ଓଡିଶା

odisha

ETV Bharat / bharat

'ରାଷ୍ଟ୍ରପତି ଜଣେ ଆଦିବାସୀ ହୋଇଥିବାରୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ ଅନୁମତି ପାଇଲେ ନାହିଁ' - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Rahul Gandhi On President Murmu: ଆଦିବାସୀ ହୋଇଥିବା କାରଣରୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାନଥିବା ଅଭିଯୋଗ କଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

ରାଷ୍ଟ୍ରପତି ଜଣେ ଆଦିବାସୀ ହୋଇଥିବାରୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ ଅନୁମତି ପାଇଲେନାହିଁ : ରାହୁଲ
ରାଷ୍ଟ୍ରପତି ଜଣେ ଆଦିବାସୀ ହୋଇଥିବାରୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ ଅନୁମତି ପାଇଲେନାହିଁ : ରାହୁଲ

By ETV Bharat Odisha Team

Published : Feb 19, 2024, 7:50 PM IST

ଲକ୍ଷ୍ନୌ:ସାଧାରଣ ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପ୍ରଦାୟ ରାଜନୈତିକ ଆରୋପ ପ୍ରତ୍ୟାରୋପ ସହ ଯୋଡି ହୋଇଛି । ରାଷ୍ଟ୍ରପତି ମୁର୍ମୁ ଆଦିବାସୀ ସମ୍ପ୍ରଦାୟରୁ ହୋଇଥିବା କାରଣରୁ ତାଙ୍କୁ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଗଲା ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ଆଜି ଉତ୍ତର ପ୍ରଦେଶରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ରାହୁଲ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଆଦିବାସୀ ଓ ଦଳିତ ବିରୋଧୀ ଭାବେ ଦର୍ଶାଇ ଟାର୍ଗେଟ କରିବା ପାଇଁ ଏହି ଟିପ୍ପଣୀ କରିଛନ୍ତି ।
ଉତ୍ତର ପ୍ରଦେଶରେ ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଜାରି ରହିଛି । ରାୟବରେଲୀ ପରେ ରାହୁଲ ଆଜି ନିଜ ପାରମ୍ପରିକ ସଂସଦୀୟ ଆସନ ଆମେଠିରେ ଯାତ୍ରା କରିବା ସହ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମ୍ବୋଧନରେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଥିବା ରାହୁଲ ଦଳିତ ଓ ଆଦିବାସୀ ପ୍ରସଙ୍ଗ ଉଠାଇ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପର୍କରେ ଟିପ୍ପଣୀ କରିଥିଲେ ।

ରାହୁଲ କହିଥିଲେ, "ଆପଣମାନେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଦେଖିଛନ୍ତି କି ? କିନ୍ତୁ ଆପଣ କୌଣସି ଦଲିତ ଚେହେରାଙ୍କୁ ସେହି କାର୍ଯ୍ୟକ୍ରମରେ ଦେଖିବାକୁ ପାଇଥିଲେ କି ? ଆମର ରାଷ୍ଟ୍ରପତି ଜଣେ ଆଦିବାସୀ, ତେଣୁ ତାଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ଦିଆଯାଇନଥିଲା । ଆପଣ କୌଣସି କୃଷକ କିମ୍ବା ଶ୍ରମିକଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦେଖିଛନ୍ତି କି ? ହେଲେ ଆପଣ କାର୍ଯ୍ୟକ୍ରମରେ ବହୁ ବ୍ୟବସାୟୀଙ୍କୁ ଦେଖିଥିବେ ନିଶ୍ଚୟ । ଆପଣ ନିଶ୍ଚିତ ଭାବରେ ଆଦାନୀ, ଅମ୍ବାନୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ନିଶ୍ଚୟ ଦେଖିଥିବେ ।"

ଏହା ମଧ୍ୟ ପଢନ୍ତୁ :- ରାହୁଲଙ୍କୁ ସ୍ମୃତିଙ୍କ ଖୋଲା ଚ୍ୟାଲେଞ୍ଜ, ‘ଏଥର ଆମେଠିରୁ ଲଢ ’

​ତେବେ ପୂର୍ବରୁ ମଧ୍ୟ ନୂଆ ସଂସଦ ଭବନ ଲୋକର୍ପଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରିତ କରାନଯିବାକୁ ନେଇ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଆପତ୍ତି ଉଠାଇଥିଲେ । ଦେଶର ସର୍ବୋଚ୍ଚ ବ୍ୟବସ୍ଥାପିକା ସୌଧ, ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତିଙ୍କ ଦ୍ବାରା ଲୋକାର୍ପିତ ହେବା ଉଚିତ ବୋଲି ଯୁକ୍ତି ଦର୍ଶାଇ ସେମାନେ କାର୍ଯ୍ୟକ୍ରମକୁ ବର୍ଜନ ମଧ୍ୟ କରିଥିଲେ । ବିରୋଧୀଶୂନ୍ୟ ଓ କେବଳ ସାଧୁସନ୍ଥଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନୂତନ ସଂସଦ ଭବନ ଉଦଘାଟିତ ହୋଇଥିଲୋ । ଏବେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇନଥିବା ଅଭିଯୋଗ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଦିବାସୀ କାର୍ଡ ଯୋଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details