ନୂଆଦିଲ୍ଲୀ: 'ଗତ ଏକ ବର୍ଷ ଧରି ସମସ୍ତେ ମନେ ପଡୁଛନ୍ତି । ଆମେ ଶୀଘ୍ର ବାହାରେ ଭେଟିବା । ଲଭ ୟୁ ଅଲ୍ ।' ଜେଲରୁ ଏଭଳି ଭାବ ବିହ୍ବଳ ପୂର୍ଣ୍ଣ ଚିଠି ଲେଖିଛନ୍ତି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତିହାର ଜେଲରୁ ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ପାତପରଗଞ୍ଜ ଲୋକଙ୍କୁ ଏହି ଚିଠି ଲେଖିଛନ୍ତି । ପ୍ରକାଶଥାଉକି, ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ 1 ବର୍ଷରୁ ଅଧିକ ସମୟ ଧରି ତିହାର ଜେଲ୍ରେ ଅଛନ୍ତି ।
ମନୀଷ ସିସୋଦିଆ ଚିଠିରେ ଲେଖିଛନ୍ତି, "ଗତ ଏକ ବର୍ଷ ଧରି ସମସ୍ତେ ମନେ ପଡୁଛନ୍ତି । ସମସ୍ତେ ବହୁତ ସଚ୍ଚୋଟତା ସହିତ ଏକାଠି କାମ କରିଥିଲେ । ଯେପରି ସମସ୍ତେ ସ୍ୱାଧୀନତା ସମୟରେ ଯୁଦ୍ଧ କରିଥିଲେ, ସେହିଭଳି ଆମେ ଭଲ ଶିକ୍ଷା ଏବଂ ବିଦ୍ୟାଳୟ ପାଇଁ ସଂଗ୍ରାମ କରୁଛୁ । ବ୍ରିଟିଶ ଏକଛତ୍ରବାଦୀ ଶାସନ ପରେ ମଧ୍ୟ ସ୍ୱାଧୀନତାର ସ୍ୱପ୍ନ ସାକାର ହୋଇଥିଲା । ସେହିଭଳି, ଦିନେ ପ୍ରତ୍ୟେକ ପିଲା ଉପଯୁକ୍ତ ଏବଂ ଭଲ ଶିକ୍ଷା ପାଇବେ । ବ୍ରିଟିଶମାନେ ମଧ୍ୟ ସେମାନଙ୍କର ଶକ୍ତି ପାଇଁ ବହୁତ ଗର୍ବିତ ଥିଲେ । ମିଥ୍ୟା ଅଭିଯୋଗରେ ଲୋକଙ୍କୁ ଜେଲରେ ରଖିଥିଲେ । ବ୍ରିଟିଶମାନେ ଗାନ୍ଧୀଙ୍କୁ ବହୁ ବର୍ଷ ଜେଲରେ ରଖିଥିଲେ । ଏହା ମୋକ ପ୍ରେରଣା ଏବଂ ଆପଣମାନେ ମୋର ଶକ୍ତି । ଏକ ବିକଶିତ ଦେଶ ହେବାକୁ ହେଲେ ଭଲ ଶିକ୍ଷା ଏବଂ ବିଦ୍ୟାଳୟ ରହିବା ଆବଶ୍ୟକ ।"
ସେ ଆହୁରି ମଧ୍ୟ ଲେଖିଛନ୍ତି , "ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀରେ ଶିକ୍ଷା କ୍ରାନ୍ତି ଆସିଥିବାରୁ ମୁଁ ବହୁତ ଖୁସି । ବର୍ତ୍ତମାନ ପଞ୍ଜାବ ଶିକ୍ଷାକ୍ରାନ୍ତି ଖବର ପଢି ବହୁତ ଖୁସି ଲାଗୁଛି । ଜେଲରେ ରହି ତୁମ ପ୍ରତି ମୋର ପ୍ରେମ ଆହୁରି ବୃଦ୍ଧି ପାଇଛି । ଆପଣମାନେ ମୋ ସ୍ତ୍ରୀ ଓ ପରିବାର ଲୋକଙ୍କ ଯତ୍ନ ନେଇଛନ୍ତି । ମୋ ସ୍ତ୍ରୀ ସୀମା ଆପଣମାନଙ୍କ କଥା କହି ଭାବୁକ ହୋଇପଡେ । ଆପଣ ସମସ୍ତେ ନିଜର ଯତ୍ନ ନିଅନ୍ତୁ । "