ETV Bharat / state

ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଭୟ; PCCF କହିଲେ ଘଡିଆଳ କୁମ୍ଭୀର ମଣିଷର କ୍ଷତି କରେନାହିଁ

ମହାନଦୀରେ କୁମ୍ଭୀର ଆତଙ୍କ । ଟିକିଏ ଅସାବଧାନ ହେଲେ କୁମ୍ଭୀର ମୁହଁରେ ପଡ଼ିବାର ସମ୍ଭାବନା ।ଘଡିଆଳ କୁମ୍ଭୀର ମଣିଷର କ୍ଷତି କରେନାହିଁ, କେବଳ ମାଛ ଖାଏ ବୋଲି କହିଲେ PCCF ।

author img

By ETV Bharat Odisha Team

Published : 2 hours ago

GHARIAL CROCODILE TERROR
GHARIAL CROCODILE TERROR (ETV Bharat Odisha)

ଭୁବନେଶ୍ବର: କଟକ-ଭୁବନେଶ୍ୱରର ଓ ପୁରୀରେ ମହାନଦୀ ସମେତ କାଠଯୋଡି ହେଉ ବା କୁଆଖାଇ ନଦୀରେ କିଛି ଦିନ ଧରି କୁମ୍ଭୀର ଆତଙ୍କ ଖେଳାଇଛି । ଯାହା ଥଣ୍ଟିଆ ବା ଘଡିଆଲ କୁମ୍ଭୀର ଅଟେ । ବିଶେଷ ଭବାରେ କୁମ୍ଭୀରକୁ ନଦୀ ମଧ୍ୟରେ ଦେଖି ଲୋକମାନେ ଭୟ କରିଥାନ୍ତି । କିନ୍ତୁ ଘଡିଆଳ କୁମ୍ଭୀର ମଣିଷର କୌଣସି କ୍ଷତି କରେନାହିଁ କେବଳ ମାଛ ଖାଇଥାଏ । ତେବେ ଘଡିଆଲ କୁମ୍ଭୀରକୁ ଭୟ ନକରି ସାବଧାନତା ରହିବା ସହ ବନ ବିଭାଗକୁ ଜଣାଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

କ'ଣ କହୁଛନ୍ତି ବନ୍ୟପ୍ରାଣୀ ପିସିସିଏଫ:-
ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି,"ମହାନଦୀ ଓ ତାର ଶାଖା ନନ୍ଦୀରେ ଯେଉଁ କୁମ୍ଭୀର ଦେଖୁଛନ୍ତି ସେହି କୁମ୍ଭୀର ଗୁଡିକ ହେଉଛି ଥଣ୍ଟିଆ ବା ଘଡିଆଲ କୁମ୍ଭୀର । ଘଡିଆଲ କୁମ୍ଭୀର ମଣିଷର କୌଣସି କ୍ଷତି କରିନଥାନ୍ତି । ସେମାନେ କେବଳ ମାଛ ଖାଇଥାନ୍ତି । ଏବେ ଘଡିଆଲ କୁମ୍ଭୀର ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି । ପୂର୍ବରୁ ଯେତେବେଳେ ହୀରାକୁଦ ବନ୍ଧ ହେବା ପରେ ପରେ ବିଶେଷ ଭାବରେ ଘଡିଆଲ କୁମ୍ଭୀରର ବଂଶ ଲୋପ ପାଇଯାଇଥିଲା । ତେଣୁ ସେମାନଙ୍କ ପାଇଁ ଭୟଭୀତ ହେବାର କାରଣ ନାହିଁ । "

ମହାନଦୀରେ ଅଧିକ ସଂଖ୍ୟରେ ଘଡିଆଲ ଦେଖାଯାନ୍ତି:-
ସେ ଆହୁରି ମଧ୍ୟ କହିଛନ୍ତି,"ବିଶ୍ୱର ସର୍ବପୁରାତନ ପ୍ରଜାତିର ଘଡିଆଳ କୁମ୍ଭୀର ବଂଶ ବୃଦ୍ଧି ପାଇଁ ବନ୍ୟ ବିଭାଗ ପକ୍ଷରୁ ନିଆଯାଉଛି ନୂଆ ନୂଆ ପଦକ୍ଷେପ ।ବିଶେଷ ଭାବରେ ଭାରତର ମହାନଦୀ ବା ଆଖପାଖ ଶାଖା ନଦୀରେ ବିଶେଷ ଭାବରେ ଏହି ଘଡିଆଲ କୁମ୍ଭୀର ଦେଖାଯାନ୍ତି । ଘଡିଆଳ ରିକଭରି ପ୍ରୋଗ୍ରାମରେ ନନ୍ଦନକାନନରୁ କିଛି ଘଡିଆଳ ହୀରାକୁଦ ଯାଇଥିଲେ । ସେମାନଙ୍କର ଅଣ୍ଡା ନେଇ ଟିକରପଡ଼ାରେ ଛଡାଯାଇଥିଲା । ଏସବୁ କୁମ୍ଭୀର ବର୍ଷା ଯୋଗୁଁ ତଳ ମୁଣ୍ଡକୁ ଆସିଛନ୍ତି । ସେମାନେ ପୁଣି ଫେରିଯିବେ ।ତେଣୁ ଭୟଭୀତ ନ ହୋଇ ସହାନୁଭୂତି ଦେଖାଇବାକୁ ଲୋକଙ୍କୁ ଅନୁରୋଧ ।"

କେଉଁ ମସିହାରେ କେତେ ଘଡିଆଲ ରହିଛନ୍ତି:-
ଓଡିଶା ବନ୍ୟାପ୍ରାଣୀ ସଂଗଠନ ଅନୁସାରେ ....

