ଓଡିଶା

odisha

By ETV Bharat Odisha Team

Published : Jan 21, 2024, 8:31 PM IST

ETV Bharat / bharat

ସୁକମାରେ ନକ୍ସଲ କ୍ୟାମ୍ପ ଧ୍ବଂସ କଲେ ସୁରକ୍ଷାକର୍ମୀ

Destroyed Naxalite Camp In Sukma: ସୁକମାରେ ନକ୍ସଲ କ୍ୟାମ୍ପ ଧ୍ବଂସ କଲେ ସୁରକ୍ଷାକର୍ମୀ । ବହୁ ବିସ୍ଫୋରକ ଜବତ ପରେ ନଷ୍ଟ କଲା ସୁରକ୍ଷା ବାହିନୀ । ଅଧିକ ପଢନ୍ତୁ

ସୁକମାରେ ନକ୍ସଲ କ୍ୟାମ୍ପ ଧ୍ବଂସ କଲେ ସୁରକ୍ଷାକର୍ମୀ
ସୁକମାରେ ନକ୍ସଲ କ୍ୟାମ୍ପ ଧ୍ବଂସ କଲେ ସୁରକ୍ଷାକର୍ମୀ

ରାୟପୁର: ଛତିଶଗଡର ସର୍ବାଧିକ ନକ୍ସଲ ପ୍ରଭାବିତ ସୁକମାରେ ସୁରକ୍ଷାବଳକୁ ସଫଳତା ମିଳିଛି । ବୁର୍କଲଙ୍କା ଓ ବଡେ କେଡବାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା ବାହିନୀ ଏକ ନକ୍ସଲ କ୍ୟାମ୍ପକୁ ଧ୍ବଂସ କରିଛନ୍ତି । ବହୁମାତ୍ରାରେ ନକ୍ସଲ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ବମ ନିଷ୍କ୍ରିୟକାରୀ ଟିମ ଜଙ୍ଗଲ ମଧ୍ୟରେ ଏହି ବିସ୍ଫୋରକ ସାମଗ୍ରୀକୁ ନଷ୍ଟ କରିଛି । ଇନଫର୍ମର ମାଧ୍ୟମରେ ଖବର ପାଇ ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମିଳିତ ଭାବେ ଏହି ଅପରେସନରେ ସାମିଲ ହୋଇଥିଲେ । ହେଲେ କୌଣସି ସୂତ୍ରରୁ ସୂଚନା ପାଇ ନକ୍ସଲମାନେ କ୍ୟାମ୍ପ ଛାଡି ପଳାଇଥିଲେ । ନକଟବର୍ତ୍ତୀ ଜଙ୍ଗଲରେ କମ୍ବିଂ ଅପରେସନକୁ କଡାକଡି କରାଯାଇଛି ।

ତେବେ ସୂଚନା ଅନୁସାରେ,ବୁର୍କଲଙ୍କା ଓ ବଡେ କେଡବାଲ ଜଙ୍ଗଲ ଓ ଆଖପାଖ ଏରିଆରେ କୁଖ୍ୟାତ ମାଓନେତା କୁହରାମ ରାଜୁ ଓ ବେଟ୍ଟି ମଙ୍ଗଡୁଙ୍କ ନେତୃତ୍ବରେ ପ୍ରାୟ 30 ରୁ 40 ନକ୍ସଲ ଏକାଠି ହୋଇଥିବା ଖବର ମିଳିଥିଲା । ସେମାନେ ଜଙ୍ଗଲରେ ଅସ୍ଥାୟୀ କ୍ୟାମ୍ପ କରିବା ସହ କିଛି ବଡଧରଣର ଆକ୍ରମଣ ଘଟାଇବା ଯୋଜନାରେ ଥିଲେ । କ୍ୟାମ୍ପରେ ବିସ୍ଫୋରକ ସାମଗ୍ରୀ ମଧ୍ୟ ରଖିଥିଲେ । ଏହି ଆଧାରରେ ସ୍ଥାନୀୟ ପୋଲିସ, ବସ୍ତର ଫାଇଟର ଫୋର୍ସ, ଡିଆରଜି ଓ କେନ୍ଦ୍ରୀୟ ଫୋର୍ସର ଯବାନ ମିଳିତ ଅପରେସନରେ ବାହାରିଥିଲେ । ଆଜି ସକାଳୁ ଜଙ୍ଗଲରେ ସର୍ଚ୍ଚ ଓ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ତେବେ କୌଣସି ସୂତ୍ରରୁ ସୂଚନା ପାଇଁ ନକ୍ସଲମାନେ କ୍ୟାମ୍ପ ଛାଡି ଜଙ୍ଗଲ ମଧ୍ୟକୁ ଖସି ଯାଇଥିବା ସନ୍ଦେହ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ୨୦ ଜଣ ପାଇବେ ରାଜ୍ୟପାଳ ପୋଲିସ ପଦକ, ଗଣତନ୍ତ୍ର ଦିବସରେ‌ ହେବେ ସମ୍ମାନିତ

ସୁରକ୍ଷା ବଳ କ୍ୟାମ୍ପ ଧ୍ବଂସ କରିବା ସହ ବହୁମାତ୍ରାରେ ମାଓସାମଗ୍ରୀ ଓ ବିସ୍ଫୋରକ ଜବତ କରିଛି । ସେଗୁଡିକୁ ଜଙ୍ଗଲ ମଧ୍ୟରେ ନଷ୍ଟ ମଧ୍ୟ କରାଯାଇଛି । ଅଧିକ ଫୋର୍ସ ନିକଟବର୍ତ୍ତୀ ଏରିଆକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ବିଧାନସଭା ନିର୍ବାଚନରେ ହୋଇଥିବା ନକ୍ସଲ ହିଂସା ପରେ ଏବେ ରାଜ୍ୟରେ ନକ୍ସଲ ବିରୋଧୀ ଅପରେସନକୁ ଆହୁରି ବ୍ୟାପକ କରାଯାଇଛି । ଗତକାଲି ବିଜାପୁର ନିକଟବର୍ତ୍ତୀ ଜଙ୍ଗଲରେ ନକ୍ସଲଙ୍କ ସହ ସୁରକ୍ଷା ବାହିନୀର ଗୁଳି ବିନିମୟ ହୋଇଥିଲା । ଏଥିରେ 3 ନକ୍ସଲ ନିପାତ ହୋଇଥିଲେ । ଖଞ୍ଚା ଯାଇଥିବା ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିଲେ । ତାଙ୍କୁ ହେଲିକପ୍ଟରରେ ରାୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଏବେ ଚିକିତ୍ସାଧୀନ ରହିଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details