ଓଡିଶା

odisha

ETV Bharat / bharat

ଅତ୍ୟାଧୁନିକ ଡିଟୋନେଟର କିଣୁଛନ୍ତି ମାଓବାଦୀ: CRPF ଅଧିକାରୀ - Sophisticated Detonators - SOPHISTICATED DETONATORS

SOPHISTICATED DETONATORS: ଧିରେ ଧିରେ ଲୋପ ପାଉଛି ଲାଲ ବାହିନୀର ଉପସ୍ଥିତି । ଏଭଳି ସ୍ଥିତିରେ ମାଓବାଦୀମାନେ ଅତ୍ୟାଧୁନିକ ଡିଟୋନେଟର କିଣୁଥିବା କହିଛନ୍ତି ବରିଷ୍ଠ ସିଆରପିଏଫ ଅଧିକାରୀ । ଅଧିକ ପଢନ୍ତୁ

SOPHISTICATED DETONATORS
SOPHISTICATED DETONATORS

By ETV Bharat Odisha Team

Published : Apr 27, 2024, 10:24 PM IST

ନୂଆଦିଲ୍ଲୀ: ଧିରେ ଧିରେ ଦେଶରେ ନିଜ ସ୍ଥିତି ହରାଇବାରେ ଲାଗିଛନ୍ତି ମାଓବାଦୀ । ଏହା ସତ୍ତ୍ବେ ନିକଟରେ ଝାଡଖଣ୍ଡରୁ ବିପୁଳ ମାତ୍ରାରେ ଡିଟୋନେଟର (ବୋମା ବିସ୍ଫୋରଣ ପାଇଁ ବ୍ୟବହୃତ ଯନ୍ତ୍ର) ଜବତ ହୋଇଛି । ସୁରକ୍ଷା ବାହିନୀକୁ ଅଡୁଆରେ ପକାଇବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି ଲାଲ ବାହିନୀ । ଏହା ବୈଦ୍ୟୁତିକ ନୁହେଁ ଏବଂ ପରିଚାଳନା ତଥା ସଂରକ୍ଷଣ କରିବା ସହଜ । ଏଭଳି ଅତ୍ୟାଧୁନିକ ଡିଟୋନେଟର ମାଓବାଦୀମାନେ କିଣୁଥିବା ଜଣେ ସିଆରପିଏଫ ଅଧିକାରୀ ସୂଚନା ଦେଇଛନ୍ତି ।

ନିକଟରେ ଜଣେ ଗିରଫ ମାଓବାଦୀଙ୍କ ପକ୍ଷରୁ ଏକ ଚାଞ୍ଚଲ୍ୟକରଣ ତଥ୍ୟ ସାମ୍ନାକୁ ଆସିଛି । ମାଓବାଦୀଙ୍କ ଦମନ ଲାଗି କେନ୍ଦ୍ର ଗୃହ ବିଭାଗ ବେଶ ତତ୍ପର ଥିବାରୁ ଧିରେ ଧିରେ ଲାଲ ବାହିନୀ ଦୁର୍ବଳ ହେବାରେ ଲାଗିଛି । ଏଥିଲାଗି ମାଓ ସଂଗଠନ ଗୁଡ଼ିକ ବିଦେଶୀ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରଖିବା ପାଇଁ ପ୍ରଚେଷ୍ଟା ଚଳାଇଥିବା ଗିରଫ ମାଓବାଦୀ ପ୍ରକାଶ କରିଛି । ଝାଡ଼ଖଣ୍ଡ ଛାଇବାସାରୁ ପ୍ରାୟ 3ହଜାର ଡିଟୋନେଟରକୁ ଜବତ କରିଥିଲା ସିଆରପିଏଫର 172 ବାଟାଲିୟନ । ଏନେଇ ଜଣେ ବରିଷ୍ଠ ସିଆରପିଏଫ ଅଧିକାରୀ କହିଛନ୍ତି, " ଏହା ହେଉଛି ନୂତନ ଧରଣର ଡିଟୋନେଟର । ସବୁଠୁ ଚିନ୍ତାର ବିଷୟ ହେଉଛି ଏଗୁଡ଼ିକ ବୈଦ୍ୟୁତିକ ନୁହେଁ । ଏଗୁଡ଼ିକ ରେଡିଓ ଫ୍ରିକ୍ବେନ୍ସି ପ୍ରତି କମ ସମ୍ବେଦନଶୀଳ ହୋଇଥିବାରୁ ସାଧାରଣ ଅପେକ୍ଷା ଏହା ଅଧିକ ବିପଜ୍ଜନକ ।"

ଏହା ବି ପଢନ୍ତୁ- ନିର୍ବାଚନ ପୂର୍ବରୁ ଅଶାନ୍ତ କାଙ୍କେର; ଗୁଳି ବିନିମୟ ବେଳେ 29 ନକ୍ସଲ ମୃତ, 3 ଯବାନ ଆହତ

ଏହି ଅତ୍ୟାଧୁନିକ ଡିଟୋନେଟରଗୁଡ଼ିକ ପାଣିରେ ସହଜରେ ରହିପାରିବ । ଯାହାକି ତାରର ଏକ ବିକଳ୍ପ ଭଳି କାର୍ଯ୍ୟ କରୁଛି । ବରିଷ୍ଠ ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ମାଓବାଦୀମାନେ ଅନେକ ବିଦେଶୀ ଆତଙ୍କବାଦୀ ସଂଗଠନ ସହିତ ସେମାନଙ୍କର ସମ୍ପର୍କକୁ ପୁନଃ ସ୍ଥାପିତ କରିବାକୁ ଚେଷ୍ଟା କରୁଛନ୍ତି ।

ସୂଚନା ଥାଉ କି ଚଳିତ ମାସ ଆରମ୍ଭରେ ଛତିଶଗଡର ସୁକମା ଏବଂ ବିଜାପୁର ଜିଲ୍ଲାରେ ଦୁଇ ଜଣ ମହିଳାଙ୍କ ସମେତ 12 ଜଣ ମାଓବାଦୀଙ୍କୁ ସୁରକ୍ଷା ବାହିନୀ ଗିରଫ କରିଥିଲା ।ସେମାନଙ୍କ ମଧ୍ୟରୁ ମୋଷ୍ଟ ୱାଣ୍ଟେଡ ମାଓବାଦୀ ତଥା ମାଓବାଦୀଙ୍କ କେନ୍ଦ୍ରୀୟ ଆଞ୍ଚଳିକ କମାଣ୍ଡର ମାଡଭି ଆୟତା ଓରଫ ସୁଖରାମ ଥିଲା । ଯାହା ମୁଣ୍ଡରେ 8 ଲକ୍ଷ ଟଙ୍କା ଥିଲା ।

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ସମସ୍ତ ସୁରକ୍ଷା ଏଜେନ୍ସିକୁ ଅଲ-ଆଉଟ୍‌ ଅପରେସନ ଜାରି ରଖିବାକୁ କହିଛି । ଏନେଇ ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି, "ଯେତେବେଳେ ଲାଲ ବାହିନୀ ସାରା ଦେଶରୁ ହଟିବାକୁ ଯାଉଛି, ସେହି ସମୟରେ ମାଓବାଦୀମାନେ ଅନ୍ୟ ଆତଙ୍କବାଦୀ ସଂଗଠନ ସହ ନୂତନ ସମ୍ପର୍କ ଏବଂ ବୁଝାମଣା ସ୍ଥାପନ କରିବାକୁ ଚେଷ୍ଟା କରିପାରନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details