ଓଡିଶା

odisha

ETV Bharat / bharat

ବିଧାନସଭା ଜନାଦେଶ ୨୦୨୪: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କି’ଏ ପିନ୍ଧିବ ତାଜ୍‌ - MAHARASHTRA JHARKHAND ELECTION

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଜନାଦେଶ ଉପରେ ନଜର । ଏକଜାଟ୍ ହେବ କି ଏକଜିଟ୍ ପୋଲ ?

ବିଧାନସଭା ଜାନାଦେଶ 2024: ମହାରାଷ୍ଟ୍ର ଓ ଝାଡଖଣ୍ଡରେ କିଏ ପିନ୍ଧିବ ତାଜ
ବିଧାନସଭା ଜାନାଦେଶ 2024: ମହାରାଷ୍ଟ୍ର ଓ ଝାଡଖଣ୍ଡରେ କିଏ ପିନ୍ଧିବ ତାଜ (ETV Bharat Odisha)

By ETV Bharat Odisha Team

Published : Nov 22, 2024, 10:37 PM IST

ହାଇଦ୍ରାବାଦ: ନଭେମ୍ବର ୨୨ (ଶନିବାର) ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ଜନାଦେଶ । ମହାରାଷ୍ଟ୍ର ଓ ଛତିଶଗଡରେ ଗଠନ ହେବ ନୂଆ ସରକାର । କାହାକୁ ମିଳିବ ବହୁମତ ? କି’ଏ ଗଢିବ ସରକାର ? ଗଣତି ପାଇଁ କାଉଣ୍ଟିଂ ସେଣ୍ଟର ପ୍ରସ୍ତୁତ । ସକାଳ ୮ଟାରୁ କଡା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି । ଉଭୟ ରାଜ୍ୟରେ କଡା ମୁକାବିଲା ସହ ରାଜନୈତିକ ପ୍ରତିଦ୍ବନ୍ଦ୍ବିତା ରୋଚକ ମୋଡରେ । ଉତ୍କଣ୍ଠାକୁ ଦୁଇଗୁଣା କରିଛି ‘ଏକଜିଟ ପୋଲ’ ‘ଏକଜିଟ ପୋଲ’ ଏକଜାଟ ହେବ ନା, ଜନମତ ଅପ୍ରତ୍ୟାଶିତ ହେବ, ତାକୁ ନେଇ ରାଜନୀତି ମହଲରେ କଳ୍ପନା ଜଳ୍ପନା ।

  • ମହାରାଷ୍ଟ୍ର ମହାମେଣ୍ଟ ରାଜନୀତି

ମହାରାଷ୍ଟ୍ରରେ ମୋଟ ୨୮୮ ବିଧାନସଭା ଆସନ ରହିଥିବା ବେଳେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୧୪୫ । ବିଜେପି ନେତୃତ୍ବାଧୀନ ଏନଡିଏ (NDA) ମେଣ୍ଟ ମହାରାଷ୍ଟ୍ରରେ କ୍ଷମତା ବଜାୟ ରଖି ପୁଣିଥରେ କ୍ଷମତାକୁ ଆସିବ ବୋଲି ଏକାଧିକ ଗଣମାଧ୍ୟମ ଓ ପୋଲ-ଓ୍ବାଚ ସଂସ୍ଥା ପୂର୍ବାକଳନ କରିଛନ୍ତି । ପ୍ରାୟ ଏକାଧିକ ଜାତୀୟ ଗଣମାଧ୍ୟମ ସଂସ୍ଥା ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ହାରାହାରି 120 ରୁ 180 ଆସନ ଜିତିବା ନେଇ ଆକଳନ କରିଛନ୍ତି ।

ମହାରାଷ୍ଟ୍ର ମହାମେଣ୍ଟ ରାଜନୀତି (ETV Bharat Odisha)
  • ମହାୟୁକ୍ତି ବନାମ ମହାବିକାଶ ଅଗାଡ଼ି:-

