ନୂଆଦିଲ୍ଲୀ: ଆପଣ ତୀର୍ଥଯାତ୍ରା ପାଇଁ ପ୍ଲାନ କରୁଛନ୍ତି କି ? ଯଦି କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ତୀର୍ଥଯାତ୍ରା ପାଇଁ ଯଦି ବଜେଟ୍ କମ୍ ଅଛି, ତେବେ ଚିନ୍ତା କରନ୍ତୁ ନାହିଁ । କମ୍ ଟଙ୍କାରେ ଆପଣ ଟ୍ରେନ ଯାତ୍ରା କରି ବିଭିନ୍ନ ପ୍ରସିଦ୍ଧ ତୀର୍ଥସ୍ଥାନ ଭ୍ରମଣ କରିପାରିବେ । ଏଥିପାଇଁ ବିଶେଷ ବ୍ୟବସ୍ଥା କରିଛି ଭାରତୀୟ ରେଳବାଇ । ତୀର୍ଥଯାତ୍ରା ସ୍ବତନ୍ତ୍ର ‘ଭାରତ ଗୌରବ ଟ୍ରେନ’ରେ ତୀର୍ଥସ୍ଥାନ ବୁଲିପାରିବେ । ‘ଦେଖୋ ଅପ୍ନା ଦେଶ’ ଯୋଜନାରେ ଭାରତୀୟ ରେଳବାଇ ପକ୍ଷରୁ ଗତକାଲି (ଶନିବାର) ଆଉ ଏକ ‘ଭାରତ ଗୌରବ ଟ୍ରେନ’ର ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭାରତ ଓ ନେପାଳ ମଧ୍ୟରେ ଏହି ଟ୍ରେନ ଚଳାଚଳ କରିବ । ଦିଲ୍ଲୀର ହଜାରତ ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଟ୍ରେନ ଯାତ୍ରା ଆରମ୍ଭ କରିଛି ।
- ଭାରତରୁ ନେପାଳକୁ ଗଡିଲା ‘ଭାରତର ଗୌରବ ଟ୍ରେନ’ :
ଟ୍ରେନ ଯାତ୍ରା ମାଧ୍ୟମରେ ଭାରତୀୟ ସଂସ୍କୃତିକୁ ଜାଣିବା ପାଇଁ ଯାତ୍ରୀଙ୍କ ପାଇଁ ଏହି ସୁବିଧା ଆରମ୍ଭ ହୋଇଥିଲା । ଦୁଇ ଦିନ ତଳେ ଶୁଭାରମ୍ଭ ହୋଇଥିବା ‘ଭାରତର ଗୌରବ ଟ୍ରେନ’ ଅଯୋଧ୍ୟା, ସୀତାମାରୀ, ଜନକପୁର, କାଶୀ ବିଶ୍ୱନାଥ, ଏବଂ ପଶୁପତିନାଥ ସମେତ ଉଭୟ ଭାରତ ଏବଂ ନେପାଳର ପ୍ରମୁଖ ତୀର୍ଥସ୍ଥାନ ପରିକ୍ରମା କରିବ । ଭାରତୀୟ ରେଳବାଇ ଦ୍ୱାରା ଯାତ୍ରୀଙ୍କ ପାଇଁ ଟ୍ରେନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯିବ ।
Bharat Gaurav Train (Etv Bharat) - ରହଣି ଏବଂ ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ଉପଲବ୍ଧ:
ରେଳମନ୍ତ୍ରୀ କହିଛନ୍ତି,'' ଭାରତ ଗୌରବ ଯାତ୍ରା ପାଇଁ ରେଳ ମାଧ୍ୟମରେ ଲୋକଙ୍କୁ ଭାରତୀୟ ସଂସ୍କୃତିର ଅନୁଭବ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ କ୍ରମେ ଗୋଟିଏ ପରେ ଗୋଟିଏ ‘ଭାରତ ଗୌରବ ଟ୍ରେନ’ ଶୁଭାରମ୍ଭ କରାଯାଉଛି । ପର୍ଯ୍ୟଟକମାନେ ବର୍ତ୍ତମାନ ଭାରତ ଏବଂ ନେପାଳ ମଧ୍ୟରେ ଥିବା ସାଂସ୍କୃତିକ ଐତିହ୍ୟର ସର୍ବୋତ୍ତମ ଅନୁଭବ କରିପାରିବେ । ଏହି ଟ୍ରେନ୍ ଅଯୋଧ୍ୟା, ସୀତାମାରୀ, ଜନକପୁର, କାଶୀ ବିଶ୍ୱନାଥ ଏବଂ ନେପାଳର ପଶୁପତିନାଥକୁ ସଂଯୋଗ କରିବ । ରହଣି ଏବଂ ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ଭାରତୀୟ ରେଳବାଇ ଯୋଗାଇ ଦେବ । ଏପର୍ଯ୍ୟନ୍ତ ସବୁଠାରୁ ଲୋକପ୍ରିୟ ଟ୍ରେନ ଯାତ୍ରା ମଧ୍ୟରେ ଶ୍ରୀ ରାମାୟଣ ଯାତ୍ରା, ଶ୍ରୀ ଜଗନ୍ନାଥ ଯାତ୍ରା, ବୁଦ୍ଧ ଯାତ୍ରା, ମହାବୀର ଯାତ୍ରା, ଗୁରୁକୃପା ଯାତ୍ରା, ଜ୍ୟୋର୍ତିଲିଙ୍ଗ ଭକ୍ତ ଯାତ୍ରା, ଆମ୍ବେଦକର ଯାତ୍ରା, ଚାରଧାମ ଯାତ୍ରା, ପୁନ୍ୟକାଶୀ ଯାତ୍ରା, ଉତ୍ତର ଭାରତ ଯାତ୍ରା ଏବଂ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଭରତ ଯାତ୍ରା ସାମିଲ ହୋଇଛି । ''
Bharat Gaurav Train (Etv Bharat) ଏହା ମଧ୍ୟ ପଢନ୍ତୁ-ପୂର୍ବତଟ ରେଳବାଇର ବଡ଼ ସୂଚନା, ଟ୍ରେନରେ ଲାଗିବ ସୁରକ୍ଷା 'କବଚ' - Kavach To Prevent Accident
ଏହା ମଧ୍ୟ ପଢନ୍ତୁ-ରେଲୱେ ଫ୍ଲାଟଫର୍ମ ଟିକେଟ: ଏଥିରେ ସମ୍ଭବ କି ଟ୍ରେନ ଯାତ୍ରା, କଣ ରହିଛି ନିୟମ ? - Platform Ticket Validity
ଭାରତ ଗୌରବ ଟ୍ରେନ ବିଷୟରେ ଓ ଏଥିରେ ଥିବା ସୁବିଧା-
ଏହା ମଧ୍ୟ ପଢନ୍ତୁ-Vande Bharat: ରେଳଯାତ୍ରୀ ଧ୍ୟାନ ଦିଅନ୍ତୁ, ବନ୍ଦେ ଭାରତ ସ୍ଲିପର ପରେ ଆସୁଛି କବଚ ଓ ବନ୍ଦେ ମେଟ୍ରୋ - Vande Bharat Express Train
‘ଭାରତ ଗୌରବ ଟ୍ରେନ’ ସମ୍ପର୍କରେ:-
- ଘରୋଇ ପର୍ଯ୍ୟଟନକୁ ପ୍ରସାର କରିବା ପାଇଁ କେନ୍ଦ୍ର ସରକାର 2021 ମସିହା ନଭେମ୍ବରରେ 'ଦେଖୋ ଅପନା ଦେଶ' ଯୋଜନା ଅନ୍ତର୍ଗତ 'ଭାରତ ଗୌରବ ଟ୍ରେନ୍' ପଦକ୍ଷେପ ଆରମ୍ଭ କରିଥିଲେ । ଏହି ଟ୍ରେନସେବାର ଉଦ୍ଦେଶ୍ୟ ହେଉଛି ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସାମ୍ନାକୁ ଆଣିବା ଏବଂ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ଯାତ୍ରୀଙ୍କୁ ଏହା ସମ୍ପର୍କରେ ଅବଗତ କରିବା ।
