ଓଡିଶା

odisha

ETV Bharat / bharat

ପିଏମଙ୍କ ପାଠଶାଳା: ମୋଦିଙ୍କ ଟିପ୍ସ, ପ୍ରତିଯୋଗିତା ବନ୍ଧୁ ସହ ନୁହେଁ ନିଜ ସହ କର

Pariksha Pe Charcha 2024: ଦିଲ୍ଲୀର ଭାରତ ମଣ୍ଡପରେ ‘ପରୀକ୍ଷା ପେ ଚର୍ଚ୍ଚା' କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାପମୁକ୍ତ ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ମୋଦି । ଅଧିକ ପଢନ୍ତୁ

ପରୀକ୍ଷା ପେ ଚର୍ଚ୍ଚା
Pariksha Pe Charcha

By ETV Bharat Odisha Team

Published : Jan 29, 2024, 1:22 PM IST

ନୂଆଦିଲ୍ଲୀ: ‘ପରୀକ୍ଷା ପେ ଚର୍ଚ୍ଚା'ର ସପ୍ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । କିପରି ପରୀକ୍ଷାରେ ଚାପମୁକ୍ତ ରହିବ ଓ ସଫଳତା ପାଇବେ ସେନେଇ ମୋଦିଙ୍କ ଠାରୁ ଟିପ୍ସ ନେଇଛନ୍ତି ଛାତ୍ରଛାତ୍ରୀ । ଆମେ କେବେ ଏହା କହି ପାରିବୁ ନାହିଁ କି ଚାପ ଦୂର ହୋଇଗଲା । ଯେକୌଣସି ସମୟରେ ଛାତ୍ରଛାତ୍ରୀ ମାନେ କୌଣସି ପ୍ରକାର ଚାପକୁ ସାମ୍ନା କରିବାକୁ ସକ୍ଷମ ହେବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପରେ ଆୟୋଜିତ ହୋଇଯାଇଛି ପ୍ରଧାନମନ୍ତ୍ରୀଙ୍କ ପାଠଶାଳା କାର୍ଯ୍ୟକ୍ରମ ।

ଚାପକୁ ସାମ୍ନା କରିବାକୁ ସକ୍ଷମ ହେବା ଜରୁରୀ:ମୋଦି ଛାତ୍ରଛାତ୍ରୀଙ୍କୁ ପ୍ରଥମେ ସମ୍ବୋଧନ କରି କହିଥିଲେ ଯେ, ଆପଣ ମାନେ ଯେଉଁ ସ୍ଥାନରେ ବସିଛନ୍ତି ସେହିଠାରେ କିଛି ଦିନ ପୂର୍ବରୁ ବିଶ୍ବର ବଡବଡ ନେତା ଦୁଇ ଦିନ ଉପସ୍ଥିତ ରହି ବିଶ୍ବର ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ । ଆଜି ଆପଣ ସେହି ସ୍ଥାନରେ ଅଛନ୍ତି ଏବଂ ଆପଣ ଭାରତର ଭବିଷ୍ୟତ ବିଷୟରେ ଆଲୋଚନା କରୁଛନ୍ତି । ପରୀକ୍ଷା ପେ ଚର୍ଚ୍ଚାର ଏହା ସପ୍ତମ ସଂସ୍କରଣ । ସମାନ ପ୍ରଶ୍ନ ବାରମ୍ବାର ଆସିଛି ଏବଂ ଭିନ୍ନ ଶୈଳୀରେ ପ୍ରଶ୍ନ କରାଯାଇଛି । ଏହାର ଅର୍ଥ ହେଉଛି ସାତ ବର୍ଷ ମଧ୍ୟରେ ସାତୋଟି ଭିନ୍ନ ବ୍ୟାଚ୍ ସମାନ ପରିସ୍ଥିତି ଦେଇ ଗତି କରିଛନ୍ତି । ପ୍ରତ୍ୟେକ ନୂଆ ବ୍ୟାଚ୍ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆମେ କେବେ ଏହା କହି ପାରିବୁ ନାହିଁ କି ଚାପ ଦୂର ହୋଇଗଲା । ଯେକୌଣସି ପ୍ରକାର ଚାପକୁ ସାମ୍ନା କରିବାକୁ ସକ୍ଷମ ହେବା ଜରୁରୀ । ସେମାନେ ଗ୍ରହଣ କରିବା ଜରୁରୀ ଯେ ଚାପ ବଢି ଚାଲିବ । ଏଥିରୁ ନିଜକୁ ଦୂରେଇବା ପାଇଁ ନିଜକୁ ପ୍ରସ୍ତୁତ ହେବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ-ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା, ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ମୋଦି

