ହାଇଦ୍ରାବାଦ: ତେଲେଙ୍ଗାନା ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2024 ଲୋକସଭା ନିର୍ବାଚନ ନେଇ ବିଗୁଲ ବାଜି ସାରିଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ତେଲେଙ୍ଗାନାର ଜଗତିୟାଲରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଇଣ୍ଡିଆ ମେଣ୍ଟର ପ୍ରଥମ ରାଲି ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା । ଏହାପରେ ଇସ୍ତାହାର ଜାରି କରିଥିଲେ । ସେ କହୁଛନ୍ତି ତାଙ୍କ ଲଢେଇ ଶକ୍ତି ବିରୋଧରେ । କିନ୍ତୁ ମୋ ପାଇଁ ପ୍ରତ୍ୟେକ ଝିଅ ଶକ୍ତିର ରୂପ ଅଟନ୍ତି । ମୁଁ ମାଆ ଭଉଣୀକୁ ସୁରକ୍ଷା ଦେବା ପାଇଁ ମୋ ଜୀବନକୁ ବାଜିରେ ଲଗାଇବି ।"
ମୋ ପାଇଁ ଦେଶର ପ୍ରତ୍ୟେକ ମାଆ-ଝିଅ ଶକ୍ତିଙ୍କ ରୂପ: ମୋଦି କହିଛନ୍ତି, "ଗୋଟିଏ ପଟେ ବ୍ୟକ୍ତି ଶକ୍ତିର ବିନାଶ ବିଷୟରେ ଚିନ୍ତା କରନ୍ତି, ଅନ୍ୟପଟେ ଶକ୍ତିର ପୂଜା କରୁଥିବା ବ୍ୟକ୍ତି ଅଛନ୍ତି । କିଏ ଶକ୍ତିକୁ ବିନାଶ କରିପାରିବ ଏବଂ କିଏ ଶକ୍ତିଙ୍କ ଆଶୀର୍ବାଦ ପାଇପାରିବ ଏହାର ମୁକାବିଲା ଜୁନ୍ 4 ତାରିଖରେ ହେବ । "
ଇଣ୍ଡିଆ ମେଣ୍ଟ ନିଜ ଘୋଷଣା ପତ୍ରରେ କହିଛି ଯେ, ଆମ ମାନଙ୍କର ଲଢେଇ ଶକ୍ତି ବିରୋଧରେ ଅଟେ । କିନ୍ତୁ ମୋ ପାଇଁ ପ୍ରତ୍ୟେକ ମାଆ-ଭଉଣୀ ଶକ୍ତିର ରୂପ ଅଟନ୍ତି ଏବଂ ମୁଁ ତାଙ୍କୁ ପୂଜା କରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୁଁ ବିରୋଧୀଙ୍କ ଆହ୍ବାନକୁ ଗ୍ରହଣ କରୁଛି ଏବଂ ମୁଁ ସେମାନଙ୍କ ପାଇଁ ମୋ ଜୀବନକୁ ବିପଦରେ ପକାଇବି ବୋଲି କହିଛନ୍ତି ମୋଦି ।
ଏହା ମଧ୍ୟ ପଢନ୍ତୁ:ଆନ୍ଧ୍ରରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର: ‘NDA ନେତୃତ୍ବରେ ହିଁ ବିକଶିତ ଆନ୍ଧ୍ର ପ୍ରଦେଶ ସମ୍ଭବ’