ଓଡିଶା

odisha

ETV Bharat / bharat

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ; ୭୦୦ରୁ ଅଧିକ ରାସ୍ତା ବନ୍ଦ, ଯାତାୟାତ ଠପ

Himachal Snowfall: ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ପରେ ଯାତାୟାତ ଠପ । ରାସ୍ତା ବରଫରେ ଆଚ୍ଛାଦିତ ଯୋଗୁଁ ୭୦୦ରୁ ଅଧିକ ରାସ୍ତା ବନ୍ଦ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 2, 2024, 5:20 PM IST

Himachal Snowfall
Himachal Snowfall

ସିମଲା: ହିମାଚଳ ପ୍ରଦେଶରେ ଦୀର୍ଘ ସମୟ ପରେ ପାଗରେ ପରିବର୍ତ୍ତନ । ବର୍ଷା ଓ ତୁଷାରପାତ ପରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାଜ୍ୟର ଉପରି ଭାଗ ଅଞ୍ଚଳରେ ତୁଷାରପାତ ଜାରି ରହିଥିବା ବେଳେ ବରଫରେ ଆଚ୍ଛାଦିତ ହୋଇଛି ପାହାଡ଼ । ସେପଟେ ବର୍ଷା ପରେ ଚାଷୀ ଓ ପର୍ଯ୍ୟଟନ ବିଭାଗ ଦୀର୍ଘ ନିଶ୍ବାସ ମାରିଥିବା ବେଳେ ଅନ୍ୟପଟେ କିନ୍ତୁ ଯାତାୟତ ଠପ ହୋଇଛି । ପ୍ରବଳ ତୁଷାରପାତ ଯୋଗୁଁ ୭୦୦ରୁ ଅଧିକ ରାସ୍ତା ବନ୍ଦ ଥିବାରୁ ଯାତାୟାତରେ ସମସ୍ୟା ଉପୁଜିଛି ।

୭୨୦ ସଡ଼କରେ ଯାତାୟାତ ଠପ:- ଦୀର୍ଘ ସମୟ ଧରି ରାଜ୍ୟରେ ବର୍ଷା ହେଉନଥିବାରୁ ପର୍ଯ୍ୟଟନ କାରବାର ମାନ୍ଦା ପଡ଼ିଥିଲା । ତୁଷାରପାତ ଦେଖିବାକୁ ଆସିଥିବା ଅନେକ ପର୍ଯ୍ୟଟକ ଦୁଃଖରେ ଘରକୁ ଫେରୁଥିଲେ । ତେବେ ଦୀର୍ଘ ସମୟ ପରେ ବର୍ଷା ହେବା ପରେ ପର୍ଯ୍ୟଟନ ବିଭାଗ ଆନନ୍ଦିତ, ସେପଟେ ପର୍ଯ୍ୟଟକ ମଧ୍ୟ ଖୁସ୍‌ । କିନ୍ତୁ ରାସ୍ତା ବରଫ ଦ୍ବାରା ଆଚ୍ଛାଦିତ ହୋଇଥିବାରୁ ୭୨୦ଟି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଚମ୍ବା ଜିଲ୍ଲାର ୧୬୩ଟି ରାସ୍ତା, ସିମଲାରେ ୨୫୦, କୁଲ୍ଲୁରେ ୬୭ ଓ ଅନ୍ୟ ଜିଲ୍ଲାର ସଡ଼କ ଅବରୋଧ ହୋଇଛି । ରାସ୍ତାରୁ ବରଫ ହଟାଇବା କାର୍ଯ୍ୟ ଦ୍ରୁତ ଗତିରେ ଆରମ୍ଭ ହୋଇଛି । ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରାୟ ୩୦୦ ରାସ୍ତାରେ ପୁଣି ଯାତାୟାତ ଆରମ୍ଭ ହୋଇଛି ।

ଏହା ବି ପଢନ୍ତୁ- ହିମାଚଳପ୍ରଦେଶରେ ତୁଷାରପାତ, ଅଟଳ ଟନେଲରେ ଫସିଲେ 300ରୁ ଅଧିକ ପର୍ଯ୍ୟଟକ

ସିମଲାରେ ଖସଡ଼ା ରାସ୍ତା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ:-ରାଜଧାନୀ ସିମଲାରେ ତୁଷାରପାତ ପରେ ରାସ୍ତାରେ ଖସଡ଼ା ହୋଇଯାଇଥିବା ଦେଖିବାକୁ ମିଳିଛି । ଫଳରେ ଯାନବାହାନର ଚକା ସ୍ଲିପ କରୁଥିବାରୁ ଯାତାୟାତରେ ସମସ୍ୟା ଦେଖିବାକୁ ମିଳିଛି । ଏଥିଲାଗି ଲକ୍କଡ ବଜାରଠାରୁ ସଞ୍ଜୌଲି ଏବଂ ଛୋଟା ସିମଲାରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଥିଲା । ମାତ୍ର ମଧ୍ୟାହ୍ନ ୧୨ଟା ପରେ କିଛି ଯାନବାହନ ଚଳାଚଳ ପୁଣି ଆରମ୍ଭ ହୋଇଛି । ନଗର ନିଗମ ପକ୍ଷରୁ ରାସ୍ତାରେ ଖସଡ଼ା ସ୍ଥିତିକୁ ରୋକିବା ଲାଗି ରାସ୍ତାରେ ବାଲି ପକାଯାଉଛି ।

ପାଣିପାଗ ଆଲର୍ଟ:-ଗ୍ରାମୀଣ ଉନ୍ନୟନ, ଯୁବ ଶକ୍ତି ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ କହିଛନ୍ତି, "ଗତକାଲି ୫୦୦ରୁ ଅଧିକ ରାସ୍ତା ବନ୍ଦ ଥିଲା । ଆଜି ସକାଳେ ପୁଣି ତୁଷାରପାତ ପରେ ଆଉ କିଛି ସଡ଼କରେ ଯାତାୟାତ ବନ୍ଦ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ସଡ଼କରୁ ବରଫ ହଟାଇବା କାର୍ଯ୍ୟ ଜାରି ରହିଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ବର୍ଷା ଓ ତୁଷାରପାତ ନେଇ ଆଲର୍ଟ ଜାରି କରାଯାଇଛି । ପାଣିପାଗ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ମଧ୍ୟ ହୋଇଛି । ତୁଷାରପାତ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଲାଗି ଅଲଗା ଅଲଗା ବିଭାଗକୁ ୭୨ କୋଟି ଟଙ୍କା ପଠାଇ ଦିଆଯାଇଛି । ପାନୀୟ ଜଳ ଯୋଗାଣ ଓ ଚାଷୀଙ୍କ ଲାଗି ତୁଷାରପାତ ହେବା ଆବଶ୍ୟକ । ଆଶା କରାଯାଉଛି ଆଗାମୀ ଦିନରେ ରାଜ୍ୟରେ ଅଧିକ ତୁଷାରପାତ ହେବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details