ETV Bharat / state

ଶ୍ରୀମନ୍ଦିରରେ ପୁଣି ଚାରି ଦ୍ବାର ପ୍ରବେଶ କଟକଣା, ଭକ୍ତ ଓ ସେବାୟତଙ୍କ ନାପସନ୍ଦ

ଶ୍ରୀମନ୍ଦିରରେ ପୁଣି ଚାରି ଦ୍ବାର ପ୍ରବେଶ ଉପରେ କଟକଣା ଲାଗିଛି । କେବଳ ସିଂହଦ୍ଵାର ଓ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ ଅନୁମତି ଥିବାବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ ଓ ସେବାୟତ ।

author img

By ETV Bharat Odisha Team

Published : 2 hours ago

Devotees Opposing
Devotees Opposing (ETV Bharat Odisha)

ପୁରୀ: କାର୍ତ୍ତିକ ମାସରେ ପୁଣି ଭକ୍ତଙ୍କ ପାଇଁ ଲାଗିଲା କଟକଣା । କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଚାରି ଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ କଟକଣା ଲାଗିଛି । ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ଭକ୍ତ ଓ ସେବାୟତ। କାର୍ତ୍ତିକ ମାସରେ ଆଉ ପୂର୍ବ ଭଳି ଶ୍ରୀମନ୍ଦିର ଚାରି ଦ୍ଵାର ଦେଇ ପ୍ରବେଶ କରିପାରିବେନି ଭକ୍ତ । ଶ୍ରୀ ମନ୍ଦିରକୁ ଆସୁଥିବା ଭକ୍ତ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଓ ପଶ୍ଚିମ ଦ୍ୱାର ଦେଇ କେବଳ ପ୍ରବେଶ କରିବେ । କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କଟକଣା କରାଯାଇଛି ।

ଭକ୍ତ ଓ ସେବାୟତଙ୍କ ବିରୋଧ:

ଏହି ନିଷ୍ପତ୍ତିକୁ ଅନେକ ଭକ୍ତ ଓ ସେବାୟତ ନାପସନ୍ଦ କରିଛନ୍ତି । ଏହି କଟକଣା ଦ୍ବାରା ଅଧିକ ଭିଡ଼ ହେବ ଓ ଭକ୍ତମାନେ ହଇରାଣ ହେବେ। ବିଶେଷ କରି ମହାପ୍ରସାଦ କିଣିବା ପାଇଁ ଚାହୁଥିବା ଭକ୍ତଙ୍କୁ ଲାଇନରେ ଦୀର୍ଘ ସମୟ ଧରି ଠିଆ ହେବାକୁ ପଡିବ। ପୁରୀ ବାସିନ୍ଦା ମଧ୍ୟ ବେଶ ଅସୁବିଧା ଭୋଗିବେ। ବିଚାର ବିମର୍ଶ ନକରି ଶ୍ରୀମନ୍ଦିର ଚାରିଦ୍ଵାର ପ୍ରବେଶ କଟକଣା କରାଯାଇଛି। ସିଂହ ଦ୍ଵାର ଓ ପଶ୍ଚିମ ଦ୍ଵାରରେ ଭକ୍ତଙ୍କ ପାଇଁ ଅଧିକ ସେଡ୍ ବ୍ୟବସ୍ଥା ସହ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଭକ୍ତ ଓ ସେବାୟତ ମତ ଦେଇଛନ୍ତି। ଯେଉଁ ଭକ୍ତ କେବଳ ମହାପ୍ରସାଦ କିଣିବାକୁ ଚାହିଁବ ଆନନ୍ଦ ବଜାରକୁ ଯିବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି । ନହେଲେ କାର୍ତ୍ତିକ ମାସରେ ଦଲାଲମାନେ ମନ୍ଦିର ଭିତରୁ କମ ମୂଲ୍ୟରେ ଅବଢ଼ା କିଣି ଚଢ଼ା ଦରରେ ଭକ୍ତଙ୍କୁ ବିକ୍ରି କରିବେ ବୋଲି କହିଛନ୍ତି ଭକ୍ତ।

