ହାଇଦ୍ରାବାଦ: ଆରମ୍ଭ ହୋଇଛି ନୂଆବର୍ଷ ୨୦୨୫ । ସମସ୍ତେ ଚାହାନ୍ତି ଯେ, ନୂତନ ବର୍ଷ ସେମାନଙ୍କ ଜୀବନରେ ସୁଖ ସମୃଦ୍ଧି ନେଇଆସୁ । ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଅର୍ଥ ସମସ୍ୟା ଦୂର ହେବା ସହ ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇଁ ସମସ୍ତେ ଆଶା ରଖିଥାନ୍ତି । ଏଥିପାଇଁ ଲୋକମାନେ ନୂଆବର୍ଷରେ ପୂଜାପାଠ କରିବା ସହ ବିଭିନ୍ନ ଉପାୟ ମଧ୍ୟ କରନ୍ତି । ଯଦି ୨୦୨୫ ବର୍ଷର ସଂଖ୍ୟାକୁ ଯୋଗ କରାଯାଏ, ତେବେ ଏହାର ମୂଳାଙ୍କ ହେଉଛି ୨+୦+୨+୫=୯ । ସଂଖ୍ୟା ୯ ହେଉଛି ମଙ୍ଗଳ ଗ୍ରହଙ୍କ ମୂଳାଙ୍କ । ଏହି କାରଣରୁ ଏ ବର୍ଷକୁ ମଙ୍ଗଳ ଦେବଙ୍କ ବର୍ଷ ବୋଲି କୁହାଯାଉଛି ।
ଲକ୍ଷ୍ନୌର ଜ୍ୟୋତିର୍ବିଦ୍ ଡ. ଉମାଶଙ୍କର ମିଶ୍ରଙ୍କ କହିବା ଅନୁସାରେ, ମଙ୍ଗଳଙ୍କ ପ୍ରଭାବ ଓ ଦେବଗୁରୁ ବୃହସ୍ପତିଙ୍କ ଗତି ପରିବର୍ତ୍ତନ ହେତୁ ଚଳିତ ବର୍ଷ ବେସ ପ୍ରଭାବିତ ରହିବ । ବୃହସ୍ପତି ବର୍ଷସାରା ଲୋକଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବେ । ଏହାସହ ଦେଶବାସୀଙ୍କୁ କ୍ୟାରିୟର ଓ ମୁଦ୍ରାସ୍ପୀତିର ମଧ୍ୟ ସାମ୍ନା କରିବାକୁ ପଡ଼ିବ । ଏହା ବ୍ୟତୀତ ଶନିଦେବ ମଧ୍ୟ ପ୍ରଭାବ ଦେଖାଇବେ । ପ୍ରଭାବରେ କିଛି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ଘଟିବା ସହ ବଡ଼ ଅର୍ଥଲାଭ ପାଇବାର ସମ୍ଭାବନା ରହିଛି ।
ଏହି ରାଶି ହେବେ ମାଲାମାଲ:
ଜ୍ୟୋତିର୍ବିଦ୍ ଡ.ଉମାଶଙ୍କର ମିଶ୍ରଙ୍କ କହିବା ଅନୁଯାୟୀ, ୨୦୨୫ ବର୍ଷରେ ବୃଷ, କନ୍ୟା, ତୁଳା ଓ ମକର ରାଶିର ବ୍ୟକ୍ତିବିଶେଷମାନେ ବହୁତ ଭାଗ୍ୟବାନ ହେବେ । ଏହି ରାଶିର ଲୋକଙ୍କ ପାଇଁ ଏବର୍ଷ ଟଙ୍କା ପଇସା ପାଇଁ ଲାଭଦାୟକ ହେବ । ଆର୍ଥିତ ସ୍ଥିତି ସୁଦୃଢ଼ ହେବ । ଟଙ୍କା ପଇସାରେ କୌଣସି ସମସ୍ୟା ଦେଖାଦେବ ନାହିଁ । ବର୍ଷସାରା ଅର୍ଥର ଅଭାବ ରହିବ ନାହିଁ । ଏହାସହ ବିନା କୌଣସି ବାଧା ବିଘ୍ନରେ ସମସ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ ହେବ । ହସଖୁସିରେ ସମ୍ପୂର୍ଣ୍ଣ ବର୍ଷକୁ ଅତିବାହିତ କରିବେ ।
