ଓଡିଶା

odisha

ଟ୍ରେନି IAS ପୂଜା ଖେଡକରଙ୍କ ପ୍ରାର୍ଥିତ୍ବ ରବ୍ଦ; ଭବିଷ୍ୟତରେ ବି ଦେଇପାରିବେନି ପରୀକ୍ଷା - Puja Khedkar candidature cancelled

By ETV Bharat Odisha Team

Published : Jul 31, 2024, 7:06 PM IST

Puja Khedkar candidature cancelled by UPSC: ଆଇଏଏସ ପଦ ହରାଇଲେ ପୂଜା ଖେଡକର । ଆଜି ତାଙ୍କର ପ୍ରାର୍ଥିତ୍ବ ରବ୍ଦ ହୋଇଛି । ସେ ଭବିଷ୍ୟତରେ ମଧ୍ୟ କେବେ ବି ଦେଇପାରିବେନି ୟୁପିଏସସି ପରୀକ୍ଷା । ଅଧିକ ପଢନ୍ତୁ

ଟ୍ରେନି IAS ପୂଜା ଖେଡକରଙ୍କ ପ୍ରାର୍ଥିତ୍ବ ରବ୍ଦ; ଭବିଷ୍ୟତରେ ବି ଦେଇପାରିବେନି ପରୀକ୍ଷା
ଟ୍ରେନି IAS ପୂଜା ଖେଡକରଙ୍କ ପ୍ରାର୍ଥିତ୍ବ ରବ୍ଦ; ଭବିଷ୍ୟତରେ ବି ଦେଇପାରିବେନି ପରୀକ୍ଷା (ETV Bharat Odisha)

ମୁମ୍ବାଇ:ବହୁଚର୍ଚ୍ଚିତ ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡକରଙ୍କୁ ବଡ଼ ଝଟକା । ଆଇଏଏସ୍ ପଦ ହରାଇଲେ ପୂଜା । ଆଜି ୟୁପିଏସସି ପକ୍ଷରୁ ତାଙ୍କର ପ୍ରୋଭିଜନାଲ ପ୍ରାର୍ଥିତ୍ବକୁ ରବ୍ଦ କରାଯାଇଛି । ପୂଜା ଆଇଏଏସ୍ ପଦ ହରାଇବା ସହିତ ସେ ଭବିଷ୍ୟତରେ କେବେ ବି ୟୁପିଏସସି ପରୀକ୍ଷା ଦେଇପାରିବେ ନାହିଁ । ନକଲି ଜାତି ଓ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେବା ଅଭିଯୋଗରେ ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ତାଙ୍କ ବିରୋଧରେ ଏଭଳି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପୂଜା ଖେଡକର ଦିବ୍ୟାଙ୍ଗ ଏବଂ ପଛୁଆବର୍ଗ ସଂରକ୍ଷଣ ବ୍ୟବସ୍ଥାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ତଦନ୍ତ କରାଯିବା ପରେ ସେ ସିଭିସ ସର୍ଭିସ ପରୀକ୍ଷା (CSE) ୨୦୨୨ ନିୟମର ଉଲ୍ଲଂଘନ କରିଥିବା ଜଣାପଡିଥିଲା । ୟୁପିଏସସି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ''କମିଶନ ସମସ୍ତ ରେକର୍ଡ ଭଲ ଭାବେ ଯାଞ୍ଚ କରିବା ପରେ ପୂଜା ଖେଡକର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିପାଇଁ ତାଙ୍କର CSE-2022 ପ୍ରୋଭିଜନାଲ ପ୍ରାର୍ଥିତ୍ବକୁ ରବ୍ଦ କରାଯାଉଛି । ଏଥିସହ ଭବିଷ୍ୟତରେ ୟୁପିଏସସି ଦ୍ବାରା ପରିଚାଳିତ ସମସ୍ତ ପରୀକ୍ଷାରୁ ତାଙ୍କୁ ବ୍ୟାନ କରାଯାଉଛି ।''

ବିବୃତ୍ତିରେ ୟୁପିଏସସି ପ୍ୟାନେଲ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ନକଲି ପରିଚୟ ପତ୍ର ସହ ଏକାଧିକ ଥର ପରୀକ୍ଷାରେ ଅଂଶଗ୍ରହଣ କରିଥିବାରୁ ଜୁଲାଇ ୧୮ରେ ପୂଜା ଖେଡକରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ପରେ ଉତ୍ତର ରଖିବାର ଡେଡଲାଇନକୁ ଜୁଲାଇ ୩୦ ଯାଏଁ ବୃଦ୍ଧି କରାଯାଇଥିଲା । ଏହା ଶେଷ ଥର ଏବଂ ଏହାପରେ ଆଉ ସମୟସୀମା ବଢାଯିବ ନାହିଁ ବୋଲି କମିଶନ ସ୍ପଷ୍ଟ କରିଥିଲେ । ଏହାସତ୍ତ୍ବେ ପୂଜା ନିଜର ଜବାବ ଦାଖଲ କରିବାକୁ ଅସମର୍ଥ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଘର, ଷ୍ଟାଫ, ଗାଡ଼ି; କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ଟ୍ରେନି IAS ଅଫିସରଙ୍କ ଡିମାଣ୍ଡ, ଏପଟେ ପିତା କୋଟିପତି - IAS Puja Khedkar Controversy


ନକଲି ଜାତି ଏବଂ ଦିବ୍ୟାଙ୍ଗ ପ୍ରମାଣପତ୍ର ବ୍ୟବହାର କରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନେଇ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ପୂଜା ଖେଡକରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । କ୍ରାଇମବ୍ରାଞ୍ଚ ଏସିପିଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ବିଭିନ୍ନ ସରକାରୀ ବିଭାଗରୁ ଡକ୍ୟୁମେଣ୍ଟ ସଂଗ୍ରହ କରିଥିଲା । ପୂଜା ନିଜ ନାଁ, ପିତାମାତାଙ୍କ ନାଁ, ଫଟୋ, ଦସ୍ତଖତ ଆଦିରେ ହେରାଫରି କରି ଏକାଧିକ ବାର ପରୀକ୍ଷା ଦେଇଥିବା ଯାଞ୍ଚରୁ ଜଣାପଡିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ପୂଜା ଖେଡକର ୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ପ୍ରୋବେସନ ପିରିୟଡରେ ଦାମୀ ଡିମାଣ୍ଡ କରି ଚର୍ଚ୍ଚାକୁ ଆସିଥିଲେ । ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଅଲଗା କ୍ୟାବିନ, କାର୍ ଓ କର୍ମଚାରୀ ଦାବି କରିଥିଲେ । ଏହାପରେ ତାଙ୍କର ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସିଥିଲା । ସେ ଆଇଏଏସ ହେବା ଲାଗି ଅସାଧୁ ଉପାୟ ଅବଲମ୍ବନ କରି ପରୀକ୍ଷାରେ ପାସ୍ କରିଥିବା ଜଣାପଡିଥିଲା ।

ABOUT THE AUTHOR

...view details