Devotees Opposing (ETV Bharat Odisha)

ଶ୍ରୀମନ୍ଦିରକୁ ଆସିଥିବା ଜଣେ ଭକ୍ତ ଧ୍ରୁବ ଚରଣ ସାହୁ କହିଛନ୍ତି, "ଶ୍ରୀମନ୍ଦିର ଚାରି ଦ୍ୱାରରେ ଭକ୍ତଙ୍କ ପ୍ରବେଶ କଟକଣା ଦ୍ବାରା ଆଗାମୀ ଦିନରେ ପରିସ୍ଥିତ ଭୟଙ୍କର ହେବ । ପ୍ରବଳ ଭିଡ଼ ହେବ। ଭକ୍ତମାନେ ଅସୁବିଧା ଭୋଗିବେ। ତେବେ ସିଂହଦ୍ଵାର ଓ ପଶ୍ଚିମ ଦ୍ଵାରରେ ଏନେଇ ସେଡ୍ ବ୍ୟବସ୍ଥା ସହ ପାନୀୟ ଜଳର ବ୍ୟବସ୍ଥା ପର୍ଯ୍ୟାପ୍ତ ପରିମାଣରେ ହେବା ଉଚିତ୍। ଏବେ ଯେଉଁ ଭଳି ଖରା ହେଉଛି ଲମ୍ବା ଲାଇନ୍ ଲାଗିଲେ ଭକ୍ତ କଷ୍ଟ ପାଇବେ। ପୂର୍ବରୁ ଚାରି ଦ୍ଵାର ଖୋଲାଯାଇଥିବା ଯୋଗୁଁ ଆମେ ଉତ୍ତର ଦ୍ବାର ଦେଇ ଆନନ୍ଦ ବଜାରରୁ ଅବଢ଼ା ଶୀଘ୍ର ଆଣି ଫେରି ଆସୁଥିଲୁ। ଉତ୍ତର ଦ୍ଵାରରେ ପ୍ରବେଶ କଟକଣା ପରେ ଦଲାଲଙ୍କ ପ୍ରାଦୃର୍ଭାବ ବଢିବ। ଦଲାଲଙ୍କ ଠାରୁ ଚଢା ଦରରେ ଅବଢ଼ା କିଣି ଶୋଷଣର ଶୀକାର ହେବେ ଭକ୍ତ । ଏଣୁ ଭକ୍ତଙ୍କ ପାଇଁ ଚାରି ଦ୍ଵାର ପ୍ରବେଶ କଟକଣାକୁ ସରକାର ପ୍ରତ୍ୟାହାର କରନ୍ତୁ ।"

Devotees Opposing
Devotees Opposing (ETV Bharat Odisha)

ହବିଷ୍ୟାଳୀ ପ୍ରମିଳା ଦାଶଙ୍କ କହିବା କଥା, "ଶ୍ରୀମନ୍ଦିର ଚାରି ଦ୍ଵାରରେ ଭକ୍ତଙ୍କ ପ୍ରବେଶ କଟକଣା ପରେ ବୟସ୍କ ଲୋକମାନେ ହଇରାଣ ହେବେ। ପ୍ରବେଶ କଟକଣା ପରେ ସିଂହ ଦ୍ଵାରରେ ବହୁ ସମୟ ଧରି ଲାଇନରେ ରହିବାକୁ ପଡିବ। ଯାହାକି ଆମ ଭଳି ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ର ରେ ଅସମ୍ଭବ। ଉତ୍ତର ଦ୍ଵାରରେ ପ୍ରବେଶ ଅନୁମତି ନଥିବାରୁ ଅବଢ଼ା ପାଇଁ ଅନ୍ୟ ବ୍ୟକ୍ତିଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ସେମାନେ ଅଧିକ ଦର ଦେଇ ମହାପ୍ରସାଦ ଆମକୁ ବିକ୍ରି କରିବେ। ଏଣୁ ହବିଷ୍ୟାଳୀଙ୍କୁ ଆନନ୍ଦ ବଜାରକୁ ଛଡାଯିବା ନେଇ ସରକାର ବ୍ୟବସ୍ଥା କରନ୍ତୁ।"ଜଗନ୍ନାଥ ପ୍ରେମୀ ଦିଲ୍ଲୀପ ବରାଳ କହିଚନ୍ତି, "ଭକ୍ତଙ୍କ ପ୍ରବେଶ ନେଇ ପ୍ରଶାସନ ତୁରନ୍ତ ନିଷ୍ପତ୍ତି ନ ବଦଳାଇଲେ ଆମେ କୋର୍ଟର ଦ୍ଵାରସ୍ଥ ହେବୁ।"

