ଓଡିଶା

odisha

ପାୱାର-ଉଦ୍ଧବଙ୍କୁ ମୋଦିଙ୍କ ଅଫର; 'କଂଗ୍ରେସ ସହିତ ମରିବା ଅପେକ୍ଷା ଅଜିତ-ସିନ୍ଦେଙ୍କ ସହ ସାମିଲ ହୁଅ' - PM Modi to Pawar Uddhav

By ETV Bharat Odisha Team

Published : May 10, 2024, 5:52 PM IST

PM MODI TO PAWAR UDDHAV: ମହାରାଷ୍ଟ୍ର ରାଲି ବେଳେ ପାୱାର-ଉଦ୍ଧବଙ୍କୁ ମୋଦିଙ୍କ ଅଫର । କଂଗ୍ରେସ ସହିତ ମରିବା ଅପେକ୍ଷା ଅଜିତ-ସିନ୍ଦେଙ୍କ ସହ ସାମିଲ ହେବାକୁ ଦେଲେ ଅଫର । ଅଧିକ ପଢନ୍ତୁ

PM MODI
PM MODI (Photo- ANI)

ମୁମ୍ବାଇ: 2024 ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ପରେ ନକଲି ଏନସପି ଓ ଶିବସେନା କଂଗ୍ରେସ ସହିତ ମେଣ୍ଟ କରିବାକୁ ସ୍ଥିର କରିଛନ୍ତି । କଂଗ୍ରେସ ସହିତ ମରିବା ଅପେକ୍ଷା ଅଜିତ-ସିନ୍ଦେଙ୍କ ସହିତ ସାମିଲ ହୁଅ । ଆଜି (ଶୁକ୍ରବାର) ଉତ୍ତର ମହାରାଷ୍ଟ୍ରର ନନ୍ଦୁର୍ବର ଜିଲ୍ଲାରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କୁ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦି ଜନସଭାକୁ ସମ୍ବୋଧିତ କରିବା ସମୟରେ ଶରଦ ପାୱାରଙ୍କ ନାଁ ନନେଇ କହିଛନ୍ତି, "ଏଠାକାର ଜଣେ ବଡ଼ ନେତା ଯିଏକି 40ରୁ 50 ବର୍ଷ ଧରି ରାଜନୀତି କରୁଛନ୍ତି, ସେ ବାରମତି ଲୋକସଭା ଆସନରେ ମତଦାନ ପରେ ଚିନ୍ତିତ ଅଛନ୍ତି । ସେହି ନେତା ଜଣକ କହିଛନ୍ତି ଯେ ଜୁନ 4 ତାରିଖ ପରେ କିଛି ଛୋଟ ରାଜନୈତିକ ଦଳ ନିଜ ଅସ୍ତିତ୍ବ ପାଇଁ କଂଗ୍ରେସ ସହିତ ସାମିଲ ହେବେ । ଏହାର ଅର୍ଥ ନକଲି ଏନସିପି ଓ ନକଲି ଶିବସେନା କଂଗ୍ରେସ ସହ ସାମିଲ ହେବାକୁ ସ୍ଥିର କରିସାରିଲେଣି । କିନ୍ତୁ କଂଗ୍ରେସ ସହିତ ମରିବା ଅପେକ୍ଷା ଅଜିତ ପାୱାର ଓ ଏକନାଥ ସିନ୍ଦେଙ୍କ ସହିତ ସାମିଲ ହେବା ଉଚିତ ।"

ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଶରଦ ପାୱାର କହିଥିଲେ, "ଆସନ୍ତା କିଛି ବର୍ଷ ମଧ୍ୟରେ ଅନେକ ଆଞ୍ଚଳିକ ଦଳ କଂଗ୍ରେସ ସହିତ ଅଧିକ ଘନିଷ୍ଠ ହେବେ କିମ୍ବା କଂଗ୍ରେସ ସହିତ ମିଶିବାର ବିକଳ୍ପକୁ ମଧ୍ୟ ସେମାନେ ବାଛିପାରନ୍ତି, ଯଦି ସେମାନେ ବିଶ୍ବାସ କରନ୍ତି ଯେ ଏହା ସେମାନଙ୍କ ଦଳ ପାଇଁ ସର୍ବୋତ୍ତମ ।" ମୋଦି କ୍ରମାଗତ ଭାବେ କଂଗ୍ରେସକୁ ଟାର୍ଗେଟ କରିଥିବା ବେଳେ ଏହି ଦଳ ହିନ୍ଦୁଙ୍କ ଆସ୍ଥା ବା ବିଶ୍ବାସର ବିନାଶ କରିବା ଲାଗି ଷଡ଼ଯନ୍ତ୍ର କରୁଛି ବୋଲି ମୋଦି ଅଭିଯୋଗ କରିଛନ୍ତି । ମୋଦି କହିଛନ୍ତି, "କଂଗ୍ରେସ ଶେହଜାଦାଙ୍କ ଗୁରୁ ନିକଟରେ ଆମେରିକାକୁ କହିଛନ୍ତି ଯେ ରାମ ମନ୍ଦିର ଓ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଭାରତୀୟଙ୍କ ବିଚାରଧାରା ବିରୋଧରେ ଥିଲା ।"

ଏହା ବି ପଢନ୍ତୁ- ଅମ୍ବାନି-ଆଦାନୀଙ୍କଠୁ କେତେ ମାଲ୍ ନେଇଛନ୍ତି ଶେହଜାଦା: ପ୍ରଧାନମନ୍ତ୍ରୀ

ମୋଦି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସଞ୍ଜୟ ରାଉତଙ୍କ ଏକ ବୟାନର ଜବାବ ରଖି କହିଛନ୍ତି, "ନକଲି ଶିବସେନା ମୋତେ ଜିଅନ୍ତା ଜାଳିବାକୁ ଚାହୁଁଛି । ସେମାନେ ମୋତେ ଏପରି ଗାଳି କରୁଛନ୍ତି ଯେପରି ଏହା ତାଙ୍କର ପସନ୍ଦ ଭୋଟ ବ୍ୟାଙ୍କକୁ ଭଲ ଲାଗୁଛି । ଧର୍ମ ଆଧାରିତ ସଂରକ୍ଷଣ ପ୍ରଦାନ କରିବା ଆମ ଭାରତୀୟ ସମ୍ବିଧାନର ବିରୋଧରେ ଯାଉଛି । ଯେତେବେଳେ ପର୍ଯ୍ୟନ୍ତ ମୋଦି ବଞ୍ଚିଛି, ସେ ପର୍ଯ୍ୟନ୍ତ ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ସଂରକ୍ଷଣକୁ ମୁସଲିମ ଧର୍ମାବଲମ୍ବୀଙ୍କୁ ଦେବାକୁ ଦେବି ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details