ଓଡିଶା

odisha

Eenadu Relief Fund; ଜଳ ପ୍ରଳୟରେ ଉବୁଟୁବୁ ଆନ୍ଧ୍ର-ତେଲେଙ୍ଗାନା; ବନ୍ୟା ପୀଡିତଙ୍କୁ 5 କୋଟି ସହାୟତା ଦେଲା ରାମୋଜୀ ଗ୍ରୁପ୍, ଜନତାଙ୍କୁ ଖୋଲାହସ୍ତରେ ଦାନ ପାଇଁ ଅପିଲ୍ - RAMOJI GROUP FLOOD DONATION

By ETV Bharat Odisha Team

Published : Sep 4, 2024, 10:44 PM IST

Updated : Sep 5, 2024, 11:56 AM IST

Ramoji Group donated Rs five crore to flood victims in Andhra Pradesh and Telangana: ଜଳ ପ୍ରଳୟ ବିଭୀଷିକାରେ ସବୁ କିଛି ହରାଇଥିବା ବନ୍ୟା ପୀଡିତଙ୍କ ଏଭଳି କଠିନ ସମୟରେ ତାଙ୍କ ସହିତ ଠିଆ ହୋଇଛି ରାମୋଜୀ ଗ୍ରୁପ୍ । ପୀଡିତଙ୍କ ପାଇଁ ସହାୟତା ପ୍ରଦାନ କରିବା ସହିତ ଜନତାଙ୍କୁ ଖୋଲାହସ୍ତରେ ଦାନ ପାଇଁ ଅପିଲ୍ କରିଛି ରାମୋଜୀ ଗ୍ରୁପ । ‘ଇନାଡୁ ରିଲିଫ ଫଣ୍ଡ’ ମାଧ୍ୟମରେ 5 କୋଟି ବନ୍ୟା ପୀଡିତଙ୍କ ପାଇଁ ଦାନ ଘୋଷଣା କଲେ ଇନାଡୁର ପରିଚାଳନା ନିର୍ଦ୍ଦେଶକ ସିଏଚ କିରଣ । ଅଧିକ ପଢନ୍ତୁ

Eenadu Relief Fund
Eenadu Relief Fund (ETV Bharat Odisha)

ହାଇଦ୍ରାବାଦ: ଜଳ ପ୍ରଳୟ ବିଭୀଷିକାରେ ଉବୁଟୁବୁ ଦୁଇ ତେଲୁଗୁ ରାଜ୍ୟ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା । ବନ୍ୟା ଜଳରେ ଭାସୁଛି ଦୁଇ ରାଜ୍ୟର ଅଧିକାଂଶ ସହରଠୁ ଗାଁ । ନାହିଁ ନଥିବା ସମସ୍ୟାରେ ଜୁଝି ହେଉଛନ୍ତି ହଜାର ହଜାର ଲୋକେ । ବର୍ଷା ବିତ୍ପତିରେ ବାସହରା ବନ୍ୟା ପୀଡିତ ଖାଇବା ଠୁ ଆରମ୍ଭ କରି ପାଇବା ପର୍ଯ୍ୟନ୍ତ, ଅତ୍ୟନ୍ତ ସଙ୍କଟପୂର୍ଣ୍ଣ ଗମ୍ଭୀର ସ୍ଥିତି ଦେଇ ଗତି କରୁଛନ୍ତି । ଚାରିଆଡେ ଯୁଆଡେ ଆଖି ବୁଲାଇବେ ଖାଲି ପାଣି ଆଉ ପାଣି । ଏପଟେ ପାଣି ଘେରରେ ଥିବା ଲେକେ ଘରର ଛାତ ଉପରେ ଅନେଇ ବସିଛନ୍ତି ରିଲିଫ ଏବଂ ଏୟାର ଡ୍ରପ୍ କୁ । ବାୟୁସେନାର ହେଲିକପ୍ଟର ରିଲିଫ୍, ରେସ୍କ୍ୟୁ ଅପରେସନରେ ମୁତୟନ । ଏପଟେ ପୀଡିତଙ୍କ ପାଇଁ ଚାରିଆଡୁ ଛୁଟୁଛି ସହଯୋଗର ହାତ । ବନ୍ୟା ପୀଡିତଙ୍କ ଏଭଳି କଠିନ ସମୟରେ ତାଙ୍କ ସହିତ ଠିଆ ହୋଇଛି ରାମୋଜୀ ଗ୍ରୁପ । ପୀଡିତଙ୍କ ପାଇଁ ସହାୟତା ପ୍ରଦାନ କରିବା ସହିତ ଜନତାଙ୍କୁ ଖୋଲାହସ୍ତରେ ଦାନ ପାଇଁ ଅପିଲ୍ କରିଛି ରାମୋଜୀ ଗ୍ରୁପ ।

