ଓଡିଶା

odisha

ETV Bharat / bharat

ଟେମ୍ପୋକୁ ପିଟିଲା ବସ: ଦୁଇ ପରିବାର ୮ ଶିଶୁଙ୍କ ସମେତ ୧୧ ମୃତ

କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ ଦୁଇ ପରିବାର । ଟେମ୍ପୋକୁ ପିଟିଲା ଦ୍ରୁତଗାମୀ ବସ୍‌ । ମୃତକଙ୍କ ମଧ୍ୟରେ ୮ ଶିଶୁ ଓ ଦୁଇ ମହିଳା ।

By ETV Bharat Odisha Team

Published : 11 hours ago

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ଶିଶୁଙ୍କ ସମେତ ୧୧ ମୃତ
ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ଶିଶୁଙ୍କ ସମେତ ୧୧ ମୃତ (ETV Bharat Odisha)

ଜୟପୁର:ରାଜସ୍ଥାନ ଢୋଲପୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟେମ୍ପୋକୁ ଏକ ଯାତ୍ରିବାହୀ ବସ୍‌ ଧକ୍କା ଦେବାରୁ ଦୁଇ ପରିବାରର ୧୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୮ ଶିଶୁ ଓ ୨ ମହିଳା ରହିଛନ୍ତି । ଅନ୍ୟ ତିନିଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ଢୋଲପୁର ଜିଲ୍ଲାର ସୁନିପୁର ନିକଟବର୍ତ୍ତୀ ୧୧-ନମ୍ବର ଜାତୀୟରେ ଏହି ଦୁର୍ଘଟଣା ଘଟିଛି । ମୃତାହତମାନେ ଦୁଇ ପରିବାର ସଦସ୍ୟ ଓ ସେମାନେ ଜଣେ ସମ୍ପର୍କୀୟଙ୍କ ଘରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ଅଟୋରେ ଫେରୁଥିଲେ । ଖବର ପାଇ ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।

  • ମୃତକଙ୍କ ମଧ୍ୟରେ ୮ ଶିଶୁ ୨ ମହିଳା

ବାଡି-କୋତୱାଲୀ ପୋଲିସ୍‌ ଷ୍ଟେସନ ପ୍ରଭାରୀ ଶିବ ଲାହରୀ ମୀନା କହିଛନ୍ତି, କରୀମ କଲୋନୀ ଗୁମାଟ ମୋହଲ୍ଲା ବାସିନ୍ଦା ନାହନୁ ଓ ଜହିରଙ୍କ ପରିବାର ଜଣେ ସମ୍ପର୍କୀୟଙ୍କ ଘରକୁ କୌଣସି କାର୍ଯ୍ୟକ୍ରମ ପାଇଁ ଯାଇଥିଲେ । ରାତିରେ ସେମାନେ ଏକ ଟେମ୍ପୋରେ ଫେରୁଥିଲେ । ସୁନୀପୁର ଗ୍ରାମ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ସ୍ଲିପର-କୋଚ ବସ୍‌ ଏହି ଟେମ୍ପୋକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୮ ଶିଶୁଙ୍କ ସମେତ 11 ଜଣଙ୍କର ମୃତ୍ୟୁ ଘଟିଛି । ୩ ଆହତଙ୍କ ମଧ୍ୟରେ ବସର ଡ୍ରାଇଭର ଏବଂ କଣ୍ଡକ୍ଟର ଏବଂ ଅନ୍ୟ ଜଣେ ଅଛନ୍ତି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ଶିଶୁଙ୍କ ସମେତ ୧୧ ମୃତ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଭୁବନେଶ୍ୱରର ଏକ ସ୍ପା’ ସେଣ୍ଟରୁ ଯୁବତି ଉଦ୍ଧାର, ଅନୈତିକ କାମ କରାଉଥିଲେ ସ୍ପା ମାଲିକ

ଏହା ମଧ୍ୟ ପଢନ୍ତୁ: ବାଇକକୁ ଧକ୍କା ଦେଇ ଜଳିଗଲା ଯାତ୍ରୀବାହୀ ବସ, ଜଣେ ମୃତ

ଏହା ମଧ୍ୟ ପଢନ୍ତୁ:- ଟ୍ରେନ ଧକ୍କାରେ ଆଖି ବୁଜିଲା ଛୁଆ ହାତୀ: ଭୁଲ କାହାର ? କହିଲେ PCCF

  • ତଦନ୍ତ ଆରମ୍ଭ କଲା ପୋଲିସ

ଥାନା ପ୍ରଭାରୀ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ମୃତଦେହକୁ ହସ୍ପିଟାଲର ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ଆଜି (ରବିବାର) ଦିନ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ । ଦୁର୍ଘଟଣାରେ ସମ୍ପୃକ୍ତ ଉଭୟ ଗାଡିକୁ ପୋଲିସକୁ ଜବତ କରିଛି ତଦନ୍ତ ଆରମ୍ଭ କରିଛି । ଖବର ପାଇବା ପରେ ବାଡି ଅତିରିକ୍ତ ଏସପି କମଲ କୁମାର ଜାଙ୍ଗିଡ, ଉପଜିଲ୍ଲାପାଳ ଦୁର୍ଗା ପ୍ରସାଦ ମୀନା, ସର୍କଲ ଅଧିକାରୀ ମହେନ୍ଦ୍ର କୁମାର ମୀନା, ବରୀ ସଦର ପୋଲିସ ଷ୍ଟେସନ ଇନଚାର୍ଜ ବିନୋଦ କୁମାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ଶିଶୁଙ୍କ ସମେତ ୧୧ ମୃତ (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details