ଓଡିଶା

odisha

କୁନୋରୁ ଆସିଲା ଖୁସି ଖବର; 3 ଶାବକ ଜନ୍ମ ଦେଲା ନାମିବ୍ୟା ଚିତା 'ଜ୍ୱାଳା'

By ETV Bharat Odisha Team

Published : Jan 23, 2024, 11:14 AM IST

Updated : Jan 23, 2024, 11:23 AM IST

Namibian Cheetah gives birth: କୁନୋ ପାର୍କରୁ ଆସିଲା ଖୁସି ଖବର । ନାମିବ୍ୟାରୁ ଆସିଥିବା ଚିତା 'ଜ୍ୱାଳା' 3ଟି ଶାବକକୁ ଜନ୍ମ ଦେଇଛି । ଏକ ମାସ ମଧ୍ୟରେ 6 ଚିତା ଶାବକ ଜନ୍ମ ନେଲେଣି । ଅଧିକ ପଢନ୍ତୁ

କୁନୋ ପାର୍କରୁ ଆସିଲା ଖୁସି ଖବର
କୁନୋ ପାର୍କରୁ ଆସିଲା ଖୁସି ଖବର

ନୂଆଦିଲ୍ଲୀ: କୁନୋ ଜାତୀୟ ଉଦ୍ୟାନରେ ନୂଆ ଅତିଥି । ନାମିବ୍ୟାରୁ ଆସିଥିବା ଚିତା 'ଜ୍ୱାଳା' 3ଟି ଶାବକକୁ ଜନ୍ମ ଦେଇଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏନେଇ ଆଜି(ମଙ୍ଗଳବାର) ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି । ଏଥିସହ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ନିୟୋଜିତ କର୍ମଚାରୀ ଓ ବନ୍ୟପ୍ରାଣୀ ପ୍ରେମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ଗତ 25 ଦିନ ମଧ୍ୟରେ 6ଟି କୁନି ଅତିଥିଙ୍କୁ ସ୍ୱାଗତ କରିଛି କୁନୋ ଜାତୀୟ ଉଦ୍ୟାନ । ଏହାପୂର୍ବରୁ କିଛି ସପ୍ତାହ ତଳେ ଚିତା 'ଆଶା' ମଧ୍ୟ 3ଟି ଶାବକକୁ ଜନ୍ମ ଦେଇଥିଲା । ଯାହାଫଳରେ କୁନୋରେ ଚିତା ସଂଖ୍ୟା ବୃଦ୍ଧି ପାଇଛି ।

କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଚିତା ଜ୍ୱାଳା ଓ 3ଟି ଶିଶୁ ଶାବକର ଏକ ଭିଡିଓ ସେୟାର କରିବା ସହ ଟ୍ୱିଟ୍ କରିଛନ୍ତି, ''କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତା 'ଜ୍ୱାଳା' 3ଟି ଶାବକକୁ ଜନ୍ମ ଦେଇଛି । କିଛି ସପ୍ତାହ ତଳେ ଆଶା ମଧ୍ୟ 3 ଶାବକ ଜନ୍ମ ଦେଇଥିଲା । ଏନେଇ ବନ୍ୟପ୍ରାଣୀର ସୁରକ୍ଷା ପାଇଁ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ବନ୍ୟପ୍ରାଣୀ ପ୍ରେମୀମାନଙ୍କୁ ଅଭିନନ୍ଦନ । ଭାରତ ବନ୍ୟପ୍ରାଣୀ କ୍ଷେତ୍ରରେ ଆହୁରି ଉନ୍ନତି କରୁ... ।''

ଏହାମଧ୍ୟ ପଢନ୍ତୁ...କୁନୋରେ ଆଖି ବୁଜିଲା ଚିତା ଶୌର୍ଯ୍ୟ, ୧୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଏହାପୂର୍ବରୁ 3 ଜାନୁଆରୀରେ ଚିତା 'ଆଶା' 3ଟି ଶାବକକୁ ଜନ୍ମ ଦେଇଥିଲା । ମାତ୍ର 25 ଦିନ ମଧ୍ୟରେ 6ଟି ଚିତା ଶାବକକୁ ସ୍ବାଗତ କରିଛି କୁନୋ ଉଦ୍ୟାନ । ତେବେ ଏହା ଚିତା ପ୍ରୋଜେକ୍ଟ ପାଇଁ ଏକ ଖୁସି ଖବର । ଚିତା ପ୍ରୋଜେକ୍ଟ ପାଇଁ କୁନୋ ପାର୍କକୁ ଚୟନ କରାଯାଇଥିବା ବେଳେ ଏହି ପାର୍କରେ ଚିତା ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଦେଶରେ ଚିତା ଲୁପ୍ତ ପ୍ରାୟ ହୋଇଯାଇଥିବା ବେଳେ ଚିତା ପ୍ରକଳ୍ପ ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବ୍ୟାରୁ ଚିତା ଭାରତ ଅଣାଯାଇଥିଲା । 2022 ମସିହା ସେପ୍ଟେମ୍ବର 17 ତାରିଖରେ ନାମିବ୍ୟାରୁ ପ୍ରଥମ ପର୍ଯ୍ୟାୟରେ 8ଟି ଚିତା ଅଣାଯାଇ କୁନୋ ଜାତୀୟ ପାର୍କରେ ଛଡା ଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଦିନ ଏହି ଚିତାକୁ ଅଣାଯାଇଥିଲା । ଏହାପରେ 2023 ଫେବୃଆରୀ ମାସରେ ଦ୍ୱିତୀୟ ପର୍ଯ୍ୟାୟରେ ସାଉଥ ଆଫ୍ରିକାରୁ 12ଟି ଚିତା ଅଣାଯାଇଥିଲା ।

ସର୍ବମୋଟ 20ଟି ଚିତା 2ଟି ପର୍ଯ୍ୟାୟରେ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ 10 ଜଣକ ମୃତ୍ୟୁ ମଧ୍ୟ ହୋଇଛି । ଗତ ଜାନୁଆରୀ 16 ତାରିଖ ଦିନ ଚିତା ପ୍ରକଳ୍ପରେ ନାମ୍ୱିଆରୁ ଭାରତ ଆସିଥିବା ଏକ ଚିତା ଶୋର୍ଯ୍ୟର ମୃତ୍ୟୁ ହୋଇଥିଲା । ଶୋର୍ଯ୍ୟ ଅସୁସ୍ଥ ଥିବାବେଳେ ତାହାର ଚିକିତ୍ସା କରାଯାଉଥିଲା । ହେଲେ ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା ।

Last Updated : Jan 23, 2024, 11:23 AM IST

ABOUT THE AUTHOR

...view details