ଓଡିଶା

odisha

ETV Bharat / bharat

ଦଶମ ପାସ୍‌ କରିଛନ୍ତି କି ? ରେଲୱେରେ ସୁବର୍ଣ୍ଣ ସୁଯୋଗ; ବାହାରିଲା ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ - Indian Railway Recruitment 2024

North Eastern Railway Recruitment 2024: ଭାରତୀୟ ରେଲୱେରେ ଚାକିରି ଖୋଜୁଥିବା ଯୁବପୀଢ଼ିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଖାଲି ପଡ଼ିଛି ଅନେକ ପଦବୀ । କେବଳ ଦଶମ ପାସ୍‌ ଆବଶ୍ୟକ । ଜାଣନ୍ତୁ କିପରି କରିବେ ଆବେଦନ,

North Eastern Railway Recruitment 2024
North Eastern Railway Recruitment 2024 (ETV Bharat Odisha)

By ETV Bharat Odisha Team

Published : Jun 16, 2024, 8:38 PM IST

Updated : Jun 16, 2024, 9:52 PM IST

ଭୁବନେଶ୍ବର: ଆପଣ ରେଲୱେ ବିଭାଗରେ ଚାକିରି କରିବାକୁ ଚାହିଁଛନ୍ତି କି ? ଯଦି ଭାରତୀୟ ରେଲୱେରେ ଆପଣ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ଉତ୍ତର ପୂର୍ବାଞ୍ଚଳ ରେଳବାଇ (North Eastern Railway) ବିଭିନ୍ନ ଆପ୍ରେଣ୍ଟିସିପ୍ (apprenticeship) ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟରେ ଆବେଦନ କରିପାରିବେ ।

North Eastern Railway Recruitment 2024 (ETV Bharat Odisha)

କେତୋଟି ପୋଷ୍ଟ ପାଇଁ ଭ୍ୟାକେନ୍ସି:

ଉତ୍ତର ପୂର୍ବାଞ୍ଚଳ ରେଳବାଇ ବିଭିନ୍ନ ଆପ୍ରେଣ୍ଟିସିପ୍ (apprenticeship) ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ମୋଟ 1104ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି କରିଛି ରେଳବାଇ ।

ୟୁନିଟ୍ ଅନୁଯାୟୀ ପଦବୀ:

ଯାନ୍ତ୍ରିକ ୱାର୍କସପ୍‌ (ଗୋରଖପୁର) Mechanical Workshop (Gorakhpur) - 411ଟି ପଦବୀ

ସିଗ୍ନାଲ ୱାର୍କସପ (ଗୋରଖପୁର କ୍ୟାଣ୍ଟନମେଣ୍ଟ) Signal Workshop (Gorakhpur Cantt.)- 63ଟି ପଦବୀ

ବ୍ରିଜ୍ ୱାର୍କସପ (ଗୋରଖପୁର କ୍ୟାଣ୍ଟନମେଣ୍ଟ) Brigge Workshop (Gorakhpur Cantt.)- 35ଟି ପଦବୀ

ମେକାନିକାଲ୍ ୱାର୍କସପ (ଇଜ୍ଜାତନଗର) Mechanical Workshop ( Izzatnagar)- 151ଟି ପଦବୀ

ଡିଜେଲ ଶେଡ୍ (ଇଜ୍ଜାତନଗର) Diesel Shed ( Izzatnagar) - 60ଟି ପଦବୀ

କ୍ୟାରେଜ ଓ ୱାଗନ୍ (ଇଜ୍ଜାତନଗର) Carriage And Wagon( Izzatnagar) - 64ଟି ପଦବୀ

କ୍ୟାରେଜ ଓ ୱାଗନ୍ (ଲକ୍ଷ୍ନୌ ଜଙ୍କସନ) Carriage And Wagon (Lucknow Jn)- 155ଟି ପଦବୀ

ଡିଜେଲ ଶେଡ୍ (ଗୋଣ୍ଡ) Diesel Shed (Gonda) - 23ଟି ପଦବୀ

କ୍ୟାରେଜ ଓ ୱାଗନ୍ (ବାରଣାସୀ) Carriage And Wagon (Varanasi) -75ଟି ପଦବୀ

ଆବେଦନ ତାରିଖ:

ପଞ୍ଜିକରଣ ପ୍ରକ୍ରିୟା ଜୁନ 12 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଜୁଲାଇ 11 ତାରିଖରେ ଆବେଦନ ଶେଷ ହେବ । ଏଥିପାଇଁ ଆପଣ ଅଫିସିଆଲ ୱେବସାଇଟ ner.indianrailways.gov.in ରେ ଆବେଦନ କରିପାରିବେ ।

ଯୋଗ୍ୟତା:

ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀମାନେ କୌଣସି ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନରୁ ଅତି କମରେ ୫୦ ପ୍ରତିଶତ ମାର୍କ ରଖି ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏହାସହ 12 ଜୁନ 2024 ସୁଦ୍ଧା ଯେଉଁମାନେ ITI ସାର୍ଟିଫିକେଟ ହାସଲ କରିଥିବେ ସେମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ।

ବୟସ ସୀମା:

ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ 12 ଜୁନ 2024 ସୁଦ୍ଧା 15ରୁ 24 ବର୍ଷ ମଧ୍ୟରେ ହେବା ଉଚିତ୍ । ଏହା ବ୍ୟତୀତ ଏସ୍‌ସି ଓ ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ବୟସ ସୀମା 5 ବର୍ଷ ବୃଦ୍ଧି କରାଯାଇଛି । ସେହିପରି ଓବିସି ପ୍ରାର୍ଥୀଙ୍କ ପାଇଁ ଏହା 3 ବର୍ଷ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷେ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ଅଧିକ 10 ବର୍ଷର ଅଧି ବୟସସୀମା ପ୍ରଦାନ କରାଯିବ ।

ଆବେଦନ ଫି':

ଏହି ପଦବୀରେ ଆବେଦନ କରିବାକୁ ହେଲେ ଆବେଦନ ଫି' ମାତ୍ର 100 ଟଙ୍କା ରହିଛି । ସେହିପରି ଏସ୍‌ସି, ଏସ୍‌ଟି, ଭିନ୍ନକ୍ଷମ ଓ ମହିଳା ଆବେଦନକାରୀଙ୍କୁ କୌଣସି ଫି' ଭରିବାକୁ ପଡ଼ିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 16, 2024, 9:52 PM IST

ABOUT THE AUTHOR

...view details