ଓଡିଶା

odisha

ETV Bharat / bharat

କତାର କବଳରୁ ମୁକୁଳିଲେ 8 ପୂର୍ବ ନୌସେନା ଅଧିକାରୀ, ଗୁଇନ୍ଦାଗିରି ଅଭିଯୋଗରେ ମିଳିଥିଲା ଫାଶୀ ଦଣ୍ଡ - କତାର

Qatar Frees Indian ex-Navy: କୂଟନୈତିକ କ୍ଷେତ୍ରରେ ଭାରତର ବଡ ବିଜୟ । ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା 8 ପୂର୍ବତନ ଭାରତୀୟ ନୌସେନାଧିକାରୀଙ୍କୁ ମୁକ୍ତ କଲା କତାର । ଅଧିକ ପଢନ୍ତୁ

Qatar Frees Indian ex-Navy
ପୂର୍ବତନ ଭାରତୀୟ ନୌସେନାଧିକାରୀଙ୍କୁ ମୁକ୍ତ କଲା କତାର

By ETV Bharat Odisha Team

Published : Feb 12, 2024, 7:14 AM IST

Updated : Feb 12, 2024, 7:36 AM IST

ନୂଆଦିଲ୍ଲୀ:କତାର ସହ କୂଟନୈତିକ ଆଲୋଚନା କ୍ଷେତ୍ରରେ ଭାରତର ବଡ ବିଜୟ । ଗୁଇନ୍ଦାଗିରି କରିବା ଅଭିଯୋଗରେ କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା 8 ଭାରତୀୟ ନୌସେନାର ପୂର୍ବ ଅଧିକାରୀଙ୍କୁ ମୁକ୍ତ କରାଯାଇଛି । ସୋମବାର ଦିନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ତେବେ କୂଟନୈତିକ ଆଲୋଚନା କ୍ଷେତ୍ରରେ ଭାରତର ଏହା ଏକ ବଡ ସଫଳତା ବୋଲି କୁହାଯାଉଛି । ଏନେଇ ଭାରତ ସରକାର କତାରକୁ କୃତଜ୍ଞତା ଜଣାଇଛନ୍ତି । ଭାରତୀୟ ନୌସେନା ପୂର୍ବ ଅଧିକାରୀମାନଙ୍କୁ କତାର କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇବା ପରେ ଭାରତ ସରକାର ଏଥିରେ ହସ୍ତକ୍ଷେପ କରି ଆଲୋଚନା କରିଥିଲେ । ଏହାପରେ ପ୍ରଥମେ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରି ଜେଲ ଦଣ୍ଡାଦେଶ ଦିଆଯାଇଥିଲା । ଏହାପରେ ସେମାନଙ୍କୁ ମୁକ୍ତ କରାଯାଇଛି । ସେମାନଙ୍କ ମଧ୍ୟରୁ 7 ଜଣ ସ୍ୱଦେଶ ଫେରିଆସିଥିବା ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଅନ୍ୟପଟେ କତାରର ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଭାରତ ସରକାର କୃତଜ୍ଞତା ଜଣାଇଛନ୍ତି । ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତ୍ତିରେ ଆଉ ମଧ୍ୟ କୁହାଯାଇଛି ଯେ, କତାରରେ ଗ୍ଲୋବାଲ କମ୍ପାନୀରେ କାର୍ଯ୍ୟ କରୁଥିବା 8 ଭାରତୀୟ ନାଗରିକଙ୍କୁ ମୁକ୍ତ କରାଯାଇଛି । କତାର ଅମିରଙ୍କ ଏଭଳି ନିଷ୍ପତ୍ତିକୁ ଆମେ ସ୍ୱାଗତ ଜଣାଉଛୁ । ସେମାନଙ୍କ ମଧ୍ୟରେ 7 ଜଣ ଭାରତ ଫେରିଆସିଛନ୍ତି । ଆମେ ଆମ ନାଗରିକଙ୍କ ମୁକ୍ତି ଓ ସେମାନେ ସ୍ୱଦେଶ ଫେରିଆସିଥିବାରୁ ସେମାନଙ୍କୁ ସ୍ୱାଗତ ଜଣାଉଛୁ ।

