ଓଡିଶା

odisha

ETV Bharat / bharat

ରାଜକୋଟ ଗେମଜୋନ ଅଗ୍ନିକାଣ୍ଡ 'ମନୁଷ୍ୟକୃତ ବିପର୍ଯ୍ୟୟ': ଗୁଜୁରାଟ ହାଇକୋର୍ଟ - Rajkot game zone fire update - RAJKOT GAME ZONE FIRE UPDATE

RAJKOT GAME ZONE FIRE UPDATE: ରାଜକୋଟ ଗେମଜୋନ ଅଗ୍ନିକାଣ୍ଡ ଘଟଣା । ଏହାକୁ ମନୁଷ୍ୟକୃତ ବିପର୍ଯ୍ୟୟ କହିଲେ ଗୁଜୁରାଟ ହାଇକୋର୍ଟ । ଅଧିକ ପଢନ୍ତୁ

RAJKOT GAME ZONE
RAJKOT GAME ZONE (Etv Bharat)

By ETV Bharat Odisha Team

Published : May 26, 2024, 4:12 PM IST

ଗାନ୍ଧୀନଗର: ଗୁଜୁରାଟ ରାଜକୋଟ ଗେମଜୋନ ଅଗ୍ନିକାଣ୍ଡ ଘଟଣା । କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ଗୁଜୁରାଟ ହାଇକୋର୍ଟ । ଉଚ୍ଚ ନ୍ୟାୟାଳୟ ଏହାକୁ ମନୁଷ୍ୟକୃତ ବିପର୍ଯ୍ୟୟ କହିଛନ୍ତି । ଏହି ଅଘଟଣରେ ଏଯାବତ ଶିଶୁଙ୍କ ସମେତ 30 ଜଣଙ୍କ ମୃତ୍ୟୁ ଘଟିଲାଣି । ଜଷ୍ଟିସ୍ ବିରେନ ବୈଷ୍ଣବ ଏବଂ ଦେବନ ଦେଶାଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି ଯେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅନୁମୋଦନ ବିନା ଏଭଳି ଖେଳ କ୍ଷେତ୍ର ଏବଂ ମନୋରଞ୍ଜନ ସୁବିଧା ଚାଲିଆସୁଥିବାରୁ ଏହାକୁ ମନୁଷ୍ୟକୃତ ବୋଲି କହିଛନ୍ତି ହାଇକୋର୍ଟ । ଏହି ଘଟଣାରେ ମୃତକଙ୍କ ପରିଚୟ ଜାଣିବା ଲାଗି ଡିଏନଏ ନମୁନା ସଂଗ୍ରହ କରାଯାଇଛି ।

ଅହମ୍ମଦାବାଦ, ଭଦୋଦରା, ସୁରଟ ଏବଂ ରାଜକୋଟ ମ୍ୟୁନିସିପାଲିଟି ନିଗମର ଆଇନଜୀବୀମାନଙ୍କୁ ସୋମବାର ଦିନ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କେଉଁ ଆଇନ ଅନୁଯାୟୀ ଏହି ଗେମଜୋନ ଗଠନ କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦିଆଯାଇଥିଲା ସେ ନେଇ ଏମାନେ ଉତ୍ତର ରଖିବାକୁ କୋର୍ଟ କହିଛନ୍ତି । 30 ଜଣ ମୃତକଙ୍କ ମଧ୍ୟରୁ 12ବର୍ଷରୁ କମ ବୟସର 4ଜଣ ଶିଶୁ ଥିଲେ । ଏହାସହିତ 3 ଜଣ ଗୁରୁତର ଆହତ ହୋଇଥିବା ବେଳେ 35ରୁ ଅଧିକ ନିଖୋଜ ଥିବା ଜଣାପଡ଼ିଛି । ଖରାଦିନ ଛୁଟି ଥିବା ବେଳେ ଏନେକ କୁନି କୁନି ପିଲା ଶନିବାର ସନ୍ଧ୍ୟାରେ ଭ୍ରମଣ ଉଦ୍ଦେଶ୍ୟରେ ଏଠାକୁ ଆସିଥିଲେ ।

ଏହା ବି ପଢନ୍ତୁ- ଗେମିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ; ଶିଶୁଙ୍କ ସମେତ ୨୫ ଜୀବନ୍ତ ଦଗ୍ଧ, ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ

ଆଜି (ରବିବାର) ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅଘଟଣ ସ୍ଥଳ ପରିଦର୍ଶନ କରିଛନ୍ତି । ଏହାସହିତ ଆହତଙ୍କୁ ମଧ୍ୟ ଭେଟିଥିଲେ । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଓ ଆହତ ମାନଙ୍କୁ ୫୦ ହଜାର ଟଙ୍କାର କ୍ଷତି ପୂରଣ ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହା ସହ SIT ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଦ୍ବିପ୍ରହର ସମୟରେ ଟିଆରପି ଗେମିଂ ଜୋନରେ ନିଆଁ ଲାଗିଥିଲା ।

ଅନ୍ୟପଟେ ହାଇକୋର୍ଟ ରାଜ୍ୟ ସରକାର ଓ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଠାରୁ ଜାଣିବାକୁ ଚାହୁଁଛନ୍ତି ଯେ ଉକ୍ତ ଗେମଜୋନକୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା କି ନାହିଁ ଓ ସେଠାରେ ସୁରକ୍ଷା ନିମୟକୁ ଭଲ ଭାବେ ପାଳନ କରାଯାଉଥିଲା କି ନାହିଁ । କାରଣ କିଛି ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଗେମଜୋନରେ ଆବଶ୍ୟକୀୟ ନିୟମାବଳୀକୁ ଅନୁସରଣ କରାଯାଉ ନ ଥିଲା । ଶୁଣାଣି ବେଳେ ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟକୁ ଭିତ୍ତି କରି ହାଇକୋର୍ଟ କହିଛନ୍ତି ଯେ ଉକ୍ତ ଗେମଜୋନରେ ଜ୍ବଳନ ସାମଗ୍ରୀ ରହିଥିଲା ଯେପରିକି ପେଟ୍ରୋଲ, ଫାଇବର ଆଦି ।

ABOUT THE AUTHOR

...view details