ETV Bharat / bharat

ବଦଳିଲା ଟ୍ରେନ ଟିକେଟ ବୁକିଂ ନିୟମ, ୧୨୦ରୁ ୬୦ ଦିନକୁ କମିଲା ଆଡଭାନ୍ସ ରିଜର୍ଭେସନ

ଟ୍ରେନ ଟିକେଟ୍ ବୁକିଂ ନିୟମରେ ପରିବର୍ତ୍ତନ କରିଛି ଭାରତୀୟ ରେଳବାଇ । ନଭେମ୍ବର ପହିଲାରୁ ଆଉ ୪ ମାସ ଆଗରୁ କାଟି ହେବନି ରିଜର୍ଭେସନ ଟିକେଟ ।

author img

By ETV Bharat Odisha Team

Published : 2 hours ago

Advance Ticket Booking
Advance Ticket Booking (ETV Bharat)

ହାଇଦ୍ରାବାଦ: ୪ ମାସ ପୂର୍ବରୁ ଏଣିକି ଆଉ ବୁକିଂ କରିପାରିବେନି ଟ୍ରେନ ଟିକେଟ୍ । କାରଣ ଆଗୁଆ ବୁକିଂ କେବଳ ୨ ମାସ ପୂର୍ବରୁ ହିଁ ହୋଇପାରିବ । ଅର୍ଥାତ ୬୦ ଦିନ ପୂର୍ବରୁ ଖୋଲିବ ରିଜର୍ଭେସନ ୱିଣ୍ଡୋ । ପୂର୍ବରୁ ଏହି ସମୟ ସୀମା ୧୨୦ ଦିନ ଥିବାବେଳେ, ଏହା ହ୍ରାସ ପାଇ ୬୦ ଦିନ କରାଯାଇଛି ।

ରେଳବାଇର ନୂଆ ନିୟମ :

ଭାରତୀୟ ରେଳବାଇ ପକ୍ଷରୁ ନୂଆ ନିୟମ କରାଯାଇଛି । ଏହି ନିୟମ ଅନୁସାରେ ବୁକିଂ ସମୟରେ ପରିବର୍ତ୍ତନ କରାଯାଇଛି । ରେଳ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ କେହି ଯାତ୍ରୀ ଆଗୁଆ ଟ୍ରେନ ଟିକେଟ୍ ବୁକିଂ କରିବାକୁ ଚାହୁଁଥିଲେ ସେ ଯାତ୍ରାର ୨ ମାସ ପୂର୍ବରୁ ଟିକେଟ୍ ଆଡଭାନ୍ସ ବୁକ୍ କରିପାରିବେ । ପୂର୍ବରୁ ୪ ମାସ ଆଗରୁ ବୁକିଂ ହୋଇପାରୁଥିଲା । ହେଲେ ଏବେ ଏହି ନିୟମରେ ପରିବର୍ତ୍ତଚନ କରାଯାଇଥିବା ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି।

Advance Ticket Booking
Advance Ticket Booking (IRCTC)

ନଭେମ୍ବର ୧ରୁ ନିୟମ ଲାଗୁ :

ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ନଭେମ୍ବର ପହିଲାରୁ ଏହି ନୂଆ ନିୟମ ଲାଗୁ କରାଯିବ ।

ଯାତ୍ରୀଙ୍କୁ ସହଜରେ ଟିକେଟ୍ ଉପଲବ୍ଧ :

ଆଗକୁ ଦୀପାବଳି ଓ ଛଟ୍ ପୂଜା ରହିଥିବାବେଳେ ଟ୍ରେନ ଟିକେଟ ମିଳିବାରେ ସମସ୍ୟା ଉପୁଜିବାରେ । କାରଣ ଏହି ସମୟରେ ଛୁଟି ରହିଥିବାରୁ ଅଧିକାଂଶ ଲୋକେ ଛୁଟି କଟାଇବାକୁ ନିଜ ସହରକୁ ଫେରିଥାନ୍ତି । ଏପରି ସ୍ଥଳେ ପ୍ରବଳ ଭିଡ଼ ଯୋଗୁ ଟିକେଟ ମିଳିବାରେ ସମସ୍ୟା ଦେଖାଦିଏ । ଏମିତିକି ପୂର୍ବରୁ ଯାତ୍ରୀମାନେ ଅଭିଯୋଗ ଆଣିଥିଲେ ଯେ, ବୁକିଂ ଆରମ୍ଭରୁ ହିଁ ଏଜେଣ୍ଟମାନେ ସିଟ୍ କବଜା କରନିଅନ୍ତି । ଫଳରେ ଯାତ୍ରୀଙ୍କୁ ଟିକେଟ୍ ମିଳିବାରେ ବାଧା ଦେଖାଦିଏ । ଏସବୁକୁ ନଜରରେ ରଖି ନିୟମ ପରିବର୍ତ୍ତନ କରିଛି ଭାରତୀୟ ରେଳବାଇ ।

Advance Ticket Booking
Advance Ticket Booking (Indian Railways)

ଏହା ବି ପଢନ୍ତୁ...ପୂର୍ବତଟ ରେଳବାଇର ପୂଜା ସ୍ପେଶାଲ ଟ୍ରେନ, ଓଡ଼ିଶାର ଏହି ରୁଟରେ କରିବ ଚଳାଚଳ - Special Train

ଏହା ବି ପଢନ୍ତୁ...ରେଳଯାତ୍ରୀଙ୍କ ପାଇଁ ବମ୍ପର ଅଫର, ଏହି ଟ୍ରେନରେ ଯାତ୍ରୀଙ୍କୁ ମାଗଣା ଖାଦ୍ୟ - Free Food In Train

କେତେକ ନିର୍ଦ୍ଦିଷ୍ଟ ଟ୍ରେନ ପାଇଁ ନିୟମ ଲାଗୁ ହେବନି:

ରେଳ ମନ୍ତ୍ରାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ତାଜ, ଗୋମତି ଏକ୍ସପ୍ରେସ ଭଳି କେତେକ ନିର୍ଦ୍ଦିଷ୍ଟ ଟ୍ରେନ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ । ସେହିପରି ବିଦେଶ ୟାତ୍ରୀଙ୍କ ବୁକିଂ ପାଇଁ ମଧ୍ୟ ନିୟମ ଭିନ୍ନ ରହିଛି ।

ଏହା ମଧ୍ୟ ପଢନ୍ତୁ-ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଗୋଟିଏ କ୍ଲିକରେ ସମସ୍ୟା ହେବ ଦୂର! - Super App Services

ଏହା ମଧ୍ୟ ପଢନ୍ତୁ-ବିଦେଶରେ ବି ଦୌଡିବ ବନ୍ଦେ ଭାରତ ଏକ୍ସପ୍ରେସ ! - VANDE BHARAT EXPRESS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.