ସୂଚନା ଯୋଗ୍ୟ, ଏହି 8 ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ 2022 ମସିହା ଅଗଷ୍ଟରେ ଗିରଫ କରିଥିଲା କତାର । ଏହି 8 ପୂର୍ବ ଭାରତୀୟ ନୌସୈନା ଅଧିକାରୀ ହେଲେ କ୍ୟାପ୍ଟେନ ନବତେଜ ସିଂ ଗିଲ, କ୍ୟାପ୍ଟେନ ବିରେନ୍ଦ୍ର କୁମାର ବର୍ମା, କ୍ୟାପ୍ଟେନ ସୌରଭ ବାରିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିଓ୍ବାରୀ, କମାଣ୍ଡର ସୁଗୁନାକର ପକାଲା କମାଣ୍ଡର ରାଜୀବ ଗୁପ୍ତା ଓ ସେଲର ରାଗେଶ । ଏମାନେ ସମସ୍ତେ ଭାରତୀୟ ନୌସେନାରୁ ସେବା ନିବୃତ୍ତ ହେବା ପରେ କତାରରେ ଏକ ଗ୍ଲୋବାଲ୍ ଟେକ୍ନୋଲୋଜି ଏବଂ କନ୍ସଲଟାନ୍ସ ସର୍ଭିସେସ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହି କମ୍ପାନୀ କତାର ସଶସ୍ତ୍ର ବାହିନୀକୁ ତାଲିମ ଏବଂ ଆନୁସଙ୍ଗିକ ସେବା ଯୋଗାଇ ଆସୁଛି ।

ଏହାମଧ୍ୟ ପଢନ୍ତୁ..ମୃତ୍ୟୁ ଦଣ୍ଡାଦେଶ ପାଇଥିବା 8 ଭାରତୀୟଙ୍କୁ କତାରରେ ଜେଲରେ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

ଏମାନଙ୍କୁ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ସେମାନଙ୍କ ସ୍ଥାନୀୟ ବାସଭବନରୁ ଗିରଫ କରାଯାଇଥିଲା । ଏହା ପରେ ଏକାଧିକ ସଙ୍ଗୀନ ମାମଲାରେ ଅଭିଯୁକ୍ତ ଭାବେ ଏମାନଙ୍କୁ ଜେଲରେ ରଖାଯାଇଥିଲା । ଗୁଇନ୍ଦାଗିରି କରିବା ଅଭିଯୋଗରେ କତାରର ଏକ ସ୍ଥାନୀୟ କୋର୍ଟ ଏହି ସମସ୍ତ ଭାରତୀୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ ।

ଏହାପରେ ଭାରତ ସରକାର ଏହି ମାମଲାରେ ହସ୍ତକ୍ଷେପ କରିବା ସହ କୂଟନୈତିକ ତଥା ଅନ୍ତର୍ଜାତୀୟ ଆଇନ ଅନୁସାରେ ଆଲୋଚନା କରିଥିଲେ । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଧ୍ୟ ଏହି ମାମଲାରେ ସେମାନଙ୍କ ପରିବାର ସହ ଓ ଦୋହାରେ ଭାରତୀୟ ଦୂତାବାସ ସହ ନିୟମିତ ଯୋଗାଯୋଗରେ ରହିଥିଲେ । ଭାରତ ସରକାରଙ୍କ କୂଟନୈତିକ ଆଲୋଚନା ପରେ ସେମାନଙ୍କ ଦଣ୍ଡକୁ କୋହଳ କରି ପ୍ରଥମେ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କତାର କୋର୍ଟ । ଏହାପରେ ସେମାନଙ୍କୁ ମୁକ୍ତ କରାଯାଇଛି । କୂଟନୈତିକ କ୍ଷେତ୍ରରେ ଭାରତର ଏକ ବଡ ବିଜୟ ବୋଲି କୁହାଯାଉଛି ।

Last Updated : Feb 12, 2024, 7:36 AM IST

ABOUT THE AUTHOR

...view details