସ୍ତର ମଧ୍ୟ ବୃଦ୍ଧି ପାଉଛି ଏବଂ ନଦୀ କୂଳରେ ରହୁଥିବା ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏନେଇ ମିଜୋରାମ ଡିଜିପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ହାଇଦ୍ରାବାଦରେ ପ୍ରବଳ ବର୍ଷା ପବନ; ଉପୁଡିଲା ବଡ଼ ବଡ଼ ଗଛ, 13 ମୃତ - 13 people killed in Telangana

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଆଜି ସକାଳ ପ୍ରାୟ 6 ଟା ସମୟରେ ଆଇଜଲ୍‌ ସହରର ଦକ୍ଷିଣ ପାର୍ଶ୍ୱରେ ଥିବା ମେଲଥମ୍ ଏବଂ ହଲିମେନ ମଧ୍ୟରେ ଘଟିଥିଲା। ପାଞ୍ଚ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣଙ୍କ ମୃତଦେହ ଆବର୍ଜନାରେ ଫସି ରହିଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । କିଛିଦିନ ହେଲା ମିଜୋରାମରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଅନେକ ସ୍ଥାନରେ ଭୂସ୍ଖଳନ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ରାଜ୍ୟରେ ସମସ୍ତ ସ୍କୁଲ ମଧ୍ୟ ବନ୍ଦ ରହିଛି । ସରକାରୀ କର୍ମଚାରୀଙ୍କୁ ଘରେ କାର୍ଯ୍ୟ କରିବାକୁ କୁହାଯାଇଛି ।

ସାତ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା କେତେ ଜଣ ଆବର୍ଜନା ତଳେ ଚାପି ହୋଇ ରହିଛନ୍ତି ତାହା ଜଣାପଡିନାହିଁ । ଅନ୍ୟପଟେ ମୃତଦେହ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ପରିଚୟ ପାଇବା ପରେ ସେମାନଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ତେବେ ପଥର ଖାଦନରେ କେତେ ଜଣ କର୍ମଚାରୀ କାମ କରୁଥିଲେ ସେନେଇ କିଛି ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details