Eenadu Relief Fund (ETV Bharat Odisha)

ଏହା ବି ପଢନ୍ତୁ- ବର୍ଷାରେ ବେହାଲ୍ ଆନ୍ଧ୍ର-ତେଲେଙ୍ଗାନା: ସହାୟତା ପାଇଁ ଆଗେଇ ଆସିଲେ ସାଉଥ ତାରକା, ଦାନ କଲେ କୋଟି କୋଟି - Actors Donation to Flood Victims

ରାମୋଜୀ ଗ୍ରୁପ, ‘ଇନାଡୁ ରିଲିଫ ଫଣ୍ଡ’ ମାଧ୍ୟମରେ ଦୁଇ ରାଜ୍ୟର ବନ୍ୟା ପୀଡିତଙ୍କ ପାଇଁ 5 କୋଟିର ସହାୟତା ପ୍ରଦାନ କରିଛି । "ଜଳ ପ୍ରଳୟର ବିଭୀଷିକାରେ ଛାରଖାର ହୋଇଯାଇଛି ଦୁଇ ରାଜ୍ୟ । ଭାସି ଯାଇଛି ଝାଳବୁହା ଧନରେ ନିର୍ମିତ ଘର । ଜୀବିକା ହରାଇଛନ୍ତି ହଜାର ହଜାର ବାସିନ୍ଦା । ଦୁଇ ତେଲୁଗୁ ରାଜ୍ୟର ହଜାର ହଜାର ବାସିନ୍ଦା ବର୍ତ୍ତମାନ ପାଣି ଘେରରେ ଜୀବନ କାଟି ଅନ୍ୟର ସହାୟତା ଉପରେ ନିର୍ଭରଶୀଳ । ପାଣି ଘେରରେ ଦିନ କାଟୁଛନ୍ତି ପରିବାର । ଚାରିଆଡେ ଜଳମଗ୍ନ । ଜୀବିକା ଯାଇଛି । ପ୍ରକୃତିର ଜଳ ପ୍ରଳୟରେ ଜୀବନ ବଞ୍ଚାଇ ଭୋକ ଉପାସରେ ଦିନ କାଟୁଛି ହଜାର ହାଜର ଜୀବନ । ପ୍ରକୃତିର କୋପ ପାଇଁ ଦୁଇ ରାଜ୍ୟରେ ହାହାକାର ସ୍ଥିତି । ଏଭଳି ଦୁଃଖଦ ଏବଂ ସଙ୍କଟର ଘଡିରେ, ଚାରିଆଡୁ ସାହାଯ୍ୟର ଆର୍ତଚିତ୍କାର ଛୁଟୁଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଏହା ଆମ ସମସ୍ତଙ୍କ ଦାୟିତ୍ବ ତଥା କର୍ତ୍ତବ୍ୟ କି ଆମେ ବନ୍ୟା ପୀଡିତଙ୍କ ପାଖରେ ଠିଆ ହେବା ଏବଂ ଆମ ସହଯୋଗର ହାତ ବଢାଇବା," ବୋଲି କହିଛନ୍ତି ଇନାଡୁର ପରିଚାଳନା ନିର୍ଦ୍ଦେଶକ ସିଏଚ କିରଣ ।

