ETV Bharat / bharat

ହୁସିଆର! ଟ୍ରେନରେ ବାଣ ନେଲେ ୩ ବର୍ଷ ଜେଲ, ପୂର୍ବତଟ ରେଳପଥ ପକ୍ଷରୁ କଟକଣା ଜାରି

ଟ୍ରେନରେ ନେଇପାରିବେନି ଆତସବାଜି ଓ ଦହନଶୀଳ ପଦାର୍ଥ । କଟକଣା ଜାରି କଲା ପୂର୍ବତଟ ରେଳପଥ । ନିୟମ ଉଲଂଘନ କଲେ ହେବ ୩ ବର୍ଷ ଜେଲଦଣ୍ଡ।

author img

By ETV Bharat Odisha Team

Published : 3 hours ago

Inflammable Materials Ban
Inflammable Materials Ban (Indian Railways)

ଭୁବନେଶ୍ବର: ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳି। ଆଉ କିଛି ଦିନ ପରେ ଦେଶବ୍ୟାପୀ ପାଳନ ହେବ ଏହି ପର୍ବ । ଯେଉଁଥିପାଇଁ ଛୁଟି କଟାଇବାକୁ ଯିବେ ଲୋକେ। ଫଳରେ ଟ୍ରେନରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ପୂର୍ବତଟ ରେଳପଥ ସମ୍ପୂର୍ଣ୍ଣ ରୂପେ ସତର୍କ ଥିବାବେଳେ ଜନସାଧାରଣମାନଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି । ଟ୍ରେନରେ କୌଣସି ପ୍ରକାରର ଆତସବାଜି ଓ ଫୋଟକା ପରିବହନ ଉପରେ କଟକଣା କରିଛି। ଯଦି ନଜରକୁ ଆସେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ଟ୍ରେନରେ ବେଆଇନ ପରିବହନ ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ:
ପୂର୍ବତଟ ରେଳ ପଥ ଅଧୀନରେ ଚଳାଚଳ କରୁଥିବା ଟ୍ରେନଗୁଡିକରେ ଦହନଶୀଳ ଆତସବାଜି ସାମଗ୍ରୀର ବେଆଇନ ପରିବହନ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ପୂର୍ବତଟ ରେଳାପଥ । ବିଶେଷକରି ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ୟମକୁ ଜୋରଦାର କରାଯାଇଛି । ତେବେ ଏନେଇ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି , "ଯାତ୍ରୀ ପରିବହନ କରୁଥିବା ଟ୍ରେନରେ ଆତସବାଜି ବାଣ, ଫୋଟକା, ଗ୍ୟାସ ସିଲିଣ୍ଡର, ଏସିଡ୍, ପେଟ୍ରୋଲ, କିରୋସିନ ଏବଂ ଦହନଶୀଳ ସାମଗ୍ରୀ ପରିବହନ କରିବା ରେଳବାଇ ଅଧିନିୟମ, 1989 ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ଧରାପଡ଼ିଲେ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ ।"

ଉଲଂଘନକାରୀଙ୍କ ଉପରେ କଡା ନଜର:
"ପାର୍ବଣ ଋତୁରେ ଟ୍ରେନ୍ ଯାତ୍ରାବେଳେ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଇଛି ପୂର୍ବତଟ ରେଳପଥ । ଯାତ୍ରା ସମୟରେ କୌଣସି ଜ୍ୱଳନ୍ତ କିମ୍ବା ବିସ୍ଫୋରକ ସାମଗ୍ରୀ ନନେବାକୁ ନିବେଦନ କରାଯାଇଛି । ଏହାସହ ଯାତ୍ରୀମାନେ ମଧ୍ୟ ଏଥିପ୍ରତି ସଜାଗ ରହିବାକୁ କୁହାଯାଇଛି । ରେଳବାଇ ସୁରକ୍ଷା ବଳ (RPF) କର୍ମଚାରୀ, ସରକାରୀ ରେଳ ପୋଲିସ (GRP), ଟିଟିଇ, କୋଚ କିମ୍ବା ଷ୍ଟେସନ ପରିଚାଳକଙ୍କ ସମେତ ଅନବୋର୍ଡ କର୍ମଚାରୀଙ୍କୁ ଏହି ନିୟମ ଉଲଂଘନ କରୁଥିବା ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ ସୂଚନା ଦେବାପାଇଁ କୁହାଯାଇଛି" ବୋଲି କହିଛନ୍ତି ପୂର୍ବତଟ ରେଳପଥ ଅଧିକାରୀ । ଏହାସହ "ପୂର୍ବତଟ ରେଳପଥ ଅନ୍ତର୍ଗତ ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲଟିୟରକୁ ଏହି ସ୍ୱତନ୍ତ୍ର ନିରାପତ୍ତା/ସୁରକ୍ଷା ଅଭିଯାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୀପାବଳି ସମୟରେ ଯାତ୍ରୀବାହୀ ଏବଂ ମେଲ / ଏକ୍ସପ୍ରେସ ଟ୍ରେନରେ ଦହନଶୀଳ ଫୋଟକା କିମ୍ବା ଅନ୍ୟାନ୍ୟ ବିପଜ୍ଜନକ ସାମଗ୍ରୀ ପରିବହନକୁ ବାରଣ କରିବା ପାଇଁ ଏହି ଅଭିଯାନ ସମୟରେ କଡା ଯାଞ୍ଚ ସହ ନିରନ୍ତର ନଜର ରଖାଯିବ" ବୋଲି କହିଛି ପୂର୍ବତଟ ରେଳପଥ।

