ଓଡିଶା

odisha

ETV Bharat / bharat

ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରେ ଆତଙ୍କୀ ହମଲା, ଏକାଧିକ ଯବାନ ଆହତ - Manipur cm Security Team attacked by Insurgents - MANIPUR CM SECURITY TEAM ATTACKED BY INSURGENTS

Manipur Chief Minister's Advance Security Team Ambushed By Suspected Insurgents: ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସୁରକ୍ଷା ଟିମ ଉପରେ ଆକ୍ରମଣ । ଏକାଧିକ କମାଣ୍ଡୋ ଆହତ । ହିଂସା ପ୍ରଭାବିତ ଜିରିବାମକୁ ଗସ୍ତ କରିଥାନ୍ତେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ ଉପରେ ଆତଙ୍କୀ ହମଲା, ଏକାଧିକ ଯବାନ ଆହତ
ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ ଉପରେ ଆତଙ୍କୀ ହମଲା, ଏକାଧିକ ଯବାନ ଆହତ (ETV Bharat Odisha)

By ETV Bharat Odisha Team

Published : Jun 10, 2024, 2:26 PM IST

Updated : Jun 10, 2024, 3:16 PM IST

ଇମ୍ଫାଲ:ମଣିପୁରରେ କିଛି ଦିନର ବ୍ୟବଧାନ ପରେ ପୁଣି ହିଂସା । ଏଥର ସିଧା ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆସାମ ସୀମାନ୍ତ ଜିରିବାମ ଜିଲ୍ଲାର ଏକ ଜଙ୍ଗଲ ରାସ୍ତାରେ ଏହି ଆକ୍ରମଣ ହୋଇଛି । ଏଥିରେ ୪ରୁ ଅଧିକ କମାଣ୍ଡୋ ଆହତ ହୋଇଛନ୍ତି । ସେମାନଙ୍କୁ ଇମ୍ଫାଲର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁକି ସମ୍ପ୍ରଦାୟର ଉଗ୍ରବାଦୀମାନେ ଏହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ହିଂସା ପ୍ରଭାବିତ ଜିରିବାମ ଏରିଆକୁ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଗସ୍ତ ପୂର୍ବରୁ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବ ଆଡଭାନ୍ସ ସିକ୍ୟୁରିଟି ଟିମ ସେଠାକୁ ଯାଉଥିଲା । ଏହି ସମୟରେ ପୂର୍ବରୁ ଲୁଚି ଥିବା ଉଗ୍ରବାଦୀମାନେ ଅତର୍କିତ ଆକ୍ରମଣ କରିଛନ୍ତି । ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଉଛି ।

ହିଂସା ପ୍ରଭାବିତ ଜିରିବାମ ଏରିଆକୁ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଗସ୍ତ ପୂର୍ବରୁ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବ ଆଡଭାନ୍ସ ସିକ୍ୟୁରିଟି ଟିମ ସେଠାକୁ ଯାଉଥିଲା । ଏହି ସମୟରେ ପୂର୍ବରୁ ଲୁଚି ଥିବା ଉଗ୍ରବାଦୀମାନେ ଅତର୍କିତ ଆକ୍ରମଣ କରିଛନ୍ତି । ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଉଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କନଭଏ ଇମ୍ଫାଲରୁ ଆସାମ ଜିରିବାମ ଜିଲ୍ଲାକୁ ଯାଉଥିଲା । ସକାଳ ପ୍ରାୟ ସାଢେ 10ଟା ସମୟରେ ଜାତୀୟ ରାଜପଥ-37ରେ ଏହି ଆକ୍ରମଣ ହୋଇଥିଲା ।

ଏହା ବି ପଢନ୍ତୁ- ପୁଣି ଅଶାନ୍ତ ମଣିପୁର; ଉଗ୍ରବାଦୀଙ୍କ ଆକ୍ରମଣରେ ୨ ସିଆରପିଏଫ ଯବାନ ଶହୀଦ

ସୂଚନା ଥାଉ କି ଜୁନ 6 ତାରିଖରେ ଜିରିବାମରେ ଜଣେ ବ୍ୟକ୍ତି (59)ଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ । ଏହି ବ୍ୟକ୍ତି ଜଣକ ମୈଇତି ସମ୍ପ୍ରଦାୟର ବୋଲି କୁହାଯାଉଛି । ତାଙ୍କ ପରିଚୟ ସୋଇବାମ ସରତକୁମାର ସିଂ କୁହାଯାଉଥିବା ବେଳେ ସେ ବୃତ୍ତିରେ ଜଣେ ଚାଷୀ । ସେ ନିଜ କ୍ଷେତରୁ ଫେରୁଥିବା ସମୟରେ ତାଙ୍କୁ ଆକ୍ରମଣ ହୋଇଥିବା ପୋଲିସ କହିଛି । କିଛି ଧାରୁଆ ଅସ୍ତ୍ରରେ ତାଙ୍କ ଶରୀରକୁ ଆଘାତ ପହଞ୍ଚାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣା ପରେ ଜିରିବାମରେ ଅନେକ ଘର, ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଯାଇଛି । ଏହାପରେ ଶହ ଶହ ଲୋକ ସେହି ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି ।

ତେବେ ମଣିପୁର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ସ୍ଥିତି ପରଖିବା ଲାଗି ମଙ୍ଗଳବାର ଜିରିବାମ ଯିବାକୁ ଯୋଜନା କରୁଥିଲେ । ଏହା ପୂର୍ବରୁ ସେ ନିଜ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଜିରିବାମ ଇମ୍ଫାଲଠାରୁ ପ୍ରାୟ 220 କିମି ଦୂରତାରେ ଅବସ୍ଥିତ । ଏଠାକାର ପାହାଡି ଅଞ୍ଚଳରେ ଅଧିକାଂଶ କୁକି ସମ୍ପ୍ରଦାୟର ଲୋକେ ବାସ କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ ଏହି ଅଞ୍ଚଳକୁ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ହଠାତ ବୁଦାରେ ଲୁଚି ରହିଥିବା ଦୁର୍ବୃତ୍ତ କାରକେଡ ଉପରକୁ ଗୁଳିମାଡ଼ କରିଥିଲେ । ପୋଲିସ କମାଣ୍ଡୋ ଓ ଆସାମ ରାଇଫଲ୍ସ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

Last Updated : Jun 10, 2024, 3:16 PM IST

ABOUT THE AUTHOR

...view details