ସେ ପୁଣି କହିଛନ୍ତି, ତତ୍‌କ୍ଷଣାତ ରେସ୍କ୍ୟୁ ଏବଂ ପୁନଃଥଇଥାନ ଅପରେସନ୍ ପାଇଁ ଇନାଡୁ ରିଲିଫ ଫଣ୍ଡ ଉତ୍ସର୍ଗୀକୃତ । ରାଜ୍ୟର ପ୍ରଭାବିତ ଅଞ୍ଚଳରେ କିପରି ରିଲିଫ ପହଞ୍ଚିବ ଏବଂ ଆମେ କେବଳ ରିଲିଫ କି ସହାୟତାରେ ନିଜକୁ ସୀମିତ ରଖିବୁନି, ବରଂ ଏଭଳି ଦୁଃଖଦ ସମୟରେ ଆମେ ପ୍ରତିଟି ପୀଡିତଙ୍କ ସହିତ ଛିଡା ହୋଇଛୁ ।

ଏହା ବି ପଢନ୍ତୁ- Heavy Rain: ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ, 25 ମୃତ, 140 ଟ୍ରେନ ବାତିଲ, ସ୍ଲୁଲ-କଲେଜ ଛୁଟି - Telangana Andhra rain

ସେ ପୁଣି କହିଛନ୍ତି, ଆମେ ରାମୋଜୀ ଗ୍ରୁପ ପକ୍ଷରୁ ସମସ୍ତ ସହୃଦୟବାନ ବ୍ୟକ୍ତିଙ୍କୁ ଏଭଳି ବର୍ଷା ବିତ୍ପାତରେ ପୀଡିତଙ୍କ ସହାୟତା ପାଇଁ ଅପିଲ କରୁଛୁ । ପ୍ରତିଟି ବ୍ୟକ୍ତି ଏବଂ ଅନୁଷ୍ଠାନ ସହାୟତାର ହାତ ବଢାଇଲେ ମାନବସମାଜ ଉପରେ ଆସିଥିବା ଏହା ସଙ୍କଟକୁ ଆମେ ମୁକାବିଲା କରିପାରିବା । ଇନାଡୁ ରିଲିଫ ଫଣ୍ଡକୁ ଆପଣଙ୍କ ସହାୟତା ଜୀବିକା ହରାଇ ଘଡିସନ୍ଧି ମୁହୂର୍ତ୍ତରେ ଦିନ କାଟୁଥିବା ବନ୍ୟା ପୀଡିତଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହେବ । ଜୀବନ ସନ୍ଧାନଠାରୁ ଆରମ୍ଭ କରି ଜୀବିକା ପ୍ରଦାନ, ପୁନଃଥଇଥାନ ପାଇଁ ସହଯୋଗର ହାତ ବଢାନ୍ତୁ । ଯେଉଁମାନେ ସବୁକିଛି ହରାଇଛନ୍ତି ତାଙ୍କ ମୁଁହରେ ଦାନା ପାଇଁ ଆଗେଇ ଆସନ୍ତୁ ।

ଆପଣ ଏହି ବ୍ୟାଙ୍କ ଆକାଉଣ୍ଟରେ ଦାନ କରିପାରିବେ-

  • Eenadu Relief Fund
  • Union Bank of India
  • Saifabad Branch
  • SB A/c no. 370602010006658
  • IFSC Code: UBIN0537063