ଏହା ବି ପଢନ୍ତୁ...ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ ଆରମ୍ଭ, କିଏ ଖୁସି ତ କିଏ ଅସନ୍ତୋଷ

ଏହା ବି ପଢନ୍ତୁ...କାଲିଠୁ କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳୀଙ୍କ ଧାରଣା, ମନ୍ତ୍ରୀ କହିଲେ ସବୁ ସୁବିଧା ହୋଇଛି
ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବର୍ଷକୁ ଖର୍ଚ୍ଚ ହେବ ଏତିକି କୋଟି

ଏହା ବି ପଢନ୍ତୁ-ହବିଷ୍ୟାଳୀ ବ୍ରତ ପାଇଁ ୬ରୁ ଆବେଦନ, 2500 ମା’ଙ୍କ ପାଇଁ ବ୍ୟବସ୍ଥା - Habishyalis Registration

ଶ୍ରୀ ମନ୍ଦିରବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି," ରାଜନୈତିକ ଉଦ୍ଦେଶ୍ୟ ରଖି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା କରିଲେ। ଚାରି ଦ୍ଵାରରେ ଆଜି ପର୍ଯ୍ୟନ୍ତ ଭଲରେ ସେଡ୍ ହୋଇପାରିଲା ନାହିଁ। ଖରାରେ ଭକ୍ତ ଡହଳ ବିକଳ ହେଉଛନ୍ତି। ପୁଣି ଚାରି ଦ୍ଵାର ପ୍ରବେଶ ନେଇ କଟକଣା ଲଗାଇଛନ୍ତି। ଯଦି 4 ଦ୍ୱାର ରେ ପ୍ରବେଶ ନେଇ କଟକଣା ଲଗାଯାଇଛି ତେବେ ଭକ୍ତ ଙ୍କ ସୁବିଧା ପ୍ରତି ଦୃଷ୍ଟି ଦିଆଯାଉ। ପୂର୍ବରୁ ଭକ୍ତମାନେ ଅତି ସହଜରେ ଉତ୍ତର ଦ୍ଵାର ପଟେ ପ୍ରବେଶ କରି ସହଜରେ ମହାପ୍ରସାଦ ଆଣୁଥିଲେ। ତେବେ 4 ଦ୍ଵାର ପ୍ରବେଶ କଟକଣା ପରେ ଭକ୍ତ ଉତ୍ତର ଦ୍ଵାରରେ ପ୍ରବେଶ କରିପାରିବ ନାହିଁ। ଅନ୍ୟ ଦ୍ଵାରରେ ପ୍ରବଳ ଭିଡ଼ ହେତୁ ଭକ୍ତ କେବଳ ମହାପ୍ରସାଦ ପାଇଁ ଘଣ୍ଟା ଘଣ୍ଟା ଠିଆ ହୋଇପାରିବ ନାହିଁ। ଯାହାକି ଦଲାଲମାନଙ୍କୁ ଫାଇଦା ଦେବ। ଭକ୍ତଙ୍କୁ ମହାପ୍ରସାଦ ଦେବା ନାଁରେ ଭକ୍ତଙ୍କୁ ଆର୍ଥିକ ଶୋଷଣ କରିବେ। ଭକ୍ତମାନେ ହଇରାଣ ହେବେ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.