ଓଡିଶା

odisha

ETV Bharat / bharat

ରତନ ଟାଟାଙ୍କ ସ୍ଥାନ ନେଲେ ନୋଏଲ, ହେଲେ ଟାଟା ଟ୍ରଷ୍ଟ ନୂଆ ଅଧ୍ୟକ୍ଷ

ଶିଳ୍ପପତି ରତନ ଟାଟାଙ୍କ ବିୟୋଗ ପରେ ଟାଟା ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ମନୋନୀତ । ରତନଙ୍କ ଭାଇ ନୋଏଲ ହେଲେ ଗ୍ରୁପର ନୂଆ ଚେୟାରମ୍ୟାନ ।

By ETV Bharat Odisha Team

Published : 4 hours ago

Updated : 4 hours ago

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । ଟାଟା ଟ୍ରଷ୍ଟର କମାଣ ସମ୍ଭାଳିବେ ନୋଏଲ ଟାଟା । ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ରତନ ଟାଟାଙ୍କ ବିୟୋଗ ପରେ ଏପରି ନିଷ୍ପତ୍ତି ନିଆଯାଇଛି । 40 ବର୍ଷର ଅଭିଜ୍ଞତା ଥିବାରୁ ନୋଏଲ ସର୍ବସମ୍ମତିରେ ନିଯୁକ୍ତି ପାଇଛନ୍ତି । ନୋଏଲଙ୍କର ଟାଟା ଗ୍ରୁପର ଅନେକ କମ୍ପାନୀରେ ଭାଗିଦାରୀ ରହିଛି । ପାରିବାରିକ ସମ୍ବନ୍ଧ ଯୋଗୁଁ ସେ ଅଧ୍ୟକ୍ଷ ହେବା ନେଇ ପ୍ରମୁଖ ଦାବିଦାର ଥିଲେ । ସୂଚନାଯୋଗ୍ୟ ଯେ, ଗତ ବୁଧବାର ରାତିରେ ଟାଟା ଟ୍ରଷ୍ଟ ଅଧ୍ୟକ୍ଷ ରତନ ଟାଟାଙ୍କର ଦେହାନ୍ତ ହୋଇଥିଲା । ରତନ ଟାଟାଙ୍କର ୮୬ ବର୍ଷ ବୟସରେ ପରଲୋକ ହୋଇଥିଲା ।

ନୋଏଲ ଟାଟା କିଏ ?

ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କ ସାବତ ଭାଇ । ରତନ ଟାଟାଙ୍କ ବାପା ନାଭାଲ ଟାଟା ଦୁଇ ଜଣଙ୍କୁ ବିବାହ କରିଥିଲେ । ପ୍ରଥମ ବିବାହ ବିଚ୍ଛେଦ ପରେ ଦ୍ବିତୀୟ ବିବାହ କରିଥିଲେ । ନୋଏଲ ହେଉଛନ୍ତି ତାଙ୍କ ସାବତ ମାଆଙ୍କ ପୁଅ । ସେ ଇନଭେଷ୍ଟମେଣ୍ଟ, ଭୋଲ୍ଟାଜ ଲିମିଟେଡ, ଇଣ୍ଟରନ୍ୟାସନାଲ ଲିମିଟେଡ, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡ ଅଧ୍ୟକ୍ଷ ରହିଛନ୍ତି । ଟାଟା କମ୍ପାନୀ ଲିମିଟେଡର ଉପାଧ୍ୟକ୍ଷ ଥିବା ବେଳେ ବର୍ତ୍ତମାନ ତାଙ୍କ ଦାୟିତ୍ବ ବଢିଛି । ରତନ ଟାଟାଙ୍କ ଦେହାନ୍ତ ପରେ ଏବେ ସେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ସାର ରତନ ଟାଟା ଟ୍ରଷ୍ଟ ବୋର୍ଡରେ ଟ୍ରଷ୍ଟି ଅଛନ୍ତି ନୋଏଲ ।

  • ନୋଏଲ ହେଉଛନ୍ତି ରତନ ଟାଟାଙ୍କ ସାବତ ଭାଇ
  • ରତନ ଟାଟାଙ୍କ ବାପା ଦୁଇ ଜଣଙ୍କୁ ବିବାହ କରିଥିଲେ
  • ପ୍ରଥମ ବିବାହ ବିଚ୍ଛେଦ ପରେ ଦ୍ବିତୀୟ ବିବାହ କରିଥିଲେ ରତନ ଟାଟାଙ୍କ ବାପା
  • ଇନଭେଷ୍ଟମେଣ୍ଟ, ଭୋଲ୍ଟାଜ ଲିମିଟେଡ, ଇଣ୍ଟରନ୍ୟାସନାଲ ଲିମିଟେଡ, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡ ଅଧ୍ୟକ୍ଷ ରହିଛନ୍ତି ନୋଏଲ ଟାଟା
  • ଟାଟା କମ୍ପାନୀ ଲିମିଟେଡର ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି

ଏହା ମଧ୍ୟ ପଢ଼ନ୍ତୁ- ପଞ୍ଚଭୂତରେ ବିଲୀନ ଭାରତ 'ରତନ': ପାର୍ସି ରୀତିନୀତିରେ ହେଲା ଶେଷକୃତ୍ୟ, କିନ୍ତୁ...

ଏହା ମଧ୍ୟ ପଢ଼ନ୍ତୁ- ଓଡ଼ିଶା ସହ ରତନ ଟାଟାଙ୍କ କନେକ୍ସନ, ଏସବୁ ଅବଦାନକୁ ଭୁଲିବନି ରାଜ୍ୟ

ଟାଟା ବ୍ରାଣ୍ଡ ଦେଢ଼ଶହ ବର୍ଷର ପୂରୁଣା ଏବଂ ପ୍ରତିଷ୍ଠିତ କମ୍ପାନୀ । ଟାଟା ସନ୍ସ କମ୍ପାନୀର ୬୬ ପ୍ରତିଶତ ଅଂଶଧନ, ଟାଟା ଟ୍ରଷ୍ଟ ନିକଟରେ ରହିଛି । ସେହି ଦୃଷ୍ଟିରୁ ନୋଏଲ ଟାଟାଙ୍କୁ, ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ବା ଚେୟାରମ୍ୟାନ କରାଯିବା ବେଶ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସୂଚନା ଅନୁସାରେ ନୋଏଲ ଟାଟାଙ୍କୁ ସର୍ବସମ୍ମତି କ୍ରମେ ଟାଟା ଟ୍ରଷ୍ଟ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଛି । ଅକ୍ଟୋବର ୯ ତାରିଖ ବୁଧବାର ଦିନ ଶିଳ୍ପ ସମ୍ରାଟ ରତନ ଟାଟାଙ୍କର ବିୟୋଗ ହୋଇଥିଲା । ମୁମ୍ବାଇର ବ୍ରିଚ କାଣ୍ଡି ହସପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଶିଳ୍ପ ରତନ, ବିଜନିସ ଟାଇକୁନ ରତନ ଟାଟା ।

Last Updated : 4 hours ago

ABOUT THE AUTHOR

...view details