ETV Bharat / state

ମାଓ ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ; କହିଲେ ଗଞ୍ଜେଇ ଚାଷରେ ଲାଗିବ ଅଙ୍କୁଶ

ତିନି ଦିନିଆ ବୌଦ୍ଧ ଜିଲ୍ଲାଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ୍ବାବି ଖୁରାନିଆ । ମାଓ ସ୍ଥିତିର କଲେ ସମୀକ୍ଷା । ସୁରକ୍ଷା ବାହିନୀଙ୍କୁ ଦେଲେ ଗୁରୁମନ୍ତ୍ର ।

author img

By ETV Bharat Odisha Team

Published : 2 hours ago

MAOIST SITUATION REVIEWS
MAOIST SITUATION REVIEWS (ETV Bharat Odisha)

ବୌଦ୍ଧ: ମାଓ ସ୍ଥିତିର ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ।ବୌଦ୍ଧ ଜିଲ୍ଲା ଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ୍ବାବି ଖୁରାନିଆ । ମାଓ ସ୍ଥିତିର ସମୀକ୍ଷା କଲେ । ମାଓ ଗତିବିଧି ସକ୍ରିୟ ରହିଥିବା ତଥା ଦୁର୍ଗମ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏହାର କଡ଼ା ମୁକାବିଲା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ମାଓ ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ:

ତିନି ଦିନିଆ ବୌଦ୍ଧ ଜିଲ୍ଲାଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ।ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ରହିଥିବାବେଳେ ବେଆଇନ ଗଞ୍ଜେଇ ଚାଷ ଯୋଗୁଁ ଅପରାଧୀକ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ପାଇଁ ପୋଲିସ ଠୋସ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଜିଲ୍ଲାର ବିଭିନ୍ନ ଥାନା ଗୁଡିକରେ କ୍ରାଇମ୍ ଡେନସିଟି କମ୍ ଥିବାବେଳେ ମାଓ ଗତିବିଧି ସକ୍ରିୟ ରହିଥିବା ତଥା ଦୁର୍ଗମ ଅଞ୍ଚଳରେ ବେଆଇନ ଗଞ୍ଜେଇ କାରବାର ଯୋଗୁଁ ବିଭିନ୍ନ ସମୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ବିଗତ କିଛି ବର୍ଷ ହେଲା ବୈଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏକାଧିକ ଥର ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ସୁରକ୍ଷା ବାହିନୀଙ୍କୁ ସଫଳତା ମିଳୁଥିଲେ ମଧ୍ୟ ମାଓ ଗତିବିଧି ଅଦ୍ୟାବଧି ସକ୍ରିୟ ରହିଛି ।

ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କଲେ ପୋଲିସ ମହାନିର୍ଦ୍ଦେଶକ :

ସେପଟେ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ କାରବାର ଯୋଗୁଁ ବିଭିନ୍ନ ସମୟରେ ଅପରାଧୀକ ଘଟଣାମାନେ ଘଟୁଛି । କେତେକ ଖାକି ବର୍ଦିଧାରୀ କର୍ମଚାରୀଙ୍କ ସିଧାସଳଖ ଏଭଳି ବେଆଇନ ଗଞ୍ଜେଇ କାରବାରରେ ସାମିଲ ରହୁଥିବା ଅଭିଯୋଗ ହୋଇଆସୁଛି । ଅନ୍ୟପକ୍ଷରେ ବିଭିନ୍ନ ଥାନା ଗୁଡିକରେ ଆବଶ୍ୟକ ପୋଲିସ କର୍ମଚାରୀ ତଥା ଗାଡ଼ିର ଘୋର ଅଭାବ ରହିଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ୍ବାବି ଖୁରାନିଆ ବୌଦ୍ଧ ଜିଲ୍ଲାର ଘଣ୍ଟାପଡା ଓ କଣ୍ଟାମାଳ ଥାନା ଅଞ୍ଚଳ ପରିଦର୍ଶନ ସହିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ଲାଲବାହିନୀ ବିରୋଧରେ ବଡ଼ ଆକ୍ସନ ପ୍ଲାନ ! ଓଡ଼ିଶା ସମେତ ୮ ନକ୍ସଲ ଉପଦ୍ରୁତ ରାଜ୍ୟ ମୁଖିଆଙ୍କ ବୈଠକ - Anti Naxal Meet

ଏହା ମଧ୍ୟ ପଢନ୍ତୁ ... ଛତିଶଗଡ ଏନକାଉଣ୍ଟର ପରେ ଓଡିଶା ମୁହାଁ ହେବେ କି ନକ୍ସଲ ! ମୁଖ୍ୟସ୍ରୋତକୁ ଫେରି ଆସିବାକୁ ରାଜ୍ୟ ସରକାରଙ୍କ ଚରମବାଣୀ - anti naxal exercise

ଏହା ମଧ୍ୟ ପଢନ୍ତୁ ...ଛତିଶଗଡ ମାଓ ଅପରେସନ, ୩୧ ନକ୍ସଲ ନିପାତ , ସର୍ଚ୍ଚ ଅପରେସନ ଜୋରଦାର - Naxal Killed

ସୁରକ୍ଷା ବାହିନୀଙ୍କୁ ଦେଲେ ଗୁରୁମନ୍ତ୍ର:

ଏହାପରେ ପୋଲିସ ମୁଖ୍ୟାଳୟରେ ପୋଲିସ ମହାନିର୍ଦ୍ଦେଶକ ଏକ ସମୀକ୍ଷା ବୈଠକରେ ଯୋଗଦେବା ସହିତ ମାଓ ଅପରେସନରେ ନିୟୋଜିତ ସୁରକ୍ଷା ବାହିନୀ ସହିତ ଆଲୋଚନା କରି ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏହି ବୈଠକରେ ପୋଲିସ ଡ଼ିଆଇଜି ସାର୍ଥକ ଷଡ଼ଙ୍ଗୀ, ଆଇଜି ଅପରେସନ ଜୟ ନାରାୟଣ ପଙ୍କଜ, ଜିଲ୍ଲା ପୋଲିସ ଏସପି ନାଗରାଜ ଦେବରକୋଣ୍ଡାଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.