ଏକଜିଟ ପୋଲର ପୂର୍ବାନୁମାନ ଅନୁସାରେ, ମହାରାଷ୍ଟ୍ରରେ କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ପାର୍ଟି ଓ ଶରଦ ପାଓ୍ବାରଙ୍କ ‘ଏନସିପି-NCP’ ପୁଣି ଥରେ କ୍ଷମତାରୂ ଦୂରରେ ରହିବା ସହ ବିରୋଧୀ ଦଳର ଭୂମିକାରେ ରହିପାରେ ବୋଲି ଏକଜିଟ ପୋଲ କହୁଛି । ଯଦି ଏହି ପୂର୍ବ ଆକଳନ, ବାସ୍ତବ ଫଳାଫଳରେ ପରିଣତ ହୁଏ, ତେବେ ବିଜେପି ପାଇଁ ମୁଖ୍ୟମନ୍ତ୍ରୀ ଚୟନ କରିବା ଆହ୍ବାନପୂର୍ଣ୍ଣ ହୋଇପଡିବ । କାରଣ ମେଣ୍ଟ ସରକାରରେ ଏକାଧିକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସହ ବହୁ ପାର୍ଟି ଦାବିଦାରୀ ରହିଛି ।

  • 2020 ଅପେକ୍ଷା ବେଶ ଅଲଗା ମହାରାଷ୍ଟ୍ର ରାଜନୈତିକ ସ୍ଥିତି:-

ଗତ ନିର୍ବାଚନରେ ‘ମହାବିକାଶ ଅଗାଡି-MVA’ ମେଣ୍ଟ ସରକାର ଗଠନ କରିଥିଲେ ସୁଦ୍ଧା ଏହା ପରବର୍ତ୍ତୀ ସମୟରେ କ୍ଷମତାଚ୍ୟୁତ ହୋଇଥିଲା । ଏହା ସହ ଏକଦା ଶକ୍ତିଶାଳୀ ଥିବା ଶିବସେନା ଦୁଇଭାଗରେ ବିଭାଜିତ ହୋଇ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ନୂତନ ଗୋଷ୍ଠୀ ଆତ୍ମପ୍ରକାଶ କରିଥିଲା । ଆଶ୍ଚର୍ଯ୍ୟଜନକ ଭାବେ ଅଧିକ ସଂଖ୍ୟା ଥାଇ ମଧ୍ୟ ଭାରତୀୟ ଜନତା ପାର୍ଟି ଏକାନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡି ଦେବେନ୍ଦ୍ର ଫଡନାଭିସଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିଥିଲା । ପରେ ଶରଦ ପାଓ୍ବରଙ୍କ ‘ଏନସିପି-NCP’ ମଧ୍ୟ ବିଭାଜିତ ହୋଇ ଅଜିତ ପାଓ୍ବାରଙ୍କ ନେତୃତ୍ବରେ ଶାସକ ମେଣ୍ଟର ଅଂଶୀଦାର ହୋଇଥିଲା । ଅଜିତ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଯଦି ‘ମହାୟୁତି-NDA’ ଶାସକ ମେଣ୍ଟକୁ ବହୁମତ ମିଳେ, ତେବେ ବିଜେପି ନିଜ ପାଖରେ ମୁଖ୍ୟମନ୍ତ୍ରୀ ପଦବୀ ରଖିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେପି ଏକାକୀ କେତେ ଆସନ ଜିତିବାରେ ସଫଳ ହେଉଛି, ତାହା ପରେ ହିଁ ଦଳ ପରବର୍ତ୍ତୀ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବ ବୋଲି ଚର୍ଚ୍ଚା ହେଉଛି ।

ମହାରାଷ୍ଟ୍ର ଏକଜିଟ ପୋଲ୍‌ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- Exit Poll: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କାହାକୁ ମିଳିବ କ୍ଷମତା ? ଆସିଲା ବୁଥ ବାହୁଡା ମତ

