ଓଡିଶା

odisha

ପିଲିଭିତରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ କାର୍ଯ୍ୟକ୍ରମରେ ସାମିଲ ହେଲେନି ମାନେକା-ବରୁଣ - Maneka Varun absent at Modis rally

By ETV Bharat Odisha Team

Published : Apr 10, 2024, 8:53 PM IST

Maneka, Varun absent at Modis first poll rally in Pilibhit: ପିଲିଭିତରେ ପ୍ରଚାର କଲେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲେନି ମାନେକା-ବରୁଣ । ସୁଲତାନପୁରରୁ ଟିକେଟ ପାଇଛନ୍ତି ମାନେକା କିନ୍ତୁ ବରୁଣଙ୍କୁ ଟିକେଟ ଦେଇନି ଦଳ । ଅଧିକ ପଢନ୍ତୁ

ପିଲିଭିତରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ କାର୍ଯ୍ୟକ୍ରମରେ ସାମିଲ ହେଲେନି ମାନେକା-ବରୁଣ
ପିଲିଭିତରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ କାର୍ଯ୍ୟକ୍ରମରେ ସାମିଲ ହେଲେନି ମାନେକା-ବରୁଣ

ନୂଆଦିଲ୍ଲୀ:ଗତକାଲିଉତ୍ତର ପ୍ରଦେଶ ପିଲିଭିତରେ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାତ୍ର ଏହି କାର୍ଯ୍ୟକ୍ରମରେ ମାନେକା ଗାନ୍ଧୀ ଓ ସ୍ଥାନୀୟ ସାଂସଦ ବରୁଣ ଗାନ୍ଧୀ ସାମିଲ ହୋଇନାହାନ୍ତି । ଏହି ଆସନଟି ମାନେକାଙ୍କ ପରିବାରର ପାରମ୍ପରିକ ଆସନ ଭାବେ ପରିଚିତ । ହେଲେ ଚଳିତଥର ଉତ୍ତର ପ୍ରଦେଶର ସୁଲତାନପୁର ଆସନରୁ ମାନେକାଙ୍କୁ ଟିକେଟ ମିଳିଥିବା ବେଳେ ବିଜେପି ବରୁଣଙ୍କୁ ଟିକେଟ ଦେଇନି । ତାଙ୍କ ସ୍ଥାନରେ ଉତ୍ତର ପ୍ରଦେଶ ମନ୍ତ୍ରୀ ଜୀତିନ ପ୍ରସାଦଙ୍କୁ ପ୍ରାର୍ଥୀ କରିଛି ଦଳ । ତେବେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ନର୍ବାଚନୀ ସଭାରେ ଜୀତନ ପ୍ରସାଦଙ୍କ ପାଇଁ ଭୋଟ ମାଗିଥିବା ବେଳେ କାର୍ଯ୍ୟକ୍ରମରେ ମାନେକା ଓ ବରୁଣ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

ଗତକାଲି ପ୍ରଧାନମନ୍ତ୍ରୀ ପିଲିଭିତରେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦତ୍ୟନାଥ, ଦଳର ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ, ଚଳିତ ଥରର ସ୍ଥାନୀୟ ସାଂସଦ ପ୍ରାର୍ଥୀ ଜୀତନ ପ୍ରସାଦ ଓ ବରେଲୀ ପ୍ରାର୍ଥୀ ଛତ୍ରପାଲ ଗଙ୍ଗଓ୍ବାର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ହେଲେ ମାନେକା ଓ ବର୍ତ୍ତମାନର ସାଂସଦ ଥିବା ପୁଅ ବରୁଣଙ୍କୁ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା ।

ଏହା ମଧ୍ୟ ପଢନ୍ତୁ :- ଜେଲରେ କଟିବ କେଜ୍ରିଓ୍ବାଲଙ୍କ ଚଳିତ ସପ୍ତାହ: ତୁରନ୍ତ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ - KEJRIWAL APPEAL IN SC

1996 ମସିହାରୁ ଏହି ଆସନରେ ମାନେକା ଓ ବରୁଣ ନିର୍ବାଚିତ ହୋଇ ଆସିଛନ୍ତି । ମାନେକା ଗାନ୍ଧୀ ଏହି ଆସନରୁ 6 ଥର ସାଂସଦ ଭାବେ ନିର୍ବାଚିତ ହେଇଛନ୍ତି । ଏହା ପରେ ଏହି ଆସନରୁ ପୁଅ ବରୁଣଙ୍କୁ ପ୍ରାର୍ଥୀ କରିଥିଲା ଭାରତୀୟ ଜନତା ପାର୍ଟି । ଗତ ଦୁଇଥରର ସାଧାରଣ ନିର୍ବାଚନରେ ବରୁଣ ଗାନ୍ଧୀ ଏହି ଆସନରୁ କ୍ରମାଗତ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ହେଲେ ଚଳିତଥର ନିର୍ବାଚନରେ ଦଳ ତାଙ୍କୁ ପ୍ରତିଦ୍ବନ୍ଦ୍ବିତାରୁ ଅବ୍ୟାହତି ଦେଇ ଜୀତିନ ପ୍ରସାଦଙ୍କୁ ଟିକେଟ ଦେଇଛି । ବରୁଣ କିଛି ପ୍ରସଙ୍ଗରେ ନିଜ ଦଳ ଓ ଦଳୀୟ ସରକାରକୁ ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା । ନିକଟରେ ଏହି ପ୍ରସଙ୍ଗରେ ମାନେକାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଥିଲା । ବରୁଣ ସାଂସଦ ଭାବେ ଭଲ କାମ କରିଥିଲେ । ଚଳିିତଥର ତାଙ୍କୁ ଟିକେଟ ନମିଳିବା ଦଳର ନିଷ୍ପତ୍ତି ବୋଲି ମାନେକା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details