- ଘରୋଇ ପର୍ଯ୍ୟଟନକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର 2021 ନଭେମ୍ବର ରେ 'ଦେଖୋ ଆପନା ଦେଶ' ଯୋଜନା ଅନ୍ତର୍ଗତ 'ଭାରତ ଗୌରବ ଟ୍ରେନ୍' ପଦକ୍ଷେପ ଆରମ୍ଭ କରିଥିଲେ ।
- ‘ଭାରତ ଗୌରବ’ ପ୍ରଥମ ଟ୍ରେନ ଜାନୁୟାରୀ 2022ରେ ତାମିଲନାଡୁର କୋଏମ୍ବାଟୁର ଉତ୍ତର ରେଳ ଷ୍ଟେସନରୁ ମହାରାଷ୍ଟ୍ରର ସାଇନଗର ଶିରିଡି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।
- ଏହି ଟ୍ରେନ ଗୋଟିଏ ଷ୍ଟେସନରୁ ଯାତ୍ରା ଆରମ୍ଭ କରି ଆଉ ଏକ ଷ୍ଟେସନରେ ଯାତ୍ରା ଶେଷ କରିଥାଏ । ଯେଉଁ ମାର୍ଗରେ ଅଧିକ ପର୍ଯ୍ୟଟନୀ ସ୍ଥଳ ରହିଥାଏ ସେହି ମାର୍ଗରେ ଯାତାୟତ କରିଥାଏ ।
- ଘରୋଇ ପର୍ଯ୍ୟଟନର ପ୍ରସାର କରିବା ଦିଗରେ ଭାରତ ସରକାରଙ୍କ ‘ଦେଖୋ ଅପ୍ନା ଦେଶ’ର ଏକ ଅଂଶ ଭାବେ ଭାରତ ଗୌରବ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି । ସମସ୍ତ ପ୍ରକାର ଆବଶ୍ୟକୀୟ ସ୍ୱାସ୍ଥ୍ୟ ସଚେତନତା ପଦକ୍ଷେପ ଗ୍ରହଣ କରାଯିବା ସହ ଅତିଥିମାନଙ୍କୁ ଏକ ନିରାପଦ ତଥା ସ୍ମରଣୀୟ ଅନୁଭୂତି ପ୍ରଦାନ କରିବାକୁ IRCTC ପ୍ରୟାସ କରିବ । ହୋଟେଲରେ ରାତ୍ରିଯାପନ, ସମସ୍ତ ଭୋଜନ (ଶାକାହାରୀ), ଦର୍ଶନ ଓ ଭ୍ରମଣ ବୀମା ଏବଂ ଗାଇଡ୍ ସେବା ଇତ୍ୟାଦି ଏହି ଟ୍ରେନରେ ଅନ୍ତର୍ଭୁକ୍ତ ରହିଛି ।
- ଆଇଆର୍ସିଟିସି ଟୁରିଷ୍ଟ ଟ୍ରେନ ହେଉଛି ଏକ ସର୍ବଭାରତୀୟ ଟୁର୍ ପ୍ୟାକେଜ । ଟ୍ରେନରେ ନନ-ଏସି, ସେକେଣ୍ଡ ଏସି ଓ ଥାର୍ଡ ଏସି ବଗି ରହିଛି । ଟ୍ରେନର ବାହାରେ ଭାରତର ଲୋକପ୍ରିୟ ସ୍ମାରକୀ, ମୂର୍ତ୍ତି, ପ୍ରସିଦ୍ଧ ସ୍ଥାନ ପ୍ରଦର୍ଶିତ ହୋଇଛି । ଟ୍ରେନରେ ମୋଟ 600-700 ସିଟ୍ ରହିଛି । ଯାତ୍ରୀମାନଙ୍କ ମନୋରଞ୍ଜନ ଓ ସର୍ବସାଧାରଣ ସୂଚନା ପାଇଁ ସିଷ୍ଟମ ମଧ୍ୟ ଲଗାଯାଇଛି । ପରିଷ୍କାର ଶୌଚାଳୟ ଠାରୁ ଆରମ୍ଭ କରି ସିସିଟିଭି କ୍ୟାମେରା ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ କୋଚରେ ସିକ୍ୟୁରିଟି ଗାର୍ଡର ବ୍ୟବସ୍ଥା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