  • ଝାଡ଼ଖଣ୍ଡ ଲଢ଼େଇ:-

ଝାଡ଼ଖଣ୍ଡରେ ମଧ୍ୟ ରୋଚକ ସ୍ଥିତିରେ ରହିଛି ନିର୍ବାଚନୀ ମୁକାବିଲା । ରାଜ୍ୟରେ ମୋଟ ୮୧ ବିଧାନସଭା ଆସନ ରହିଥିବା ବେଳେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧ । ଏକାଧିକ ସଂସ୍ଥା 40 ରୁ 50 ଆସନ ବିଜେପି ନେତୃତ୍ବାଧୀନ ମେଣ୍ଟ ‘ଏନଡିଏ-NDA’ ଆଡକୁ ବହୁମତ ସଙ୍କେତ ଦେଇଛନ୍ତି । ଅନ୍ୟ କିଛି ଗଣମାଧ୍ୟମ ସଧ୍ୟ ‘ଜେଏମଏମ-JMM’ ସପକ୍ଷରେ ଜନମତ ଯିବ ବୋଲି ଆକଳନ କରିଛନ୍ତି । ଶାସକ ମେଣ୍ଟ (ଜେଏମଏମ- କଂଗ୍ରେସ ଓ ଆରଜେଡି) 30 ରୁ 40 ମଧ୍ୟରେ ଆସନ ଜିତି ବହୁମତ ନିକଟତର ହେବ ବୋଲି ମତପ୍ରକାଶ ପାଇଛି । ତେବେ ଏହାରି ମଧ୍ୟରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାଜ୍ୟରେ ରାଜନୈତିକ ସମୀକରଣ ପୂର୍ବ ପରି ନାହିଁ ।

ଝାଡଖଣ୍ଡର ଏକଜିଟ ପୋଲ (ETV Bharat Odisha)
  • ହେମନ୍ତଙ୍କ ଗିରଫଦାରୀ ବଦଳାଇ ଦେଲା ରାଜନୈତିକ ଦୃଶ୍ୟପଟ୍ଟ :-

ଝାଡ଼ଖଣ୍ଡରେ ଶାସନ କ୍ଷମତା ହାସଲ କରିଆସିଥିବା ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ପୂର୍ବାପେକ୍ଷା ଦୁର୍ବଳ ନଜର ଆସୁଛି । ଜେଲରୁ ବେଲରେ ଫେରି ନିର୍ବାଚନୀ ମଙ୍ଗ ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଜେଏମଏମର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ । ଉଭୟ ହେମନ୍ତ ଓ ପତ୍ନୀ କଳ୍ପନା ନିର୍ବାଚନୀ ମୈଦାନରେ ଭାଗ୍ୟ ପରୀକ୍ଷା ଦେଇଛନ୍ତି । ସେପଟେ ହେମନ୍ତଙ୍କ ଭାଉଜ ସୀତା ସୋରେନ ଓ ଏକଦା ବେଶ ଘନିଷ୍ଠ ଥିବା ଚମ୍ପାଇ ସୋରେନ ଦଳ ଛାଡି ବିଜେପିରେ ମିଶିଛନ୍ତି । ସେପଟେ ଭାରତୀୟ ଜନତା ପାର୍ଟି ସୋରେନ ପରିବାର ବିରୋଧରେ ପିଢିଗତ ଦୁର୍ନୀତିର ଅଭିଯୋଗ ସହ କ୍ଷମତା ପରିବର୍ତ୍ତନ ସ୍ଲୋଗାନରେ ନିର୍ବାଚନ ଲଢିଛି । ଏଠାରେ କଂଗ୍ରେସ ଓ ଆରଜେଡି ଶାସକ ଦଳରେ ଥିଲେ ମଧ୍ୟ ଏଥର ସିଧାସଳଖ ଜେଏମଏମ ଓ ବିଜେପି ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details