ଓଡିଶା

odisha

ETV Bharat / bharat

ପ୍ରାଣ ପ୍ରତିଷ୍ଠା ସମାରୋହରେ ରାମଲାଲାଙ୍କୁ କ୍ଷମା ମାଗିଲେ ମୋଦି, ଜାଣନ୍ତୁ କାରଣ - କ୍ଷମା ମାଗିଲେ ମୋଦି

PM Modi apologized to Lord Shri Ram: ପ୍ରାଣ ପ୍ରତିଷ୍ଠା ସମାରୋହ ପରେ କାହିଁକି ରାମଲାଲାଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାଣନ୍ତୁ ଏହାର କାରଣ

PM Modi apologized to Lord Shri Ram
PM Modi apologized to Lord Shri Ram

By ETV Bharat Odisha Team

Published : Jan 22, 2024, 9:11 PM IST

Updated : Jan 23, 2024, 2:53 PM IST

ଅଯୋଧ୍ୟା:ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ସମାରୋହରେ ଭାବବିହ୍ବଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ରାମଲାଲାଙ୍କୁ କଲେ କ୍ଷମା ପ୍ରାର୍ଥନା । ବର୍ଷ ବର୍ଷ ଧରି ମନ୍ଦିର ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିବାରୁ ସେ ରାମଲାଲାଙ୍କୁ କ୍ଷମା ମାଗିଥିବା ଜଣାପଡ଼ିଛି । ଏଣିକି ରାମଲାଲା ଆଉ ଟେଣ୍ଟ ହାଉସରେ ରହିବେନି, ତାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ତ୍ତା ହୋଇ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ । ଏଥିଲାଗି ପ୍ରଧାନମନ୍ତ୍ରୀ ଗତ ୧୧ ଦିନ ଧରି ଉପବାସ କରିଥିଲେ । ଏହାସହ ଦକ୍ଷିଣ ଭାରତର ଏକାଧିକ ଧାର୍ମିକ ସ୍ଥଳ ବୁଲି ପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଆଜି ରୀତିନୀତି ଅନୁସାରେ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ଶ୍ରୀବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ପୂଜାର୍ଚ୍ଚନା ଶେଷ ହେବା ପରେ ମନ୍ଦିର ପରିସରରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ରାମଲାଲାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ଏହା ବି ପଢନ୍ତୁ- ପ୍ରାଣ ପ୍ରତିଷ୍ଠା ଉତ୍ସବ, ଅତିଥିଙ୍କୁ ମିଳିବ ରାମ ମନ୍ଦିର ମଡେଲ ଓ ମହାପ୍ରସାଦ

ଏ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, " ମୁଁ ପ୍ରଭୁ ଶ୍ରୀରାମଙ୍କୁ କ୍ଷମା ପ୍ରାର୍ଥନା କରୁଛି । ଶତାବ୍ଦୀ ଶତାବ୍ଦୀ ଧରି ରାମ ମନ୍ଦିର ନିର୍ମାଣରେ ବିଳମ୍ବ ହୋଇଥିଲା । ଆମ ତ୍ୟାଗ, ଉଦ୍ୟମ ଓ ବଳିଦାନରେ କେଉଁଠି ନା କେଉଁଠି ଅଭାବ ରହିଯାଇଥିଲା । ହେଲେ ଆଜି ସେହି ବର୍ଷ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ରାମଲାଲା ତାଙ୍କ ଆସନରେ ବିରାଜି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମୋର ବିଶ୍ବାସ ଆଜି ରାମଲାଲା ଆମ ସମସ୍ତଙ୍କୁ କ୍ଷମା ପ୍ରଦାନ କରିବେ । ଆଉ ରାମଲାଲା ଟେଣ୍ଟ ଭିତରେ ରହିବେ ନାହିଁ, କାରଣ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୨୦୨୪ ଜାନୁଆରୀ ୨୨ ତାରିଖରେ ଦେଶରେ ନୂଆ ସୁରୁଜ ଉଇଁଛି । କ୍ୟାଲେଣ୍ଡରରେ ଏହା କେବଳ ଏକ ତାରିଖ ନୁହେଁ, ବରଂ ଏକ ନୂଆ ସମୟ ଚକ୍ର ।"

ଏହା ବି ପଢନ୍ତୁ- ଜନ୍ମସ୍ଥାନକୁ ଫେରିଲେ ରଘୁନନ୍ଦନ; ଦିବ୍ୟ ରୂପ ଦର୍ଶନ କରି କୃତାର୍ଥ ଭକ୍ତ

ଆଜି ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କ ଉପବାସ ଭଙ୍ଗ କରିଥିଲେ । ଅତି ପବିତ୍ର ୮୪ ସେକେଣ୍ଡର 'ଅଭିଜିତ ମୁହୂର୍ତ୍ତ' ୧୨.୨୯ରୁ ୧୨.୩୦ ମଧ୍ୟରେ ରାମଲାଲାଙ୍କ ଚକ୍ଷୁଦାନ କରାଯାଇଥିଲା । ଏହାରି ସହିତ ଗତ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ମହୋତ୍ସବ ଶେଷ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 23, 2024, 2:53 PM IST

ABOUT THE AUTHOR

...view details