ରାୟପୁର:ଛତିଶଗଡ ବେମେତାରା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ପିକଅପ ଭ୍ୟାନ ଓ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ 9ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 5ଜଣ ମହିଳା ଓ ଅବଶିଷ୍ଟ 3ଶିଶୁ ଥିବା ପ୍ରାଥମିକ ଭାବେ ଜଣାପଡିଛି । ପ୍ରାୟ 20ରୁ ଅଧିକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଗୁରୁତରଙ୍କୁ ଅନ୍ୟତ୍ର ମଧ୍ୟ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ତେବେ ଗତକାଲି (ରବିବାର) ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାର କାରଣ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇପାରିନି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି ।
ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଦେଇଥିବା ତଥ୍ୟ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାଠିଆଗ୍ରାମ ନିକଟରେ ଏକ ଟ୍ରକ ଓ ପିକଅପ ଭ୍ୟାନ ମଧ୍ୟରେ ଧକ୍କା ହୋଇଛି । ପିକଅପ ଭ୍ୟାନଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ସମସ୍ତ ମୃତାହତ ସ୍ଥାନୀୟ ପାଥାରା ଗ୍ରାମର ବାସିନ୍ଦା । ସେମାନେ ତିରାଇୟା ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ବିଳମ୍ବିତ ରାତିରେ ଫେରୁଥିଲେ । ରାସ୍ତାକଡରେ ଏକ ଟ୍ରକ ଛିଡା ହୋଇଥିବା ବେଳେ ଏହି ପିକଅପ ଭ୍ୟାନଟି ଦୃତଗତିରେ ଟ୍ରକ ସହ ପିଟି ହୋଇଥିଲା । ଏଥିରେ ଘଟଣାସ୍ଥଳରେ 5ମହିଳା ଓ 3ଶିଶୁଙ୍କ ସମେତ ମୋଟ 8ଜଣଙ୍କ ମୃତ୍ୟୁ ହୋଇଛି ।