ଓଡିଶା

odisha

ETV Bharat / bharat

ଜାନୁଆରୀ ୩୧ରୁ ସଂସଦ ବଜେଟ ଅଧିବେଶନ ଆରମ୍ଭ, ଆଶାରେ ବେତନ ଭୋଗୀ - PARLIAMENT BUDGET SESSION

ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଯାଉଛି ସଂସଦ ବଜେଟ ଅଧିବେଶନ, ଏପ୍ରିଲ ୪ ଶେଷ । ଲଗାତର ଅଷ୍ଟମ ଥର ପାଇଁ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

Parliament Budget session
Parliament Budget session (ANI)

By ETV Bharat Odisha Team

Published : Jan 18, 2025, 11:59 AM IST

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଯାଉଛି ସଂସଦ ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଏହା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୩ ଯାଏ ଚାଲିବ । ଲଗାତର ଅଷ୍ଟମ ଥର ପାଇଁ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ:

ଜାନୁଆରୀ ୩୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକରେ ସମ୍ବୋଧନ କରିବେ । ଏହାପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ।

ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ:

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଅଷ୍ଟମ ଥର ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । କୁହାଯାଉଛି ଯେ, ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଅଧିବେଶନର ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଦିଆଯାଇଥିବା ଧନ୍ୟବାଦ ପ୍ରସ୍ତାବ, ଏହାକୁ ନେଇ ଉଭୟ ଗୃହରେ ଆଲୋଚନା ଓ ତର୍କ ଦେଖିବାକୁ ମିଳିଥାଏ ଏବଂ ଉଭୟ ଗୃହରେ ପ୍ରଧାନମନ୍ତ୍ରୀଙ୍କ ଜବାବ ସହ ସମାପ୍ତ ହୋଇଥାଏ । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ୯ଟି କାର୍ଯ୍ୟଦିବସ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୮ଟି କାର୍ଯ୍ୟ ଦିବସ ରହିଛି ।

ଦ୍ୱିତୀୟ ବଜେଟର ଉପସ୍ଥାପନା ଦିନ ଯେତିକି ପାଖେଇ ଆସୁଛି, ଆୟକରରୁ ସମ୍ଭାବ୍ୟ ଛାଡକୁ ନେଇ ବେତନ ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଚଳିତ ବର୍ଷର ବଜେଟରେ ଆୟକର କ୍ଷେତ୍ରରେ କିଛି ଲାଘବ ମିଳିପାରେ ବୋଲି ଆଶା କରାଯାଉଛି ।

ଶୀତକାଳୀନ ଅଧିବେଶନରେ ଦେଖିବାକୁ ମିଳିଥିଲା ଜୋରଦାର ହଙ୍ଗାମା:

ସୂଚନାଯୋଗ୍ୟ, ୨୦୨୪ ନଭେମ୍ବର ୨୫ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ଚାଲିଥିଲା ଶୀତକାଳୀନ ଅଧିବେଶନ । ୨୬ ଦିନିଆ ଅଧିବେଶନ ମଧ୍ୟରେ ଲୋକସଭାରେ ସର୍ବମୋଟ ୨୦ଟି ଓ ରାଜ୍ୟସଭାରେ ୧୯ଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିସହ ଅଧିବେଶନରେ ଲୋକସଭାରେ ୫ଟି ବିଲ୍ ଆଗତ କରାଯାଇଥିଲା । ତେବେ ୪ଟି ବିଲ୍ ଲୋକସଭା ଏବଂ ୩ଟି ବିଲ୍ ରାଜ୍ୟସଭାରେ ପାରିତ ହୋଇଥିଲା । ଗୋଟିଏ ବିଲ ଉଭୟ ଗୃହରେ ପାରିତ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ...

ପ୍ରତାପ ଷଡ଼ଙ୍ଗୀ ମୁଣ୍ଡ ଫାଟିବା ନେଇ ରାହୁଲଙ୍କ ଉପରେ ବର୍ଷିଲେ ମନମୋହନ, ନିନ୍ଦା କଲେ ଧର୍ମେନ୍ଦ୍ର ଓ ଅଶ୍ବିନୀ

ସଂସଦରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି, ସମ୍ବିଧାନ ଧରି ନେଲେ ଶପଥ ,ପାର୍ଲାମେଣ୍ଟରେ ଗାନ୍ଧୀ ପରିବାରରୁ ୩

ଏହି ଶୀତକାଳୀନ ଅଧିବେଶନରେ ବେଶ ହଙ୍ଗାମା ଦେଖିବାକୁ ମିଳିଥିଲା । ଗୃହ ପ୍ରବେଶ ପଥରେ ଦଳାଚକଟାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆହତ ହୋଇଥିଲେ । ତେବେ ଆଦାନୀ ପ୍ରସଙ୍ଗ, ମଣିପୁର ପ୍ରସଙ୍ଗକୁ ନେଇ ଗୃହରେ ବିରୋଧିଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଆଉ ମଧ୍ୟ ୧୮ତମ ଶୀତକାଳୀନ ଅଧିବେଶନରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details