ଓଡିଶା

odisha

ETV Bharat / bharat

ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ ! କଙ୍ଗନାଙ୍କ ପାଇଁ ପ୍ରଚାର କରିବେ ଶେଖର - Shekhar Campaigning for Kangana - SHEKHAR CAMPAIGNING FOR KANGANA

Shekhar Suman Campaigning for Kangana: କଙ୍ଗନା ରାଣାୱତ ବିଜେପିରେ ଯୋଗଦେବା ପରେ ଏବେ ଶେଖର ସୁମନ ମଧ୍ୟ ସମାନ ରାଜନୈତିକ ଦଳରେ ସାମିଲ ହୋଇଛନ୍ତି । ଏଥିସହ ଏକ ସାକ୍ଷାତକାରରେ ସେ କଙ୍ଗନାଙ୍କ ପ୍ରଚାର କରିବାକୁ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି । ଯାହା ପରେ ଉଭୟଙ୍କ ମଧ୍ୟରେ ଲାଗିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡିପାରେ ବୋଲି ଅନୁମାନ କରାଯାଉଛି । ଅଧିକ ପଢନ୍ତୁ,

ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ, କଙ୍ଗନାଙ୍କ ପାଇଁ ପ୍ରଚାର କରିବେ ଶେଖର!
ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ, କଙ୍ଗନାଙ୍କ ପାଇଁ ପ୍ରଚାର କରିବେ ଶେଖର! (ETV Bharat Odisha)

By ETV Bharat Odisha Team

Published : May 8, 2024, 2:19 PM IST

ହାଇଦ୍ରାବାଦ:ବଲିଉଡ କୁଇନ କଙ୍ଗନା ରାଣାୱତ ଏବଂ ଅଭିନେତା ଶେଖର ସୁମନଙ୍କ ବିବାଦରେ ପଡିପାରେ ପୂର୍ଣ୍ଣଚ୍ଛେଦ । କଙ୍ଗନା ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ରହି ସାରିଥିବା ବେଳେ ଏବେ ସମାନ ଦଳରେ ସାମିଲ ହୋଇଛନ୍ତି ଉଭୟ ତାରକା । ଏହି ସମୟରେ ଲୋକସଭା ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ହିମାଚଳ ପ୍ରଦେଶର ମଣ୍ଡିରୁ କଙ୍ଗନା ଲଢୁଥିବା ବେଳେ କଙ୍ଗନାଙ୍କ ପାଇଁ ପ୍ରଚାର କରିବାକୁ ଆଗ୍ରହୀ ପ୍ରକାଶ କରିଛନ୍ତି ଶେଖର । ଯାହା ପରେ ଉଭୟଙ୍କ ମଧ୍ୟରେ ଥିବା ମତଭେଦ ଦୂର ହୋଇଥିବା କୁହାଯାଉଛି ।

କଙ୍ଗନା-ଶେଖର ବିବାଦରେ ପୂର୍ଣ୍ଣଚ୍ଛେଦ!

ସୂଚନା ଅନୁସାରେ, ଶେଖର ସୁମନ ମଙ୍ଗଳବାର ଦି ନ ଦିଲ୍ଲୀର ଦଳର ମୁଖ୍ୟାଳୟରେ ପାର୍ଟି ନେତା ବିନୋଦ ତାୱଡେଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଯାହା ପରେ ଫ୍ୟାନ୍ସ ବିଶ୍ୱାସ କରିପାରୁନାହାନ୍ତି ଯେ, ଶେଖର ଏବଂ କଙ୍ଗନା ସମାନ ରାଜନୈତିକ ଦଳରେ ଯୋଗ ଦେଉଛନ୍ତି । ବିଜେପି ଦଳରେ ସାମିଲ ହେବା ପୂର୍ବରୁ ସୁମନ କଙ୍ଗନାଙ୍କ ସହ ମତଭେଦ ନେଇ ପରୋକ୍ଷରେ କହିଥିଲେ ଯେ, "ଆମେ ଆଦୌ କୌଣସି ଜିନିଷକୁ ଧରି ରହିବା ଉଚିତ ନୁହେଁ । ମୁଁ ଭାବୁଛି ଏହା ଉପରେ ଆଲୋଚନା କରିବା ଅର୍ଥହୀନ। ମୁଁ ବିଶ୍ୱାସ କରେ ଏହା କେବଳ ଏକ ପର୍ଯ୍ୟାୟ ଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଶେଷ ହୋଇଗଲା ।"