ରେଳବାଇ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି:
"ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯେଉଁମାନେ ଆତସବାଜି ବା ବିସ୍ଫୋରକ ସାମଗ୍ରୀ ନେଇ ଯାତ୍ରା କରୁଛନ୍ତି ସେ ବିଷୟରେ ତୁରନ୍ତ ସୂଚନା ଦିଅନ୍ତୁ ଏବଂ ନିରାପଦରେ ରୁହନ୍ତୁ" ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ଏହାସହ ରେଳବାଇ ହେଲ୍ପ ଲାଇନ ନମ୍ବର 139 କୁ କଲ କରି ଜ୍ୱଳନ୍ତ ଜିନିଷ ବହନ କରୁଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ତୁରନ୍ତ ରିପୋର୍ଟ କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରିଛି ପୂର୍ବତଟ ରେଳବାଇ। ଆରପିଏଫ୍, GRP, ଷ୍ଟେସନ କର୍ମଚାରୀ, ଅଧିକାରୀ ଏବଂ ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀଙ୍କ ସମନ୍ବୟରେ ଯାଞ୍ଚ କରାଯିବ।

ଏହା ବି ପଢନ୍ତୁ...ବଦଳିଲା ଟ୍ରେନ ଟିକେଟ ବୁକିଂ ନିୟମ, ୧୨୦ରୁ ୬୦ ଦିନକୁ କମିଲା ଆଡଭାନ୍ସ ରିଜର୍ଭେସନ

ଏହା ବି ପଢନ୍ତୁ...ପୂର୍ବତଟ ରେଳବାଇର ପୂଜା ସ୍ପେଶାଲ ଟ୍ରେନ, ଓଡ଼ିଶାର ଏହି ରୁଟରେ କରିବ ଚଳାଚଳ - Special Train

ଏହା ବି ପଢନ୍ତୁ...ରେଳଯାତ୍ରୀଙ୍କ ପାଇଁ ବମ୍ପର ଅଫର, ଏହି ଟ୍ରେନରେ ଯାତ୍ରୀଙ୍କୁ ମାଗଣା ଖାଦ୍ୟ - Free Food In Train

ଏହା ବି ପଢନ୍ତୁ...ଟ୍ରେନ ଟିକେଟ ବୁକିଂ ସମୟ ହ୍ରାସ ପରେ ଓଡ଼ିଶା ଯାତ୍ରୀ ଖୁସ୍, 'ମିଳିବ କନଫର୍ମ ଟିକେଟ'

ଯାତ୍ରୀଙ୍କ ପାର୍ସଲ ଓ ଲଗେଜ ଉପରେ ରହିବ କଡା ନଜର:

"ପୂର୍ବତଟ ରେଳପଥ ରେଳ ଷ୍ଟେସନ ମାନଙ୍କରେ ସର୍ବସାଧାରଣ ଘୋଷଣା ମାଧ୍ୟମରେ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଯାହାଦ୍ୱାରା ଯାତ୍ରୀମାନଙ୍କୁ ଅଗ୍ନି ନିର୍ବାପକ ବିପଦ ବିଷୟରେ ସଚେତନ ମଧ୍ୟ କରାଯାଉଛି। ଏହାସହ ପାର୍ସଲ ଭ୍ୟାନରେ ଲୋଡ୍ ହୋଇଥିବା ପାର୍ସଲ ଏବଂ ଲଗେଜ୍ ଗୁଡିକର ନିରାପଦ ପରିଚାଳନାକୁ ସୁନିଶ୍ଚିତ କରିବା ଉପରେ ମଧ୍ୟ ସ୍ୱତନ୍ତ୍ର ଟିମ ଧ୍ୟାନ ଦେଉଛି" ବୋଲି କହିଛି ପୂର୍ବତଟ ରେଳ ପଥ। ଏହା ସହିତ ନିରାପତ୍ତାକୁ ବୃଦ୍ଧି କରାଇବା ପାଇଁ 'ଟ୍ରେନ୍ ଏସକଟିଂ ଟିମ୍' ଏବଂ 'ମେରୀ ସହେଲି' ଦଳକୁ ଉଭୟ ଯାତ୍ରୀବାହୀ ଟ୍ରେନ ଏବଂ ଲଗେଜ ଉପରେ କଡା ନଜର ରଖିବା ଦାୟିତ୍ୱ ଦିଆଯାଇଛି। ଷ୍ଟେସନ, ସାମଗ୍ରୀ ସେଡ୍, ଗାର୍ଡ ଭ୍ୟାନ, ଏସି କୋଚ୍, ପାଣ୍ଟ୍ରି କାର୍ ଏବଂ ଲୋକୋମୋଟିଭରେ ପର୍ଯ୍ୟାପ୍ତ ପରିମାଣର ଅଗ୍ନି ନିର୍ବାପକ କୌଶଳକ୍ରମେ ରଖାଯାଇଛି" ବୋଲି କହିଛି ପୂର୍ବତଟ ରେଳପଥ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.