ହାଇଦ୍ରାବାଦ:ଗୈରିକ ପତାକାକୁ ଅପମାନ କରି ସୋସିଆଲ ମିଡିଆରେ ରିଲ୍ ଅପଲୋଡ କରିବା ପଡ଼ିଲା ମହଙ୍ଗା । ମୁସଲିମ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଉଲଗ୍ନ କରି ରାସ୍ତାରେ ବୁଲାଇଲେ ଲୋକେ । ଘଟଣାଟି ତେଲେଙ୍ଗାନା ରାଜ୍ୟ ସଙ୍ଗାରେଡ୍ଡି ଜିଲ୍ଲାର । ଏଠାରେ ଜଣେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଯୁବକ ଧାର୍ମିକ ପ୍ରତୀକ ଓଁ ଚିତ୍ରିତ ଥିବା ଗେରୁଆ/ଗୈରିକ ପତାକାକୁ ଅପମାନଜନକ ଶୈଳୀରେ ନିଜର ପ୍ୟାଣ୍ଟ ଭିତରେ ଭର୍ତ୍ତି କରିଥିଲେ ଏବଂ ଅସଭ୍ୟ ଭାଷାରେ ଗୁଳିଗୁଲଜ କରି ଏହାର ରିଲ୍ ଅପଲୋଡ କରିଥିଲେ । ଆଉ ତା' ପରେ କ'ଣ ବା ହୁଅନ୍ତା, ସୋସିଆଲ ମିଡିଆରେ ଏହି ରିଲ୍ ଦେଖିବା ପରେ ସ୍ଥାନୀୟ ଲୋକେ ତାତି ଯାଇଥିଲେ ।
ଲୋକମାନେ ରିଲ୍ କରିଥିବା ଯୁବକଙ୍କୁ ମେଡକ ଜିଲ୍ଲାର ଏକ ଗାଁରୁ ଖୋଜି ଖୋଜି ବାହାର କରିଥିଲେ। ସମସ୍ତେ ମିଶି ଯୁବକଙ୍କୁ ପ୍ରଥମେ ନିର୍ଦ୍ଧୁମ ପିଟିବା ପରେ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ କିଛି ଲୋକ ଜୟ ଶ୍ରୀରାମ ନାରା ଦେଉଥିବାର ନଜର ଆସୁଛନ୍ତି । ଏପରିକି ଉତ୍ୟକ୍ତ ଲୋକେ ସେହି ମୁସଲିମ ଯୁବକଙ୍କ ମାରପିଟ୍ କରିବା ସହ ତାଙ୍କର ଗୁପ୍ତାଙ୍ଗ ଜାଳି ଦେବାକୁ ଚେଷ୍ଟା କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।
ଏହା ମଧ୍ୟ ପଢନ୍ତୁ:ABVP ଛାତ୍ରୀଙ୍କ ଚୁଟି ଧରି ରାସ୍ତାରେ ଘୋଷାଡ଼ିଲେ ମହିଳା ପୋଲିସ, ଭିଡିଓ ଭାଇରାଲ
ଏହା ମଧ୍ୟ ପଢନ୍ତୁ: ଜୟ ଶ୍ରୀରାମ ଲେଖିବାରୁ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