କଙ୍ଗନାଙ୍କ ପାଇଁ ପ୍ରଚାର କରିବେ ଶେଖର

ଆଉ ଏବେ ସେ ବିଜେପିରେ ସାମିଲ ହେବା ପରେ କଙ୍ଗନାଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ ବୋଲି କହିଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଶେଖର ସୁମନଙ୍କୁ ପଚରାଯାଇଥିଲା ଯେ ସେ ପୂର୍ବ ମତଭେଦ ସତ୍ତ୍ୱେ ମଣ୍ଡିରେ କଙ୍ଗନା ପାଇଁ ପ୍ରଚାର କରିବେ କି? ଏହାର ଉତ୍ତରରେ ସେ କହିଛନ୍ତି, 'ଯଦି ସେ ମୋତେ ନିମନ୍ତ୍ରଣ କରନ୍ତି ତେବେ ମୁଁ ନିଶ୍ଚୟ ଯିବି । ଏହା ମୋର ଦାୟିତ୍ୱ ଏବଂ ମୋର ଅଧିକାର ।' ଯାହା ପରେ ଉଭୟଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି ବୋଲି କହୁଥିବା ବେଳେ କେତେକ ୟୁଜର୍ସ ଟ୍ରୋଲ ମଧ୍ୟ କରୁଛନ୍ତି ।

ଶେଖର-କଙ୍ଗନାଙ୍କ ମାମଲା

ଶେଖର ଏବଂ କଙ୍ଗନା ମଧ୍ୟରେ ଥିବା ବିବାଦ ବହୁତ ପୁରୁଣା । ମୋହିତ ସୁରିଙ୍କ ନିର୍ଦ୍ଦେଶିତ 'ରାଜ୍: ଦ ମିଷ୍ଟ୍ରି କଣ୍ଟିନ୍ୟୁଜ' ସେଟରେ କଙ୍ଗନା ଏବଂ ଶେଖରଙ୍କ ପୁଅ ଅଧ୍ୟୟନ ସୁମନଙ୍କୁ ଭେଟିଥିଲେ । ଏଠାରୁ ଉଭୟଙ୍କ ଲଭଷ୍ଟୋରୀ ଆରମ୍ଭ ହୋଇଥିଲା । କଙ୍ଗନା ଏବଂ ଅଧ୍ୟୟନ ଆଠ ବର୍ଷ ଧରି ଡେଟ କରିଥିଲେ ଏବଂ ପରେ ସେମାନେ ୨୦୧୭ ରେ ଅଲଗା ହୋଇଥିଲେ । ଏହି ସମୟ ମଧ୍ୟରେ କଙ୍ଗନା ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଥିଲେ ଅଧ୍ୟୟନ । ଏଥିସହ କଙ୍ଗନା କଳା ଯାଦୁ କରିଥିବା ଅଭିଯୋଗ କରିଥିଲେ ଶେଖର ।

ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ,କଙ୍ଗନାଙ୍କୁ ଖୁବଶୀଘ୍ର 'ଏମରଜେନ୍ସି'ରେ ଦେଖିବାକୁ ମିଳିବ । ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭୂମିକାରେ ଅଭିନୟ କରିଛନ୍ତି । ଏଥିସହ ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ସେପଟେ ଶେଖରଙ୍କୁ ନିକଟରେ ରିଲିଜ ହୋଇଥିବା ସଂଜୟ ଲୀଲା ବଂଶାଲୀଙ୍କ ଡେବ୍ୟୁ ୱେବ ସିରିଜ 'ହୀରାମାଣ୍ଡି: ଡାଇମଣ୍ଡ ବଜାର'ରେ ଦେଖିବାକୁ ମିଳିଛି । ଏହା ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଥିବା ବେଳେ ତାଙ୍କ ଅଭିନୟକୁ ଲୋକେ ପ୍ରଶଂସା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:ବିଜେପିରେ ମିଶିଲେ ହୀରାମଣ୍ଡି ଅଭିନେତା ଶେଖର ସୁମନ ଓ ପୂର୍ବତନ କଂଗ୍ରେସ ନେତ୍ରୀ ରାଧିକା ଖେଡା

ଏହା ମଧ୍ୟ ପଢନ୍ତୁ:କଙ୍ଗନା ରାଣାୱତଙ୍କ ବଡ ଘୋଷଣା, 'ନିର୍ବାଚନ ଜିତିଲେ ଛାଡିବି ବଲିଉଡ'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details