* ୨୦୧୬-୧୭ ମସିହାରେ ମହାନଦୀ ଉପତ୍ୟକାରେ ୯ ଟି ଘଡିଆଳ ।

* ୨୦୧୭-୨୦୧୮ ମସିହାରେ ମହାନଦୀ ଉପତ୍ୟକାରେ ୭ଟି ଘଡିଆଳ ।

* ୨୦୧୮-୨୦୧୯ ମସିହାରେ ମହାନଦୀ ଉପତ୍ୟକାରେ ୮ ଟି ।

* ୨୦୧୯-୨୦ ମସିହାରେ ମହାନଦୀ ଉପତ୍ୟକାରେ ୮ ଟି ଘଡିଆଳ ଚିହ୍ନଟ କରଯାଇଥିଲା ।
* ୨୦୨୦-୨୧ ମସିହାରେ ମହାନଦୀ ଉପତ୍ୟକାରେ ୧୧ ଟି ଘଡିଆଳ ।

*୨୦୨୧-୨୨ ମସିହାରେ ୭ ଟି ଘଡିଆଲ ଚିହ୍ନଟ କରଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଜନବସତିରେ ଗଜରାଜ, ଗାଁ ଦାଣ୍ଡରେ ମଗର - Elephant And Crocodile Terror

ଏହା ମଧ୍ୟ ପଢନ୍ତୁ...ଧଳା କୁମ୍ଭୀରଙ୍କ ଘର ଭିତରକନିକା: ଶୋଭାବର୍ଦ୍ଧନ କରୁଛନ୍ତି ଗୋରୀ-ମଲ୍ଲୀ-ଶ୍ୱେତା, ହେଲେ ଚିନ୍ତା ବଢ଼ାଉଛି ପ୍ରଜନନ ଓ ବଂଶବୃଦ୍ଧି - Albino Crocodile in Odisha

ଏହା ମଧ୍ୟ ପଢନ୍ତୁ...ରାତିରେ ବାସନ ଧୋଇବାକୁ ଯାଇଥିଲେ ମହିଳା; ନଦୀରେ ଟାଣି ନେଲା କୁମ୍ଭୀର, ସକାଳୁ ମିଳିଲା କ୍ଷତାକ୍ତ ମୃତଦେହ - Kendrapara crocodile attack

କେବେ କେଉଁଠାରେ ଦେଖଯାଇଛି କୁମ୍ଭୀର:-
ଅକ୍ଟୋବର ୧୧ ତାରିଖରେ କଣାସ ରାଜୁଆ ନଦୀରେ କୁମ୍ଭୀର ଆତଙ୍କ ଦେଖାଯାଇଥିଲା । କଣାସ ଗଡଶାନପୁଟୁ ଵ୍ୟାରେଜ୍ ନିକଟରେ କୁମ୍ଭୀର ଦେଖିବାକୁ ମିଳିଥିଲା । ଯାହା ଡେଲାଙ୍ଗ ଓ ପିପିଲି ଦୟା ନଦୀରେ ଆତଙ୍କ ଖେଳିଥିଲା ।ଅକ୍ଟୋବର ୭ ତାରିଖରେ ଦୟା ନଦୀରେ କୁମ୍ଭୀର ଦେଖିବାକୁ ମିଳିଥିଲା । ପୁରୀ ଜିଲ୍ଲା ପିପିଲି କଣ୍ଟି ନିକଟ ଦୟା ନଦୀରେ ଏକ କୁମ୍ଭୀର ଦେଖାଯାଇଥିଲା । ଯାହା ଘଡ଼ିଆଳ ବା ଥଣ୍ଟିଆ କୁମ୍ଭୀର ବୋଲି ଜଣାପଡିଥିଲା। ସେହିପରି ଭାବରେ ଅକ୍ଟୋବର ୫ ତାରିଖରେ କୁଆଖାଇ ନଦୀରେ କୁମ୍ଭୀର ଦେଖିବାକୁ ମିଳିଥିଲା । ମଞ୍ଚେଶ୍ୱର ନିକଟ କୁଆଖାଇ ନଦୀ ବାଲିଯାତ୍ରା ପଡ଼ିଆ ନିକଟ ନଦୀରେ କିଛି ଲୋକ ଗାଧୋଉଥିବା ବେଳେ ନଦୀପଠାରେ ଏକ କୁମ୍ଭୀର ଶୋଇଥିବା ଦେଖିଥିଲେ । ଖବର ପ୍ରସାର ହେବା ପରେ ନଦୀ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। କୁମ୍ଭୀରର ଲମ୍ବ ପାଖାପାଖି ପ୍ରାୟ ୮ ଫୁଟ ରହିଥିବର ଅନୁମାନ କରାଯାଇଥିଲା। ଏପରି ଅନେକ ସମୟରେ କଟକ, ଭୁବନେଶ୍ଵର ସମ୍ବଲପୁର ପୁରୀ ଜିଲ୍ଲାର ମହାନଦୀର ଓ ତାର ସଖା ନନ୍ଦୀରେ ଘଡିଆଲ କୁମ୍ଭୀର ଦେଖାଯାଉଥିବାର ନଜରକୁ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.