ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦି ମିଛୁଆଙ୍କ ସର୍ଦ୍ଦାର: ଖଡ଼ଗେ - ମିଛୁଆଙ୍କ ସର୍ଦ୍ଦାର

Mallikarjun Kharge To PM Modi: ମହାରାଷ୍ଟ୍ର କଂଗ୍ରେସ କର୍ମୀଙ୍କ ସହିତ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛୁଆଙ୍କ ସର୍ଦ୍ଦାର କହିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଅଧିକ ପଢନ୍ତୁ

Mallikarjun Kharge
Mallikarjun Kharge

By ETV Bharat Odisha Team

Published : Feb 16, 2024, 9:53 PM IST

ମୁମ୍ବାଇ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆଜି (ଶୁକ୍ରବାର) ମହାରାଷ୍ଟ୍ରର ପୁଣେ ଠାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମିଛୁଆଙ୍କ ସର୍ଦ୍ଦାର ବୋଲି କହିଛନ୍ତି ଖଡ଼ଗେ । ୨୦୧୪ ନିର୍ବାଚନୀ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହାକୁ ପୂରଣ କରିବାରେ ଅକ୍ଷମ ହୋଇଛନ୍ତି । ଗତ ୧୦ ବର୍ଷ ଧରି ମୋଦି କିଛି କରିନଥିବା ପରେ ବି ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି ବୋଲି ସେ କହିଛନ୍ତି ।

କଂଗ୍ରେସ ହାଇକମାଣ୍ଡ ଖଡ଼ଗେ କହିଛନ୍ତି, "ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରିବାକୁ ଚାହୁଁଛି ସେ ଗତ ୨୦୧୪ ନିର୍ବାଚନୀ ପ୍ରଚାର ସମୟରେ ଯେଉଁ ପ୍ରତିଶୃତି ଦେଇଥିଲେ, ତାକୁ କାହିଁକି ପୂରଣ କରିନାହାନ୍ତି ? ମୋଦିଜି ହେଉଛନ୍ତି ମିଛୁଆଙ୍କ ସର୍ଦ୍ଦାର । ସେ ଯେଉଁ ପ୍ରତିଶୃତି ଦିଅନ୍ତି ତାକୁ ପୂରଣ କରନ୍ତି ନାହିଁ । ଗତ ଗତ ୧୦ ବର୍ଷ ଧରି କିଛି ବି କରିନଥିବା ବେଳେ ଲୋକେ ତାଙ୍କୁ ଲଗାତାର ଭାବେ ପ୍ରଶଂସା କରିଆସୁଛନ୍ତି । ଯଦି ଏଭଳି ଧାରା ଜାରି ହୁଏ ତେବେ ଭାରତର ସମ୍ବିଧାନ ଦିନେ ନା ଦିନେ ଉଭାନ ହୋଇଯିବ । ଆମେ ପ୍ରତିଜ୍ଞା ନେଇଛୁ ସମ୍ବିଧାନର ରକ୍ଷା କରିବୁ । ଆଉ ଏହି ଲଢେଇ ଆମେ ଜାରି ରଖିବୁ ।"

ଏହା ବି ପଢନ୍ତୁ- ଯୁବପିଢିଙ୍କୁ ଚୁକ୍ତିଭିତ୍ତିକ ଶ୍ରମିକ କରିବାକୁ ଚାହୁଁଛି ସରକାର: ରାହୁଲ ଗାନ୍ଧୀ

ଖଡ଼ଗେ ମୋଦିଙ୍କୁ 'ବ୍ୟକ୍ତିଗତବାଦୀ' ବୋଲି କହିଛନ୍ତି । ଏନେଇ ସେ କହିଛନ୍ତି, "ମୋଦି ସବୁବେଳେ ନିଜର ନାମ ନିଅନ୍ତି । କୌଣସି ବିକାଶମୂଳକ କାର୍ଯ୍ୟ ଲାଗି ସେ ଦଳର ନାମ ନେଉନାହାନ୍ତି । ଏହା ପରିବର୍ତ୍ତେ ସେ ଏହାକୁ 'ମୋଦି ଗ୍ୟାରେଣ୍ଟି' ନାଁ ଦେଇଛନ୍ତି । ସେ ଜଣେ ବ୍ୟକ୍ତିଗତବାଦୀ । " ଭାରତର ସ୍ବାଧୀନତା ପାଇଁ ବିଜେପିର କୌଣସି ଭୂମିକା ନାହିଁ ବୋଲି କହି ଖଡ଼ଗେ କହିଛନ୍ତି । କଂଗ୍ରେସ ଦେଶର ସ୍ବାଧୀନତା ପାଇଁ ଲଢେଇ କରିଥିଲା । ଦେଶ ସ୍ବାଧୀନତା ପାଇବାରେ ବିଜେପିର କୌଣସି ଭୂମିକା ନାହିଁ । ଆଉ ଏବେ ପୁଣି ଆଦର୍ଶବାଦକୁ ଗଢିବାକୁ କଂଗ୍ରେସ ଉଦ୍ୟମ କରୁଛି ବୋଲି କହିଛନ୍ତି ଖଡ଼ଗେ ।

ମୋଦି ଯେତେ କଂଗ୍ରେସକୁ ଟାର୍ଗେଟ କଲେ ମଧ୍ୟ ଦିନକୁ ଦିନ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଉଛି ବୋଲି ଖଡ଼ଗେ କହିଛନ୍ତି । ଏ ନେଇ ଏକ୍ସରେ ପୋଷ୍ଟ କରି ଖଡ଼ଗେ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ ଭାଷଣ କଂଗ୍ରେସଠୁ ଆରମ୍ଭ ହୋଇ କଂଗ୍ରେସ ପାଖରେ ଶେଷ ହୋଇଛି । କାରଣ କଂଗ୍ରେସ ବିଜେପି ପ୍ରତି ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଆସିଛି । ଆମ କର୍ମୀ ହେଉଛନ୍ତି ଆମ ଗୌରବ । କଂଗ୍ରେସର ସର୍ବଦା ଦେଶକୁ ସୁଦୃଢ କରିବା ଲାଗି ଉଦ୍ୟମ କରିଛି । ଏକତା ଓ ସଚ୍ଚୋଟତା ଭାବ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ । ଦେଶର ଜନତା କଂଗ୍ରେସ ସହିତ ଅଛନ୍ତି ବୋଲି କହିଛନ୍ତି ଖଡ଼ଗେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details