ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ଆଜି ଉତ୍ତର ପ୍ରଦେଶ ସମ୍ଭଲ ଜିଲ୍ଲାରେ ଶ୍ରୀକଳ୍କି ଧାମର ଶିଳାନ୍ୟାସ କରିବେ । ଏହାସହ କଳ୍କି ମନ୍ଦିରର ମଡେଲକୁ ମଧ୍ୟ ଉଦଘାଟନ କରିବେ । ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ସମ୍ଭଲ ଠାରେ ଏକ ଜନସଭାକୁ ଉଦବୋଧନ ଦେବେ । ତେବେ ଆଜି 10.30 ସମୟରେ ମୋଦି ସମ୍ଭଲରେ ପହଞ୍ଚିବେ । ମୋଦିଙ୍କ ସହ ଅନେକ VVIP ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହାସହ ଦେଶର ବିଭିନ୍ନ ସ୍ଥାନରୁ ସାଧୁ ଓ ସାଧୁମାନେ ମଧ୍ୟ ଶ୍ରୀକଳ୍କି ଧାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗଦେବେ । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଏଭଳି ରହିଛି ଶିଳାନ୍ୟାସର କାର୍ଯ୍ୟସୂଚୀ:
ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କ ଅନୁଯାୟୀ, ସମ୍ଭଲ ସ୍ଥିତ ଶ୍ରୀକଳ୍କି ଧାମର ଗର୍ଭଗୃହରେ ସକାଳ 7:30ରୁ ପୂଜା ଆରମ୍ଭ ହୋଇଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ସକାଳ 10:25 ମିନିଟରେ କଳ୍କି ଧାମରେ ଅବତରଣ କରିବ ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଜିଲ୍ଲାର ଉଚ୍ଚ ପଦାଧିକାରୀ ଏବଂ କଳ୍କି ପୀଠର କିଛି ସାଧୁ ହେଲିପ୍ୟାଡ ଠାରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ ।
ସମୟ 10:29ରେ ପ୍ରଧାନମନ୍ତ୍ରୀ କଳ୍କି ଧାମ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବେ ।
ପ୍ରଧାନମନ୍ତ୍ରୀ ମୋଦି ଗର୍ଭଗୃହର ପୂର୍ବ ଦ୍ବାରରେ ପ୍ରବେଶ କରିବା ପରେ ଦକ୍ଷିଣ ଦିଗକୁ ଯାଇ ଗର୍ଭଗୃହକୁ ପରିକ୍ରମା କରିବେ ।
ସକାଳ 10:31ରୁ 10:37 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗର୍ଭଗୃହରରେ ମୁଖ୍ୟ ଶିଳାକୁ ସ୍ଥାପନ କରିବେ ।