ଏହି ରାଶି ରୁହନ୍ତୁ ସତର୍କ:
ସେହେପରି ଜ୍ୟୋତିର୍ବିଦ୍ କହିଛନ୍ତି ଯେ, ମେଷ, ସିଂହ, ବିଛା ଓ ମୀନ ରାଶିର ଲୋକମାନଙ୍କୁ ଚଳିତ ବର୍ଷ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ବର୍ଷସାରା ଉତ୍ଥାନ ପତନ ଦେଇ ଗତି କରିବାକୁ ପଡ଼ିପାରେ । ଆୟର ଉତ୍ସ ଖୋଜିବାକୁ ପଡିପାରେ । ସେହିପରି ଘରର ବଜେଟ ମଧ୍ୟ ଖରାପ ରହିପାରେ । ଏହି ରାଶିର ଲୋକମାନଙ୍କୁ ବର୍ଷର ପ୍ରଥମ ମାସରୁ ହିଁ ସତର୍କତାର ସହ ରହିବାକୁ ପଡ଼ିବ ।
ଏହି ରାଶି ପାଇଁ ମିଶ୍ରିତ ଫଳ:
ଜ୍ୟୋତିର୍ବିଦ୍ ଡ. ଉମାଶଙ୍କର ମିଶ୍ର କହିଛନ୍ତି ଯେ, କର୍କଟ ଓ କୁମ୍ଭ ରାଶିର ଲୋକଙ୍କ ପାଇଁ ନୂଆବର୍ଷ ୨୦୨୫ ମିଶ୍ରିତ ଫଳ ପ୍ରଦାନ କରିବ । ଏମାନଙ୍କ ପାଇଁ ବର୍ଷଟି ସ୍ବାଭାବିକ ରହିବ । ସେମାନଙ୍କ ସମସ୍ତ କାର୍ଯ୍ୟ ବିନା କୌଣସି ବାଧାରେ ସମାପ୍ତ ହେବ । ଆୟ ମଧ୍ୟ ଜାରି ରହିବ । ଯେପରି ଖର୍ଚ୍ଚ ବୃଦ୍ଧି ନହୁଏ ସେଥିପ୍ରତି ଏହି ରାଶିଙ୍କୁ ବିଶେଷ ଧ୍ୟାନ ଦେବାର ଅଛି । ନଚେତ ପରିସ୍ଥିତି ବଦଳି ଯାଇପାରେ ।
କରନ୍ତୁ ଏହି ଉପାୟ:
ବର୍ଷ ୨୦୨୫କୁ ଭଲରେ କାଟିବା ପାଇଁ ସବୁ ରାଶିର ବ୍ୟକ୍ତିଙ୍କୁ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିବାକୁ ପଡ଼ିବ । ସକାଳ ଓ ସନ୍ଧ୍ୟାରେ ଥରେ ହୁନୁମାନ ଚାଳିସା ପାଠ କରିବାକୁ ପଡ଼ିବ । ଏହାସହ ପ୍ରତି ଶନିବାର ଦିନ ଅଶ୍ବତଥ୍ ଗଛ ମୂଳରେ ଶୋରିଷ ତେଲରେ ଦୀପ ଜାଳିବାକୁ ପଡ଼ିବ ।
ଏହା ମଧ୍ୟ ପଢ଼ନ୍ତୁ...ବାର୍ଷିକ ରାଶିଫଳ 2025: କେମିତି କଟିବ ଚଳିତ ବର୍ଷ, କାହାର ଫିଟିବ ଭାଗ୍ୟ |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