ଆନ୍ଧ୍ର-ତେଲେଙ୍ଗାନାରେ ବନ୍ୟା-

ଲଗାଣ ବର୍ଷାରେ ଉବୁଟୁବୁ ଆନ୍ଧ୍ର-ତେଲେଙ୍ଗାନା ରାଜ୍ୟ । ଲଗାଣ ବର୍ଷାରେ ଦୁଇ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ବର୍ଷା ପରିସ୍ଥିତି ଲୋକଙ୍କ ନିଦ ହଜାଇ ଦେଇଛି । ଦୁଇ ରାଜ୍ୟରେ 25ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ପ୍ରବଳ ବର୍ଷା ହେତୁ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟ ଜଳବନ୍ଦୀ ହୋଇ ରହିଛି । ଲୋକମାନେ ନିଜ କାମକୁ ଯାଇପାରୁନାହାନ୍ତି ଏବଂ ବିଜୟୱାଡାରେ ଅଧା ଘର ଜଳମଗ୍ନ ହୋଇଯାଇଛି ଏବଂ ଲୋକମାନେ ନିଜ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି । ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ପ୍ରବଳ ବର୍ଷା ହେତୁ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି । ଉଭୟ ରାଜ୍ୟର ସରକାର ଲୋକଙ୍କ ପାଇଁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥି ସହ ଚାରିଆଡେ ଜଳମଗ୍ନ ହୋଇଥିବା ବେଳେ ଲୋକମାନେ ନିଜ ଘର ଛାଡି ସରକାରୀ ଆଶ୍ରୟସ୍ଥଳକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏଠାରେ ଆନ୍ଧ୍ରପ୍ରଦେଶର ବିଜୟୱାଡା ଜିଲ୍ଲାର ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ ଦେଖାଯାଉଛି । ଆନ୍ଧ୍ରରେ ବର୍ତ୍ତମାନ ସାମାନ୍ୟ ବର୍ଷା କମିଥିବା ବେଳେ ଅନେକ ସ୍ଥାନରେ ପାଣି ଜମି ରହିଛି । ରାସ୍ତାରେ ଲହଡି ମାରୁଛି ବର୍ଷା ପାଣି । ବିଜୟଓ୍ବାଡାରେ ବନ୍ୟା ପରିସ୍ଥିତି ଉପୁଜିଛି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଜୟଓ୍ବାଡାରେ ବନ୍ୟା ପରିସ୍ଥିତି ପରିସ୍ଥିତି ବୁଲି ଦେଖିଛନ୍ତି ।

ସାହାଯ୍ୟର ହାତ ବଢାଇଲେ ସାଉଥ ସେଲିବ୍ରିଟି-

ପ୍ରବଳ ବର୍ଷା ହେତୁ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟ ଜଳବନ୍ଦୀ ହୋଇ ରହିଛି । ଲୋକମାନେ ନିଜ କାମକୁ ଯାଇପାରୁନାହାନ୍ତି ଏବଂ ବିଜୟୱାଡାରେ ଅଧା ଘର ଜଳମଗ୍ନ ହୋଇଯାଇଛି ଏବଂ ଲୋକମାନେ ନିଜ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି । ଏପରି ସମୟରେ ବର୍ତ୍ତମାନ ପୀଡିତଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସାଉଥ ସେଲିବ୍ରିଟି । ଜୁନିଅର ଏନଟିଆର ସମେତ କଲ୍କି 2898AD ନିର୍ମାତା ସହାୟତା ରାଶି ପ୍ରଦାନ କରିଛନ୍ତି ।

ଏହା ବି ପଢନ୍ତୁ- ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ; ସାହାଯ୍ୟର ହାତ ବଢାଇଲେ ସାଉଥ ସେଲିବ୍ରିଟି, କୋଟିଏ ଟଙ୍କା ସହାୟତା ରାଶି ଦେଲେ Jr NTR - Telangana Andhra Pradesh Heavy Rain

ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ, 25 ମୃତ, 140 ଟ୍ରେନ ବାତିଲ-

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଲଗାଣ ବର୍ଷା ପରେ ବନ୍ୟା ପରିସ୍ଥିତି । ପ୍ରବଳ ବର୍ଷାରେ ଧସିଲା ପାହାଡ, ଧୋଇ ହୋଇଗଲା ଟ୍ରେନ ଲାଇନ । ତୁହାକୁ ତୁହା ବର୍ଷା ହେବାରୁ ଉବୁଟୁବୁ ଦକ୍ଷିଣ ଭାରତର ଏହି ଦୁଇ ରାଜ୍ୟ । ବର୍ତ୍ତମାନ ବର୍ଷା ଯୋଗୁଁ ଦୁଇ ରାଜ୍ୟରେ 25 ଜଣଙ୍କର ମୃତ୍ୟୁ ହୋଇଛି । ଆଜି ମଧ୍ୟ ଦୁଇ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ରେର୍ଡ ଆଲର୍ଟ ଜାରି କରିଛି । ହାଇଦ୍ରାବାଦରେ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ବନ୍ୟା ପରିସ୍ଥିତି ଯୋଗୁଁ ଦୁଇ ରାଜ୍ୟର ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Last Updated : Sep 5, 2024, 11:56 AM IST

ABOUT THE AUTHOR

...view details