ନୂଆଦିଲ୍ଲୀ/ ଭୁବନେଶ୍ବର: ଆସନ୍ତାକାଲି 75ତମ ଗଣତନ୍ତ୍ର ଦିବସ ପାଳିବ ଦେଶ । ଏହି ଅବସରରେ ଜାତୀୟ ସାହସିକତା ଏବଂ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ଘୋଷଣା କରାଯାଇଛି । ପୋଲିସ, ଅଗ୍ନିଶମ ସେବା, ହୋମଗାର୍ଡ, ସିଭିଲ ଡିଫେନ୍ସ ଏବଂ ସୁଧାର ସେବା ବିଭାଗରେ ଦେଶରେ ମୋଟ 1132 ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏଥି ମଧ୍ୟରୁ ଓଡିଶାରୁ 15 ଜଣ ରହିଛନ୍ତି । ସେହିପରି ଉଲ୍ଲେଖନୀୟ ସେବା ପାଇଁ ଓଡିଶାର ଦୁଇ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଏନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି ।
ଗଣତନ୍ତ୍ର ଦିବସରେ 2 ଜଣଙ୍କୁ ରାଷ୍ଟ୍ରପତି ବୀରତ୍ବ ପୁରସ୍କାର (PGM) ପୁରସ୍କାର ପ୍ରଦାନ କରାଯିବ ଓ 275 ଜଣଙ୍କୁ ବିରତ୍ବ ପୁରସ୍କାର(GM)ରେ ସମ୍ମାନିତ କରାଯିବ । ସେମାନଙ୍କ ମଧ୍ୟରେ ସର୍ବାଧିକ 72 ଜଣ ଜମ୍ମୁ କାଶ୍ମୀର ପୋଲିସ କର୍ମଚାରୀ, ମହାରାଷ୍ଟ୍ରର 18 ଜଣ , ଛତିଶଗଡର 26 ଜଣ, ଝାରଖଣ୍ଡର 23 ଜଣ, ଓଡିଶାରୁ 15 ଜଣ, ଦିଲ୍ଲୀରୁ 8 ଜଣ, ସିଆରପିଏଫର 65 ଜଣ, ଏସଏସବି-ସିଏପିଓଫ ଓ ଅନ୍ୟାନ୍ୟ ରାଜ୍ୟ ଏବଂ କ୍ରେନ୍ଦ୍ର ଶାସିତ ଅଞ୍ଚଳର 21 ଜଣଙ୍କୁ ବୀରତ୍ବ ପୁରସ୍କାରରେ ସମ୍ମାନିତ କରାଯିବ ।
ସେହିପରି 102 ଜଣଙ୍କୁ ଶ୍ରେଷ୍ଠ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେଥି ମଧ୍ୟରୁ ପୋଲିସ ସେବା ପାଇଁ 94 ଜଣଙ୍କୁ, ଅଗ୍ନିଶମ ସେବା ପାଇଁ 4 ଜଣଙ୍କୁ , ସିଭିଲ ଡିଫେନ୍ସ ଏବଂ ହୋମ ଗାର୍ଡ ସେବା ପାଇଁ 4 ଜଣଙ୍କୁ ମେଡାଲ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ 2ଜଣ ଓଡିଶାର ରହିଛନ୍ତି । ସେମାନେ ହେଉଛନ୍ତି ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ । ସମ୍ମାନଜନକ ସେବା ପାଇଁ 753 ଜଣଙ୍କୁ ପଦକ ପ୍ରଦାନ କରାଯିବ । ସେଥି ମଧ୍ୟରୁ ମଧ୍ୟରୁ 667 ଟି ପୋଲିସ ସେବାକୁ, 32 ଟି ଅଗ୍ନିଶମ ସେବାକୁ, 27 ଟି ସିଭିଲ ଡିଫେନ୍ସ ଆଣ୍ଡ ହୋମ ଗାର୍ଡ ସେବାକୁ ଏବଂ 27 ଟି ସୁଧାର ସେବାକୁ ପ୍ରଦାନ କରାଯିବ ।