ପରୀକ୍ଷା ସମୟରେ ନିଜ ସହ ପ୍ରତିଦ୍ବନ୍ଦିତା କରନ୍ତୁ: ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛି ଯେ, ପରୀକ୍ଷା ସମୟରେ ନିଜ ସାଙ୍ଗ ମାନଙ୍କ ସହ ପ୍ରତିଯୋଗିତା କରନ୍ତୁ ନାହିଁ । ବରଂ ନିଜେ ନିଜ ସହ କରନ୍ତୁ । ଧରାଯାଉ ପରୀକ୍ଷାରେ ଗୋଟିଏ ପେପର 100 ମାର୍କ ରହିଛି । ଯଦି ବନ୍ଧୁ 90 ମାର୍କ ପାଆନ୍ତି ତେବେ ଆପଣଙ୍କ ପାଇଁ କଣ 10 ମାର୍କ ଅଛି କି ? ଆପଣଙ୍କ ପାଖରେ 100 ମାର୍କ ମଧ୍ୟ ଅଛି । ତେଣୁ ବନ୍ଧୁଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ ନାହିଁ, ବରଂ ନିଜ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ । ତେଣୁ ବନ୍ଧୁଙ୍କୁ ଘୃଣା କରିବାର କୌଣସି ଆବଶ୍ୟକତା ନାହିଁ । ବାସ୍ତବରେ, ସେ ତୁମ ପାଇଁ ଏକ ପ୍ରେରଣା ହୋଇପାରିବ ।

ଅଭିଭାବକ ନିଜ ପିଲାଙ୍କର ରିପୋର୍ଟ କାର୍ଡକୁ ନିଜ ଭିଜିଟିଙ୍ଗ କାର୍ଡ ବନାଇଛନ୍ତି:ମୋଦି କହିଛନ୍ତି ଯେ,''ଅନେକ ଅଭିଭାବକ ନିଜ ପିଲାମାନଙ୍କୁ ଅନ୍ୟ ପିଲାମାନଙ୍କର ଉଦାହରଣ ଦେଇଥାନ୍ତି । ପିତାମାତାମାନେ ଏହି କାର୍ଯ୍ୟ କରିବା ଠାରୁ ଦୂରେଇ ରହିବା ଉଚିତ୍ । ଆମେ ଦେଖିଛୁ ଯେ ଯେଉଁ ପିତାମାତା ନିଜ ଜୀବନରେ ଅଧିକ ସଫଳ ହୋଇନାହାଁନ୍ତି, ସେମାନଙ୍କ ପାଖରେ କହିବାକୁ କିଛି ନାହିଁ । ସେମାନଙ୍କ ନିଜ ପିଲାମାନଙ୍କର ରିପୋର୍ଟ କାର୍ଡକୁ ନିଜ ଭିଜିଟିଙ୍ଗ କାର୍ଡ ବନାଇ ଦିଅନ୍ତି । ଯେତେବେଳେ ବି ସେମାନେ କାହାକୁ ଭେଟନ୍ତି, ସେମାନେ ନିଜ ପିଲାମାନଙ୍କର ସଫଳତା କହିବେ । ଯାହା ଦ୍ବାରା ତାଙ୍କ ପିଲା ନିଜକୁ ଭାବିବ ମୁଁ ସବୁ କିଛି ଜାଣିଛି । ''

ପ୍ରତିଯୋଗିତା ଏବଂ ଚ୍ୟାଲେଞ୍ଜ ପ୍ରେରଣା ଦିଏ:ଯଦି ଜୀବନରେ କୌଣସି ଚ୍ୟାଲେଞ୍ଜ ରହିବ ନାହିଁ ତେବେ ଜୀବନ ପ୍ରେରଣାହୀନ ଓ ଉତ୍ସାହହୀନ ହୋଇଯାଏ । ପ୍ରତିଯୋଗିତା ଏବଂ ଚ୍ୟାଲେଞ୍ଜ ଗୁଡିକ ଜୀବନରେ ପ୍ରେରଣା ଭାବରେ କାର୍ଯ୍ୟ କରିଥାଏ । କିନ୍ତୁ ପ୍ରତିଯୋଗିତା ଭଲ ହେବା ଆବଶ୍ୟକ । ଚାପ ଏତେ ଅଧିକ ହେବା ଉଚିତ ନୁହେଁ କି, ଏହା ଜଣଙ୍କର ସାମର୍ଥ୍ୟ ଉପରେ ପ୍ରଭାବ ପଡିବ । ଚାପର ଚରମ ସ୍ତରକୁ ନଯାଇ, କୌଣସି ପ୍ରକ୍ରିୟାରେ ଧୀରେ ଧିରେ ବିକାଶ ହେବା ଉଚିତ୍ ।

ABOUT THE AUTHOR

...view details