ଓଡିଶା

odisha

ETV Bharat / bharat

ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ, ଦେଢ ବର୍ଷ ପରେ ଜେଲରୁ ମୁକୁଳିବେ

ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ । ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ରାଉଜ ଆଭେନ୍ୟୁ କୋର୍ଟ ।

By ETV Bharat Odisha Team

Published : 4 hours ago

Updated : 2 hours ago

Bail To Satyendar Jain
Bail To Satyendar Jain (ETV Bharat)

ହାଇଦ୍ରାବାଦ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ । ଦୀର୍ଘ ଦେଢ ବର୍ଷ ପରେ ଜେଲରୁ ମୁକୁଳିବେ ସତ୍ୟେନ୍ଦ୍ର । ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ସତ୍ୟେନ୍ଦ୍ରଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ରାଉଜ ଆଭେନ୍ୟୁ କୋର୍ଟ ।

କାହିଁକି ଜେଲରେ ଅଛନ୍ତି ସତ୍ୟେନ୍ଦ୍ର?

2017ରେ ତାଙ୍କ ବିରୋଧରେ ଆର୍ଥିକ ଠକେଇ ଅଭିଯୋଗରେ ସତ୍ୟେନ୍ଦ୍ର ଜୈନଙ୍କ ନାଁରେ ମାମଲା ଦାଏର କରିଥିଲା ସିବିଆଇ । 2022 ମେ’ 30 ତାରିଖରେ ଆର୍ଥିକ ହେରଫେର ମାମଲାରେ ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ସେତେବେଳେ ସେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ । ଗିରଫ ହେବା ପରେ ତାଙ୍କ ବେଲ ଆବେଦନ ଖାରଜ ହେବା ସହ ସେ ବିଚାର ବିଭାଗୀୟ ହାଜତକୁ ଯାଇଥିଲେ । ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ଗିରଫଦାରୀର ପ୍ରାୟ ଦୀର୍ଘ 2ବର୍ଷ ପରେ ମଧ୍ୟ ସେ ନିୟମିତ ବେଲ ପାଇବାରେ ସକ୍ଷମ ହୋଇନଥିଲେ । ଅନ୍ତରୀଣ ବେଲରେ କିଛି ଦିନ ଘରକୁ ଫେରିବା ପରେ ଜୈନଙ୍କୁ ପୁଣି ଜେଲ ଯିବାକୁ ପଡ଼ିଥିଲା।

କେଜ୍ରିୱାଲଙ୍କ ଟ୍ବିଟ୍:

ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ସତ୍ୟେନ୍ଦ୍ର ଜୈନଙ୍କୁ ପାଖାପାଖି 2 ବର୍ଷ ପରେ ଜାମିନ ମିଳିଛି। ତାଙ୍କର ଭୁଲ କେବଳ ଏତିକି ଥିଲା ସେ କ୍ଲିନିକ କରି ମାଗଣାରେ ଲୋକଙ୍କ ଚିକିତ୍ସା କରିଥିଲେ। ଗରିବଙ୍କୁ ମିଳୁଥିବା ଫ୍ରି ଚିକିତ୍ସା ସୁବିଧା ରୋକିବାକୁ ମୋଦି ସରକାର ଏପରି କଲେ। ହେଲେ ଭଗବାନ ଆମ ସହ ଅଛନ୍ତି। ତେଣୁ ଆଜି ସେ ବି ମୁକୁଳିଗଲେ।

ଏହା ବି ପଢନ୍ତୁ...ଜେଲରୁ ମୁକୁଳିଲେ କେଜ୍ରିୱାଲ, ଢୁଢୁ ବର୍ଷାରେ ଭିଜି କହିଲେ ଏମିତି... - Kejriwal Released From jail

ଏହା ବି ପଢନ୍ତୁ...କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ, CM ଅଫିସ ମନା, ମାମଲା ସଂପର୍କରେ ମୁହଁ ଖୋଲିବେନି

ଏହା ବି ପଢନ୍ତୁ...ଅବକାରୀ ଘୋଟାଲା ମାମଲା: ଏକାସାଙ୍ଗରେ ବଢିଲା କେଜ୍ରିଓ୍ବାଲ, ସିସୋଦିଆ ଓ କବିତାଙ୍କ ନ୍ୟାୟିକ ହେପାଜତ

ପୂର୍ବରୁ କେଜ୍ରିୱାଲଙ୍କୁ ମିଳିଥିଲା ଜାମିନ:

ମଦ ଦୁର୍ନୀତି ମାମଲାରେ ଗତ 26 ଜୁନରେ ଗିରଫ କରିଥିଲା ସିବିଆଇ । ଏହା ପୂର୍ବରୁ ମାର୍ଚ୍ଚ 21ରେ ପଚରାଉଚରା ପରେ ବାନ୍ଧିଥିଲା ଇଡି । ଏହାପରେ ସୁପ୍ରିମକୋର୍ଟ ନିର୍ବାଚନ ପ୍ରଚାର ପାଇଁ ମେ’ 10ରୁ ଜୁନ୍‌ 1 ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଥିଲେ । ତେବେ ଇଡି ମାମଲାରେ ଗତ ଜୁଲାଇ 12ରେ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଥିବା ବେଳେ ସିବିଆଇ କେସ ପାଇଁ ଜେଲରୁ ବାହାରି ପାରିନଥିଲେ କେଜ୍ରିୱାଲ । ସେପ୍ଟେମ୍ବରରେ 13ରେ ଦ୍ବିତୀୟ ମାମଲାରେ ଶୁଣାଣି କରି ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ।

Last Updated : 2 hours ago

ABOUT THE AUTHOR

...view details