ହାଇଦ୍ରାବାଦ:ପରଲୋକରେ ଅଗ୍ନି ମିସାଇଲ ଜନକ ତଥା ବିଶିଷ୍ଟ ବୈଜ୍ଞାନିକ ନାମ ନାରାୟଣ ଅଗ୍ରଓ୍ବାଲ । 84 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଭାରତୀୟ ପ୍ରତିରକ୍ଷା ଗବେଷଣ ବିକାଶ ସଂସ୍ଥାନର ବିଶିଷ୍ଟ ବୈଜ୍ଞାନିକ । ତାଙ୍କୁ ଅଗ୍ନି ମିସାଇଲ ଜନକ କୁହାଯାଏ । ସେ ଅଗ୍ନି ବାଲାଷ୍ଟିକ୍ ମିସାଇଲ ପୋଗ୍ରାମ ମୁଖ୍ୟ ଥିଲେ ।
ଆରପାରିରେ ଅଗ୍ନି ମିସାଇଲ ଜନକ ରାମ ନାରାୟଣ ଅଗ୍ରଓ୍ବାଲ । ଗୁରୁବାର ରାତ୍ରରେ 84 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥାନ (ଡିଆରଡିଓ)ର ବରିଷ୍ଠ ତଥା ବିଶିଷ୍ଟ ବୈଜ୍ଞାନିକ, ଯାହାଙ୍କୁ କୁହାଯାଏ ଅଗ୍ନିଓ୍ବାଲ୍ ବା ଅଗ୍ନିମ୍ୟାନ୍, ଭାରତର ବାଲାଷ୍ଟିକ୍ ମିସାଇଲ୍ ପୋଗ୍ରାମରେ ମହତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି । 1983 ମସିହାରେ ଭାରତ ସରକାର ମିଶନ ମୋଡରେ ଏହି ପୋଗ୍ରାମ ଆରମ୍ଭ କରିଥିଲେ । ଅଗ୍ନି ମିସାଇଲ୍ ପୋଗ୍ରାମର ପ୍ରଥମ ପୋଗ୍ରାମ ନିର୍ଦେଶକ ଥିଲେ ଅଗ୍ରଓ୍ବାଲ । ଏହା ସହିତ ହାଇଦ୍ରାବାଦସ୍ଥିତ ଆଡଭାନ୍ସଡ ସିଷ୍ଟମ୍ସ ଲାବ୍ରୋଟୋରୀ (ଏଏସଏଲ୍)ର ପ୍ରତିଷ୍ଠାତା ଏବଂ ନିଦ୍ଦେଶକ ଥିଲେ ଅଗ୍ରଓ୍ବାଲ ।
କେତେ ମାରାତ୍ମକ ‘ଅଗ୍ନି’-
ଭାରତରେ ବିକଶିତ ଅଗ୍ନି ମିସାଇଲ ଏକ ବାଲାଷ୍ଟିକ୍ ମିସାଇଲ୍ । ଏହାର ମାରକ କ୍ଷମତା ମଧ୍ୟମରୁ ଦୂରଗାମୀ । ଅର୍ଥାତ ଏହି ବାଲାଷ୍ଟିକ୍ ମିସାଇଲ ଉପ ମହାଦେଶଙ୍କୁ ମଧ୍ୟ ଟର୍ଗେଟ କରିପାରିବ । ଏହା ପରମାଣୁ ଅସ୍ତ୍ର ନେଇ ପାରିବ । ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ମାଡ ହେଉଥବା ମିସାଇଲ୍ । 1989 ମସିହାରେ ପ୍ରଥମେ ଅଗ୍ନ-1 ମିସାଇଲ ବିକଶିତ ହୋଇଥିଲା । ତେବେ 2019 ମସିହା ସୁଦ୍ଧା ଭାରତର ଅସ୍ତ୍ରାଗାରରେ ରହିଛି 7ଟି ଅଗ୍ନି ସିରିଜ ମିସାଇଲ୍ ।