ରାଞ୍ଚି(ଝାଡ଼ଖଣ୍ଡ): ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ବାଇକ୍କୁ ଧକ୍କା ଦେଲା ସ୍କର୍ପିଓ । ବାଇକ୍କୁ ଧକ୍କା ଦେଇ ଗଛର ପିଟି ହୋଇଗଲା ସ୍କର୍ପିଓ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସ୍କର୍ପିଓଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ଏଥିରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ରେ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଭୟଙ୍କର ଦୁର୍ଘଟଣା:
ସୂଚନା ଅନୁସାରେ, ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ଝାଡଖଣ୍ଡ ଡୁମରି-ଗିରିଡିହ ରାସ୍ତାର ମଧୁବନ ଥାନା ଅଧିନସ୍ଥ ଲଟ୍ଟାକଟ୍ଟୋ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମଧ୍ୟରାତ୍ରିରେ ଏକ ସ୍କର୍ପିଓ ଏବଂ ବାଇକ୍ ବିପରୀତ ଦିଗରୁ ଆସୁଥିଲେ । ଏହି ସମୟରେ, ଲାଇଟ ପ୍ରତିଫଳନ ଯୋଗୁଁ ସ୍କର୍ପିଓ ଡ୍ରାଇଭର ଜଣକ ଭାରସାମ୍ୟ ହରାଇଥିଲେ । ଫଳରେ ସ୍କର୍ପିଓ ପ୍ରଥମେ ବିପରୀତ ଦିଗରୁ ଆସୁଥିବା ବାଇକ୍କୁ ଧକ୍କା ଦେଇଥିଲା । ପରେ ଏକ ଗଛରେ ଯାଇ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଖବର ପାଇ ଡୁମରି ଏସଡିପିଓ ସୁମିତ କୁମାରଙ୍କ ନିର୍ଦ୍ଦେଶ କ୍ରମେ ମଧୁବନ ଥାନା ପୋଲିସକୁ ଘଟଣାସ୍ଥଳକୁ ଯାଇ ବହୁ କଷ୍ଟରେ ମୃତଦେହକୁ ଗାଡ଼ିରୁ ବାହାର କରିଛନ୍ତି । ମୃତଦେହଗୁଡ଼ିକ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ.. ବିବାହ ଉତ୍ସବରୁ ଫେରୁଥିଲେ, ଚାପିଦେଲା ଟ୍ରକ, ୨ ମହିଳାଙ୍କ ସମେତ ଗୋଟିଏ ପରିବାରର ୫ ମୃତ |