ଓଡିଶା

odisha

ETV Bharat / bharat

ସପା ନେତାଙ୍କ ବିବାଦୀୟ ବୟାନ: ଔରଙ୍ଗଜେବ ଯେତିକି ମନ୍ଦିର ଭାଙ୍ଗି ନାହାନ୍ତି, ତା'ଠୁ ଅଧିକ ବୌଦ୍ଧ ସ୍ତୁପ ଭାଙ୍ଗିଛନ୍ତି ଶଙ୍କରାଚାର୍ଯ୍ୟ

Ram Gopal Yadav Controversial Statement: ଶଙ୍କରାଚାର୍ଯ୍ୟଙ୍କ ଉପରେ ବିବାଦୀୟ ବୟାନ ଦେଇ ଅଡୁଆରେ ସମାଜବାଦୀ ପାର୍ଟି ନେତା । କହିଲେ ଶଙ୍କରାଚାର୍ଯ୍ୟ ପ୍ରଥମେ ବୌଦ୍ଧ ସ୍ତୁପ ଭାଙ୍ଗିବାରୁ ଔରଙ୍ଗଜେବ ମନ୍ଦିର ଭାଙ୍ଗିଥିଲେ । ଅଧିକ ପଢନ୍ତୁ

ସପା ନେତାଙ୍କ ବିବାଦୀୟ ବୟାନ
ସପା ନେତାଙ୍କ ବିବାଦୀୟ ବୟାନ

By ETV Bharat Odisha Team

Published : Feb 25, 2024, 10:30 AM IST

ଲକ୍ଷ୍ନୌ:''ଭଗବାନ ବୁଦ୍ଧ ଯେଉଁ ବୌଦ୍ଧ ସ୍ତୁପ ତିଆରି କରିଥିଲେ, ସେଗୁଡିକୁ ଶଙ୍କରାଚାର୍ଯ୍ୟ ଭାଙ୍ଗି ଦେଇଥିଲେ । ମୋଗଲ ଶାସକ ଔରଙ୍ଗଜେବ ହିନ୍ଦୁସ୍ଥାନରେ ଯେତିକି ମନ୍ଦିର ଭାଙ୍ଗି ନାହାନ୍ତି, ତା'ଠାରୁ ଅଧିକ ବୌଦ୍ଧ ସ୍ତୁପ ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟମାନେ ଭାଙ୍ଗିଛନ୍ତି ।'' ଗତକାଲି (ଶନିବାର) ଉତ୍ତରପ୍ରଦେଶ ଫିରୋଜାବାଦର ଏକ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପ୍ରଫେସର ରାମଗୋପାଳ ଯାଦବ ଏଭଳି ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ।

ରାମ ଗୋପାଳ ଗତକାଲି ଫିରୋଜାବାଦରେ ରବିଦାସ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ ପ୍ରଥମେ ଭଗବାନ ବୁଦ୍ଧଙ୍କୁ ପ୍ରମାଣ କରି ତାଙ୍କର ବିଚାରଧାରା ଉପରେ ବକ୍ତବ୍ୟ କରିଥିଲେ । ଏହାପରେ ସନାତନ ଧର୍ମର ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସମାଜବାଦୀ ପାର୍ଟି ନେତା କହିଥିଲେ ଯେ, ଯେତେବେଳେ ହିନ୍ଦୁ ଧର୍ମରେ ଉଚ୍ଚ ନୀଚ୍ଚ, ଛୁଆଁ ଅଛୁଆଁ ଭେଦଭାବ ଭଳି ଖୁବ୍ କୁସଂସ୍କାର ରହିଥିଲା, ସେତେବେଳେ ଭଗବାନ ବୁଦ୍ଧ ଏକ ଆନ୍ଦୋଳନ ରୂପେ ବୌଦ୍ଧ ଧର୍ମର ସ୍ଥାପନା କରିଥିଲେ । ପରବର୍ତ୍ତୀ ସମୟରେ ସାରା ବିଶ୍ବରେ ବୌଦ୍ଧ ଧର୍ମ ଲୋକପ୍ରିୟ ହୋଇଥିଲା । ହିନ୍ଦୁସ୍ଥାନ ସମେତ ଚୀନ, ଶ୍ରୀଲଙ୍କା, ବର୍ମା ଭଳି ଅନେକ ଦେଶରେ ଏହାର ପ୍ରଚାର ପ୍ରସାର ହେଲା ।

ଏହା ମଧ୍ୟ ପଢନ୍ତୁ: ଏନସିପି ନେତାଙ୍କ ବିବାଦୀୟ ବୟାନ, "ରାମ ମାଂସାହାରୀ ଥିଲେ"


ଆଜି ବି ଏହି ଦେଶଗୁଡିକରେ ବଡ଼ ସଂଖ୍ୟାରେ ବୌଦ୍ଧ ଧର୍ମାବଲମ୍ବୀ ରହୁଛନ୍ତି । କିନ୍ତୁ ସାମନ୍ତବାଦୀ ଲୋକମାନେ ବୌଦ୍ଧ ଧର୍ମ ଉପରେ ଭାରି ପଡିଲେ । ସେମାନେ ହିନ୍ଦୁସ୍ଥାନରେ ବୌଦ୍ଧ ଧର୍ମକୁ ପ୍ରାୟତଃ ଶେଷ କହିଦେଇଥିଲେ । ବୌଦ୍ଧ ଧର୍ମାବଲମ୍ବୀଙ୍କ ଦ୍ବାରା ଦେଶରେ ଯେଉଁ ବୌଦ୍ଧ ସ୍ତୁପର ସ୍ଥାପନ ହୋଇଥିଲା, ତାକୁ ମଧ୍ୟ ଭାଙ୍ଗି ପକାଇଥିଲେ । ମୋଗଲ ସମ୍ରାଟ ଔରଙ୍ଗଜେବ ଯେତେକି ମନ୍ଦିର ଭାଙ୍ଗି ନଥିଲେ, ତା'ଠାରୁ ୧୦୦ ଗୁଣା ଅଧିକ ବୌଦ୍ଧ ସ୍ତୁପ ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟମାନେ ଭାଙ୍ଗି ଦେଇଥିଲେ ।

ପରବର୍ତ୍ତୀ ସମୟରେ ଏହି କୁସଂସ୍କାର ବିରୋଧରେ ବାବା ସାହେବ ଭୀମରାଓ ଆମ୍ବେଦକର ସ୍ୱର ଉତ୍ତୋଳନ କରିଥିଲେ । କିନ୍ତୁ ଏବେ ବି କ୍ଷମତାରେ ଥିବା ଲୋକମାନଙ୍କର ଏହି ନୀଚ୍ଚ ମାନସିକତା ରହିଛି । ସେମାନେ ଜନତାଙ୍କ ମୌଳିକ ଅଧିକାର ଛଡାଇବାକୁ ଚେଷ୍ଟା କରୁଛନ୍ତି । ସମ୍ବିଧାନର ମୂଳ ଭାବନା ବିରୋଧରେ ସଂସଦରେ ନିୟମ ପ୍ରଣୟନ କରାଯାଉଛି । ଏହାକୁ ଆମକୁ ରୋକିବାକୁ ହେବ ବୋଲି କହିଥିଲେ ରାମ ଗୋପାଳ ଯାଦବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details