ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ମଙ୍ଗଳବାର) ଗୋଆ ଗସ୍ତ କରିବେ । ସକାଳ ପ୍ରାୟ ୧୦.୩୦ରେ ପ୍ରଧାନମନ୍ତ୍ରୀ ଓଏନଜିସି ସି ସର୍ଭାଇଭାଲ ସେଣ୍ଟରକୁ ଉଦଘାଟନ କରିବେ । ସକାଳ ପ୍ରାୟ ୧୦ଟା ୪୫ରେ ମୋଦି ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪କୁ ଉଦଘାଟନ କରିବେ । ଏହାପରେ ଅପରାହ୍ନ ୨ଟା ୪୫ରେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ଯୋଗଦେବେ ।
ଭାରତ ଶକ୍ତି ସପ୍ତାହ ୨୦୨୪:ଶକ୍ତି ଆବଶ୍ୟକତାରେ ଆତ୍ମନିର୍ଭରଶୀଳତା ହାସଲ ପାଇଁ ଆସନ୍ତାକାଲିଠାରୁ ୯ ତାରିଖ ପର୍ଯ୍ୟନ୍ତ ଗୋଆରେ ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ ଅନୁଷ୍ଠିତ ହେବ । ଏହା ଭାରତର ସର୍ବବୃହତ ଏବଂ ଏକମାତ୍ର ଶକ୍ତି ପ୍ରଦର୍ଶନୀ ସମ୍ମିଳନୀ ହେବ । ଯାହା ସମଗ୍ର ଶକ୍ତି ମୂଲ୍ୟ ଶୃଙ୍ଖଳାକୁ ଏକାଠି କରିବ ଏବଂ ଭାରତର ଶକ୍ତି ପରିବର୍ତ୍ତନ ଲକ୍ଷ୍ୟ ପାଇଁ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ । ପ୍ରଧାନମନ୍ତ୍ରୀ ଗ୍ଲୋବାଲ ତୈଳ ଓ ଗ୍ୟାସ ସିଇଓ ଏବଂ ବିଶେଷଜ୍ଞମାନଙ୍କ ସହ ଏକ ବୈଠକ କରିବେ । ଷ୍ଟାର୍ଟଅପଗୁଡ଼ିକୁ ଉତ୍ସାହିତ କରିବା ଏବଂ ପ୍ରୋତ୍ସାହିତ କରିବା ତଥା ସେମାନଙ୍କୁ ଶକ୍ତି ମୂଲ୍ୟ ଶୃଙ୍ଖଳାରେ ସମନ୍ବିତ କରିବା ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଫୋକସ ହେବ । ଏଥିରେ ବିଭିନ୍ନ ଦେଶର ପ୍ରାୟ ୧୭ ଜଣ ଶକ୍ତିମନ୍ତ୍ରୀ, ୩୫,୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଏବଂ ୯୦୦ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିବେ । କାନାଡା, ଜର୍ମାନୀ, ନେଦରଲାଣ୍ଡ, ଋଷିଆ, ବ୍ରିଟେନ ଓ ଆମେରିକା ଭଳି ୬ଟି ଦେଶର ଉତ୍ସର୍ଗୀକୃତ ପ୍ୟାଭିଲିୟନ ରହିବ । ଶକ୍ତି କ୍ଷେତ୍ରରେ ଭାରତୀୟ ଏମଏସଏମଇମାନେ ଯେଉଁ ଅଭିନବ ସମାଧାନର ନେତୃତ୍ୱ ନେଉଛନ୍ତି ତାହା ପ୍ରଦର୍ଶନ କରିବା ପାଇଁ ଏକ ସ୍ୱତନ୍ତ୍ର ମେକ ଇନ ଇଣ୍ଡିଆ ପ୍ୟାଭିଲିୟନ ମଧ୍ୟ ଆୟୋଜନ କରାଯାଉଛି ।
ଅଧିକ ପଢନ୍ତୁ- ଆସାମକୁ 11 ହଜାର କୋଟିର ପ୍ରକଳ୍ପ ଭେଟିଦେଲେ ପ୍ରଧାନମନ୍ତ୍ରୀ, କହିଲେ ଫୋକସରେ ଅଛି ଉତ୍ତର-ପୂର୍ବର ବିକାଶ
ବିକଶିତ ଭାରତ, ବିକଶିତ ଗୋଆ ୨୦୪୭:ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଗୋଆରେ ସାର୍ବଜନୀନ କାର୍ଯ୍ୟକ୍ରମରେ ୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଜାତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ଗୋଆର ସ୍ଥାୟୀ କ୍ୟାମ୍ପସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦଘାଟନ କରିବେ । ନବନିର୍ମିତ କ୍ୟାମ୍ପସରେ ଟ୍ୟୁଟୋରିଆଲ କମ୍ପ୍ଲେକ୍ସ, ବିଭାଗୀୟ କମ୍ପ୍ଲେକ୍ସ, ସେମିନାର କମ୍ପ୍ଲେକ୍ସ, ପ୍ରଶାସନିକ କମ୍ପ୍ଲେକ୍ସ, ହଷ୍ଟେଲ, ସ୍ବାସ୍ଥ୍ୟ କେନ୍ଦ୍ର, ଷ୍ଟାଫ କ୍ବାର୍ଟର୍ସ, ଆମେନିଟି ସେଣ୍ଟର, କ୍ରୀଡ଼ା ପଡ଼ିଆ ଓ ଅନ୍ୟାନ୍ୟ ସୁବିଧା ରହିଛି, ଯାହା ଦ୍ବାରା ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ଆବଶ୍ୟକତା ପୂରଣ ହୋଇପାରିବ ।
ସେହିପର ପ୍ରଧାନମନ୍ତ୍ରୀ ଜାତୀୟ ଜଳସ୍ପୋର୍ଟସ ପ୍ରତିଷ୍ଠାନର ନୂତନ କ୍ୟାମ୍ପସକୁ ଲୋକାର୍ପଣ କରିବେ । ଏହି ଅନୁଷ୍ଠାନ ଉଭୟ ଜନସାଧାରଣ ଏବଂ ସଶସ୍ତ୍ର ବାହିନୀ ପାଇଁ ଜଳ ବନ୍ଦର ଏବଂ ଜଳ ଉଦ୍ଧାର କାର୍ଯ୍ୟର ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୮ଟି ଉପଯୁକ୍ତ ପାଠ୍ୟକ୍ରମ ଆରମ୍ଭ କରିବ । ପ୍ରଧାନମନ୍ତ୍ରୀ ଦକ୍ଷିଣ ଗୋଆରେ ଏକ ୧୦୦ ଟିପିଡି ସମନ୍ବିତ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧାର ଉଦଘାଟନ କରିବେ । ଏହା ୬୦ଟି ଟିପିଡି ଓଦା ବର୍ଜ୍ୟବସ୍ତୁ ଏବଂ ୪୦ଟି ଟିପିଡି ଶୁଖିଲା ବର୍ଜ୍ୟବସ୍ତୁର ବୈଜ୍ଞାନିକ ବିଶୋଧନ ପାଇଁ ଡିଜାଇନ କରାଯାଇଥିବା ବେଳେ ୫୦୦ କିଲୋୱାଟ ସୌର ଶକ୍ତି ପ୍ଲାଣ୍ଟ ମଧ୍ୟ ରହିଛି ଯାହା ଅତିରିକ୍ତ ବିଦ୍ୟୁତ୍ ଉତ୍ପାଦନ କରୁଛି ।
ପ୍ରଧାନମନ୍ତ୍ରୀ ପାନାଜୀ ଏବଂ ରେଇସ ମାଗୋସକୁ ସଂଯୋଗ କରୁଥିବା ପର୍ଯ୍ୟଟନ କାର୍ଯ୍ୟକଳାପ ସହିତ ପାସେଞ୍ଜର ରୋପୱେର ଶିଳାନ୍ୟାସ କରିବେ । ଦକ୍ଷିଣ ଗୋଆରେ ୧୦୦ ଏମଏଲଡି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ମଧ୍ୟ ଶିଳାନ୍ୟାସ କରିବେ । ଏହାବ୍ୟତୀତ ରୋଜଗାର ମେଳା ଅଧୀନରେ ବିଭିନ୍ନ ବିଭାଗରେ ୧୯୩୦ ଜଣ ନୂତନ ସରକାରୀ କମର୍ଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ଅନୁମୋଦନ ପତ୍ର ପ୍ରଦାନ କରିବେ।
ଓଏନଜିସି ସି ସରଭାଇଭାଲ ସେଣ୍ଟର:ଭାରତୀୟ ସମୁଦ୍ର ମଧ୍ୟରେ ଜୀବନ ଧାରଣ ପ୍ରଶିକ୍ଷଣ ଇକୋସିଷ୍ଟମକୁ ବିଶ୍ବସ୍ତରୀୟ ମାନଦଣ୍ଡରେ ପହଞ୍ଚାଇବା ପାଇଁ ଓଏନଜିସି ସି ସର୍ଭାଇଭଲ ସେଣ୍ଟରକୁ ଏକ ପ୍ରକାର ସମନ୍ବିତ ସମୁଦ୍ର ଜୀବନ ଧାରଣ ପ୍ରଶିକ୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯାଇଛି । ଏଥିରେ ବାର୍ଷିକ ୧୦ରୁ ୧୫ ହଜାର କର୍ମଚାରୀଙ୍କୁ ତାଲିମ ଦିଆଯିବ ବୋଲି ଆଶା କରାଯାଉଛି। ସିମୁଲେଟେଡ ଏବଂ ନିୟନ୍ତ୍ରିତ କଠିନ ପାଣିପାଗ ପରିସ୍ଥିତିରେ ଅଭ୍ୟାସ ପ୍ରଶିକ୍ଷାର୍ଥୀମାନଙ୍କର ସମୁଦ୍ର ବଞ୍ଚିବା ଦକ୍ଷତା ବୃଦ୍ଧି କରିବ ଏବଂ ଏହିପରି ବାସ୍ତବ ଜୀବନ ବିପର୍ଯ୍ୟୟରୁ ସୁରକ୍ଷିତ ବଞ୍ଚିବାର ସମ୍ଭାବନା ବୃଦ୍ଧି କରିବ ।